www.samajalive.in
Monday, December 15, 2025
27.1 C
Bhubaneswar

ସରକାରୀ ମହିଳା ମହାବିଦ୍ୟାଳୟରେ ଆତ୍ମରକ୍ଷା ତାଲିମ କାର୍ଯ୍ୟକ୍ରମ ଉଦଯାପିତ

କେନ୍ଦୁଝରଗଡ : ସରକାରୀ ମହିଳା ମହାବିଦ୍ୟାଳୟ କେନ୍ଦୁଝର ପକ୍ଷରୁ ଫେବୃୟାରୀ ୨୨ରୁ ଆରମ୍ଭ ହୋଇଥିବା ଆତ୍ମରକ୍ଷା ତାଲିମ କାର୍ଯ୍ୟକ୍ରମ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଅଧ୍ୟକ୍ଷ ଡ.ଲଲିତ ରଞ୍ଜନ ସାହୁ ଉଦଯାପନୀ ଦିବସରେ ଯୋଗଦେଇ ଆତ୍ମରକ୍ଷା ତାଲିମ ନେଇଥିବା ଛାତ୍ରୀମାନଙ୍କୁ ନିଜ ଜୀବନରେ ପ୍ରୟୋଗ କରି ସଫଳ ହେବାକୁ ପରାମର୍ଶ ଦେଇଥିଲେ । ରସାୟନ ବିଭାଗ ମୁଖ୍ୟ ଡ଼. ବିଷ୍ଣୁ ଚରଣ ଦାସ ଯୋଗଦେଇ ତାଲିମ ଦ୍ୱାରା ଛାତ୍ରୀମାନଙ୍କ ମନୋବଳ ଦୃଢ଼ ହେବା ସହ ଶାରୀରିକସ୍ତରରେ ସେମାନେ ବେଶ୍‍ ଦୃଢ ଏକଥା ନିଃସନ୍ଦେହରେ କୁହାଯାଇପାରେ ବୋଲି କହିଥିଲେ । ଶିକ୍ଷା ବିଭାଗ ମୁଖ୍ୟ ଡ଼.ରାମଚନ୍ଦ୍ର ମଲ୍ଲ ସାମ୍ପ୍ରତିକ ପରିସ୍ଥିତିରେ ସମସ୍ତ ଛାତ୍ରୀ ଆତ୍ମରକ୍ଷା କୌଶଳ ଶିଖିବା ଏକାନ୍ତ କାମ୍ୟ ଓ ଆମ ପିଲାମାନଙ୍କୁ ଦେଖିଲେ ଜଣାପଡୁଛି ଯେ ସେମାନେ ଉକ୍ତ ତାଲିମର ଫାଇଦା ନିଶ୍ଚିତ ଉଠେଇଛନ୍ତି ବୋଲି କହିଥିଲେ । ଝିଲି ପରିଡ଼ା ଓ ଅଭିଲିପ୍ସା ପଟ୍ଟନାୟକ ପ୍ରଶିକ୍ଷିକା ଭାବେ ଯୋଗଦେଇ ତାଲିମ ପ୍ରଦାନର ଅପୂର୍ବ ଅନୁଭୂତି ସାଉଣ୍ଟିବା ସହ ଆଗ୍ରହ  ରଖିଥିବା ଛାତ୍ରୀମାନଙ୍କୁ ନୂଆ ନୂଆ କୌଶଳ ଶିଖାଇବାରେ ସମର୍ଥ ହୋଇଥିବା କହିଥିଲେ । ଦୀର୍ଘଦିନର ତାଲିମ ପ୍ରଦାନ ପରେ ତାଲିମପ୍ରାପ୍ତ ଛାତ୍ରୀମାନଙ୍କ ଦ୍ୱାରା ସମସ୍ତଙ୍କ ଉଦ୍ଦେଶ୍ୟରେ ଏକ ଡେମୋ ପ୍ରଦର୍ଶନ କରିଥିଲେ ଯାହାକୁକି ସମସ୍ତେ ଉଚ୍ଚ ପ୍ରଶଂସା କରିଥିଲେ । ଏହି ଅବସରରେ ଆତ୍ମରକ୍ଷା ତାଲିମର ସଂଯୋଜିକା ତଥା ଉଭିଦ ବିଜ୍ଞାନ ଅଧ୍ୟାପିକା ଡ. ଆଲ୍‍ଫା ସରିତା ମହାନ୍ତି ଉଦଯାପନୀ ଦିବସରେ ଏହା କିପରି ସଫଳ ରୂପାୟନ ହୋଇଛି ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସହଯୋଗ କରିବା ପାଇଁ ସହସଂଯୋଜିକା ଡ଼. ନିବେଦିତା ଦାସ ସହଯୋଗ କରିବା ସହ ଉଦଯାପନୀ ଦିବସର ମଞ୍ଚ ପରିଚାଳନା କରିଥିଲେ । ଏହି ଉଦଯାପନୀ ଉତ୍ସବରେ ତାଲିମ ଗ୍ରହଣ କରିଥିବା ସମସ୍ତ ଛାତ୍ରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଶେଷରେ ସଂଯୋଜିକା ଅଧ୍ୟାପିକା ଡ଼. ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories