www.samajalive.in
Wednesday, December 10, 2025
16.1 C
Bhubaneswar

ସେକେଣ୍ଡାରୀ ବୋର୍ଡ଼ ହାଇସ୍କୁଲରେ ସାଧାରଣତନ୍ତ୍ର ଦିବସ

ଭୁବନେଶ୍ବର: କଟକ ସେକେଣ୍ଡାରୀ ବୋର୍ଡ଼ ହାଇସ୍କୁଲରେ ୭୫ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଦେଶାତ୍ମବୋଧକ ସ୍ଲୋଗାନ୍ ଦେଇ ନଗର ପରିକ୍ରମା କରିବା ସହ ଚିତ୍ତାକର୍ଷକ ପରେଡ଼ ପ୍ରଦର୍ଶନ କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଶୋକ କୁମାର ଶତପଥୀ ଜାତୀୟ ପତାକା ଉତ୍ତୋଳନ କରିବା ସହ ସ୍ୱାଧିନତା ପାଇଁ ଭାରତମାତାଙ୍କ ମହାନ୍ ସନ୍ତାନମାନଙ୍କ ସାଧନା ସଂଘର୍ଷ ଓ ବଳିଦାନ ସମ୍ବନ୍ଧରେ ଛାତ୍ରଛାତ୍ରୀଙ୍କୁ ମନେପକାଇବା ସହ ଏହାକୁ ଚିରଦିନ ମନେରଖିବା ଓ ସେଥିରୁ ପ୍ରେରଣା ନେବା ନିମନ୍ତେ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ। ଛାତ୍ରଛାତ୍ରୀମାନେ ଭଲମଣିଷ ହେବା ସହ ଭବିଷ୍ୟତରେ ଭାରତର ଏକତା,ଅଖଣ୍ଡତା ଓ ସାର୍ବଭୌମତ ଅକ୍ଷୁର୍ଣ୍ଣ ରଖିବା ନିମନ୍ତେ ବ୍ରତୀ ହେବାପାଇଁ ସେ ପରାମର୍ଶ ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷିକା ଓ କର୍ମଚାରୀ ଉପସ୍ଥିତ ଥିଲେ। ଛାତ୍ରଛାତ୍ରୀଙ୍କ ଦେଶାତ୍ମବୋଧକ ସଙ୍ଗୀତ ଗାନ ଓ ଫେନ୍ସି ଡ୍ରେସ୍ ଉପସ୍ଥିତ ଶ୍ରୋତା ଓ ଦର୍ଶକଙ୍କ ମନ ମୋହିଥିଲା।

ଏନସିସି ଅଫିସର ତଥା ଶିକ୍ଷକ ରାଜକିଶୋର ଚୌଧୁରୀଙ୍କ ତତ୍ତ୍ୱାବଧାନରେ ଏୟାରୱିଙ୍ଗ୍ ବାହିନୀ ଓ କ୍ରୀଡ଼ା ଶିକ୍ଷକ ପ୍ରମୋଦ କୁମାର ପାଲ୍ଙ୍କ ନେତୃତ୍ୱରେ ବେସାମରିକ ବାହିନୀ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଉତ୍ସବରେ ଭାଗନେଇ ଆକର୍ଷଣୀୟ ପାରେଡ଼ ପ୍ରଦର୍ଶନ କରିବା ସହ ବେସାମରିକ ବାହିନୀ ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ। ସେହିପରି ଶିକ୍ଷିକା ସସ୍ମିତା ବେହେରାଙ୍କ ତତ୍ତ୍ୱାବଧାନରେ ଜୁନିୟର ପ୍ରବନ୍ଧ ପ୍ରତିଯୋଗିତାରେ ଜିଲ୍ଲାସ୍ତରରେ ପ୍ରଥମ ସ୍ଥାନ ଲାଭ କରିଥିବା ସପ୍ତମ ଶ୍ରେଣୀ ଛାତ୍ରୀ ପଦ୍ମାଳୟା ରାଉତ ସାଧାରଣତନ୍ତ୍ର ଦିବସର ମୁଖ୍ୟଅତିଥି ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସୁଦାମ ମାର୍ଣ୍ଡିଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ।

Hot this week

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

Related Articles

Popular Categories