ଆଠଗଡ଼ ଧବ​‌ଳେଶ୍ବର ପୀଠରେ ୧୪୪ ଧାରା ଜାରି, ଶ୍ରଦ୍ଧାଳୁଙ୍କୁ ସମ୍ପୂର୍ଣ୍ଣ ବାରଣ

ବିଶେଷଜ୍ଞ ଦଳଙ୍କ ଅନୁଧ୍ୟାନ ପରେ ମରାମତି ହେବ ଝୁଲାପୋଲ

ଆଠଗଡ଼: ଗୁଜରାଟ ଝୁଲାପୋଲ ଦୁର୍ଘଟଣା ପରେ ଚେତିଲା ପ୍ରଶାସନ। ଧବଳେଶ୍ବର ପୀଠରେ ଜାରି ହେଲା ୧୪୪ ଧାରା। ଝୁଲାପୋଲର ମରାମତି ପାଇଁ ଜାରି ହେଲା ୧୪୪ ଧାରା। ଧବଳେଶ୍ବରରେ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ୧୪୪ ଧାରା ଜାରି ନେଇ ଆଠଗଡ଼ ଉପଜିଲାପାଳ ହେମନ୍ତ ସ୍ବାଇଁଙ୍କ ସୂଚନା ଦେଇଛନ୍ତି। ଡଙ୍ଗାରେ ଶ୍ରଦ୍ଧାଳୁଙ୍କୁ ପାରି କରାଇବା ସମ୍ଭବ ନଥିବାରୁ ଏପରି ନିଷ୍ପତ୍ତି ନେଇଛି ପ୍ରଶାସନ। ଏହି ନିର୍ଦ୍ଦେଶ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜାରି ରହିବ। ଡଙ୍ଗା ଯୋଗେ ଶ୍ରଦ୍ଧାଳୁଙ୍କୁ ପାରି କରାଇବା ସମ୍ଭବନ ନ ଥିବାରୁ ୧୪୪ଧାରା ଜାରି ହୋଇଛି। ୧୪୪ ଧାରା ଜାରି ସହ ଧବଳେଶ୍ବର ପୀଠକୁ ଶ୍ରଦ୍ଧାଳୁଙ୍କୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।
ସକାଳେ ଝୁଲାପୋଲରେ ଯାତ୍ରୀ କଟକଣା ଜାରି କରାଯାଇଥିଲା। ବିଶେଷଜ୍ଞ ଟିମ ଅନୁଧ୍ୟାନ ପରେ ଝୁଲାପୋଲ ମରାମତି କରାଯିବା ନେଇ ନିଷ୍ପତ୍ତି ହୋଇଥିଲା। ଝୁଲା ପୋଲରେ ଯାତ୍ରାକୁ ସୀମିତ କରାଯିବ ଏବଂ ଆବଶ୍ୟକ ହେଲେ ସୁରକ୍ଷା ପାଇଁ ସମ୍ପୂର୍ଣ୍ଣ ବନ୍ଦ କରାଯାଇପାରେ ବୋଲି କୁହାଯାଇଥିଲା। କାର୍ତ୍ତିକ ମାସ ସହ ଧବଳେଶ୍ବର ପୀଠରେ ବଡଓଷା ଓ ପଞ୍ଚୁକକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଅଧିକ ପଦକ୍ଷେପ ଗ୍ରହଣ କରାଯାଇଛି।

prayash

ଆଗକୁ ଆସୁଛି ବଡ଼ ଓଷା। ବଡ଼ ଓଷା ପାଳନ ସମୟରେ ବାବା ଧବଳେଶ୍ୱରଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥାଏ। ସ୍ଥାନୀୟ ଅଞ୍ଚଳ ସମେତ ଜିଲା ତଥା ଜିଲା ବାହାରୁ ବହୁ ଶ୍ରଦ୍ଧାଳୁ ବାବା ଧବଳେଶ୍ବରଙ୍କୁ ଦର୍ଶନ କରିବା ପାଇଁ ଆସିଥାନ୍ତି। ଏହି ସମୟରେ ମହାନଦୀ ଉପରେ ତିଆରି ହୋଇଥିବା ଝୁଲା ପୋଲରେ ପ୍ରବଳ ଭିଡ ଜମିବାର ସମ୍ଭାବନା ରହିଛି ଏବଂ ଝୁଲା ପୋଲରେ ଫାଟ ସୃଷ୍ଟି ହୋଇଥିବାରୁ କୌଣସି ଅଘଟଣ ଘଟିବା ଆଶଙ୍କା କରି ଆଜି ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।
ଧବଳେଶ୍ୱର ଝୁଲା ପୋଲରେ ଫାଟ ସୃଷ୍ଟି ହୋଇଛି। ପୋଲକୁ ଷ୍ଟେ’ ଦିଆଯାଇଥିବା ୧୨ଟି ଟଣକାରେ ମଧ୍ୟ ଫାଟ ସୃଷ୍ଟି ହୋଇଛି। ଏହାର ମରାମତି କରାଯିବା ପାଇଁ କଲକତାର ବିଶେଷଜ୍ଞ ଟିମ୍‌ ସହ ଆଜି ଗ୍ରାମ ଉନ୍ନୟନ ବିଭାଗର ଟିମ୍‌ ଆଜି ଝୁଲା ପୋଲର ସ୍ଥିତି ଅନୁଧ୍ୟାନ କରିଥିଲେ। ୨୦୦୬ ମସିହାରେ ଉଦ୍‌ଘାଟନ ହୋଇଥିବା ଏହି ଝୁଲାପୋଲ ଏବେ କ୍ରମଶଃ ଦୁର୍ବଳ ହୋଇଥିବାରୁ ଏଥିରେ ସାଧାରଣ ଶ୍ରଦ୍ଧାଳୁଙ୍କୁ ମନ୍ଦିର ନ ଆସିବାକୁ ନିବେଦନ କରାଯାଇଥିଲା। କେବଳ ବଡ଼ଓଷା ବ୍ରତଧାରି ମନ୍ଦିର ଆସିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଥିଲା।

kalyan agarbati

Comments are closed.