BJD Bijuli 480×75 Mob

ଲୋକସଭା ନିର୍ବାଚନ ଲଢିବେ ସୀମା! କେନ୍ଦ୍ରମନ୍ତ୍ରୀଙ୍କ ଦଳ ଦେଲା ପ୍ରସ୍ତାବ

BJD Bijuli 480×75 Mob

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଯୁବକ ସଚିନଙ୍କ ପ୍ରେମରେ ପଡ଼ି ଚାରି ପିଲାଙ୍କ ସହ ନେପାଳ ଦେଇ ବେଆଇନ ଭାବେ ଭାରତ ଆସିଥିବା ପାକିସ୍ତାନୀ ମହିଳା ସୀମା ହାଇଦାରଙ୍କର ସତେ ଯେପରି ଲଟେରୀ ଲାଗିଯାଇଛି। ସୀମାଙ୍କୁ ଗୋଟିଏ ପରେ ଗୋଟିଏ ଅଫର୍‌ ମିଳୁଛି। ନିକଟରେ ସୀମା ଏକ ଫିଲ୍ମ ସାଇନ୍ କରିଛନ୍ତି। ଖୁବ୍‌ଶୀଘ୍ର ସେ ଜଣେ ଅଭିନେତ୍ରୀ ହେବାକୁ ଯାଉଛନ୍ତି। ତେବେ ଫିଲ୍ମ ପରେ ସୀମାଙ୍କୁ ଏବେ ଏକାଧିକ ରାଜନୈତିକ ଦଳରୁ ଅଫର୍‌ ମିଳୁଛି। ଏନଡିଏ ସହଯୋଗୀ ତଥା କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେଙ୍କ ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆ(ଆରପିଆଇ) ସୀମା ହାଇଦରଙ୍କୁ ଦଳରେ ଯୋଗଦେବାକୁ ପ୍ରସ୍ତାବ ଦେଇଛି ଏବଂ ସୀମା ଦଳର ଏହି ପ୍ରସ୍ତାବ ଗ୍ରହଣ କରିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ମୋଦୀ ସରକାରରେ ସାମିଲ ରାମଦାସ ଅଠାୱଲେଙ୍କ ଦଳ ସୀମଙ୍କୁ ରାଜନୀତିରେ ପ୍ରବେଶ କରିବାକୁ ପ୍ରସ୍ତାବ ଦେଇଛି। ଏହା ବ୍ୟତୀତ ଦଳୀୟ ଚିହ୍ନରେ ସୀମା ହାଇଦରଙ୍କୁ ନିର୍ବାଚନ ଲଢାଇବା ସହ ଉତ୍ତରପ୍ରଦେଶ ମହିଳା ୱିଙ୍ଗ୍‌ର ଅଧ୍ୟକ୍ଷ ଓ ରାଷ୍ଟ୍ରୀୟ ମୁଖପାତ୍ର କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ତେବେ ବର୍ତ୍ତମାନ ସୁରକ୍ଷା ଏଜେନ୍ସି ଦ୍ବାରା ସୀମାଙ୍କୁ କ୍ଲିନ୍ ଚିଟ୍ ମିଳିବା ପର୍ଯ୍ୟନ୍ତ ଦଳ ଅପେକ୍ଷା କରିଛି।

Comments are closed.