MEllora 950×100

ବରିଷ୍ଠ ନାଗରିକ ମଞ୍ଚର ସାଧାରଣ ବୈଠକ

ହରଭଙ୍ଗା : ବରିଷ୍ଠ ନାଗରିକ ମଞ୍ଚ ହରଭଙ୍ଗା ବ୍ଲକର କାର୍ଯ୍ୟକାରୀ ସଦସ୍ୟ ମାନଙ୍କୁ ନେଇ ଏକ ବୈଠକ ରମେଶ ଚନ୍ଦ୍ର ଜେନାଙ୍କ ସଭାପତିତ୍ୱରେ ସତ୍ୟନାରାୟଣ ମନ୍ଦିର ପୁରୁଣାକଟକ ଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ନାଗରିକଙ୍କ ପାଇଁ ଚାରିଛକ ଠାରେ ଏକ ସଭାଗୃହ, ପରିଚୟ ପତ୍ର ପ୍ରଦାନ ବ୍ୟବସ୍ଥା, ବସ୍ ରେ ଯାତାୟାତ ପାଇଁ ରିହାତି ଓ ସିଟ୍ ପ୍ରଦାନ ଆଦି ବିଷୟରେ ପଦକ୍ଷେପ ନେବା ପାଇଁ  ଜିଲ୍ଲାପାଳଙ୍କ ଠାରେ ଆବେଦନ ପାଇଁ ନିଷ୍ପତ୍ତି ନିଆଯାଇଛି। ସଭାପତି ରମେଶ ଚନ୍ଦ୍ର ଜେନା, ଉପସଭାପତି ଜନ୍ମେଜୟ ପ୍ରଧାନ, ସମ୍ପାଦକ ବାଳକୃଷ୍ଣ ନାୟକ, ସହ ସମ୍ପାଦକ ଦ୍ୟୁତିବାହାନ କାମ୍ପ, କୋଷାଧକ୍ଷ ପୂର୍ଣ୍ଣଚନ୍ଦ୍ର ସେଠୀ, କାର୍ଯ୍ୟକାରୀ ସଦସ୍ୟ ସୁବାଷ ଚନ୍ଦ୍ର ସାହୁ, ମନମୋହନ ସାହୁ, ସଚ୍ଚିଦାନନ୍ଦ ପଣ୍ଡା, ଲବକୁମାର ଅମାତ ବୈଠକରେ ଉପସ୍ଥିତ ଥିଲେ।

 

 

Comments are closed.