www.samajalive.in
Monday, December 8, 2025
14.1 C
Bhubaneswar

ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ବିହନ ବଣ୍ଟନ

ଫୁଲବାଣୀ/ବ୍ରାହ୍ମଣୀଗାଁ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଗଦାପୁର ଠାରେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ଅଂଚଳର କୃଷକ ମାନଙ୍କୁ ପାକଶାଳା ବଗିଚା ପାଇଁ ବିହନ ମଂଜି ବଂଟନ କରାଯାଇଛି । କରୋନା ମହାମାରୀ ଭଳି ଅଦୃଶ୍ୟ ଶକ୍ତି ବିରୋଧରେ  ଦେଶ ତଥା ରାଜ୍ୟ ମୁକାବିଲା କରୁଥିବା ବେଳେ ସାଧାରଣ ଜନତା ବିଭିନ୍ନ ଅଭାବ ଅନାଟନ ଦେଇ ଗତିକରୁନ୍ତି । ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ମାଧ୍ୟମରେ ଦାରିଙ୍ଗବାଡ଼ି ବ୍ଲକ ସ୍ଥିତ ଉଦ୍ୟାନ କୃଷି ବିଭାଗ ପକ୍ଷର ବ୍ଲକର ଅନେକ ଦୁର୍ଗମ ଅଂଚଳ ମାନଙ୍କରେ ଏହି କାର୍ଯ୍ୟକ୍ରମ କରାଯାଇଛି। ବ୍ରାହ୍ମଣୀଗାଁ ଅଂଚଳର ଆଠଗୋଟି ପଂଚାୟତ କାଟିଙ୍ଗିଆ ,କୁମ୍ଭାରିଗାଁ ,ଝିଂଜିରୀଗୁଡା ,ହାତୀମୁଣ୍ଡା ,ତାଜୁଙ୍ଗିଆ, ସରାମୁଳୀ , ଓ ଗଦାପୁର ପଂଚାୟତରେ ବିହନ ମଂଜି ବନ୍ଟନ କରାଯାଇଥିବା ବେଳେ ଆଜି ଦାରିଙ୍ଗବାଡ଼ି ବ୍ଲକର ଉଦ୍ୟାନ କୃଷି ଅଧିକାରିଣୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ମଲ୍ଲିକଙ୍କ ନେତୃତ୍ୱରେ  ଗଦାପୁର ଠାରେ ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ବିହନ ମଂଜି ବନ୍ଟନ କରାଯାଇଥିଲା ଏଥିରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତି ରୁଦା ମଲିକ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ମଂଜି ବଂଟନର ଶୁଭାରମ୍ଭ କରିଥିଲେ । ପ୍ରତ୍ୟେକ ପଂଚାୟତର ୬୮ ଜଣ କୃଷକଙ୍କୁ ବିହନ ମଂଜି ବନ୍ଟନ କରାଯାଇଥିବା ନେଇ କୃଷିଅଧିକାରିଣୀ ସୂଚନା ପ୍ରଦାନ କରିଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories