www.samajalive.in
Monday, December 8, 2025
13.1 C
Bhubaneswar

ନୂଆ ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ ଯୋଗଦାନ

କଂଟାବାଞ୍ଜି : କଂଟାବାଞ୍ଜି ଉପଖଣ୍ଡ କାର୍ଯ୍ୟାଳୟରେ ନୂତନ ଉପଖଣ୍ଡ ଅଧିକାରୀ ଭାବରେ ଡଃ ହୃଷିକେଶ ମେହେର(ଓ.ପି.ଏସ) କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହି ପୂର୍ବରୁ ସେ ପୁଲିସ ମୁଖ୍ୟାଳୟ କଟକରେ ଏଚ୍‍.ଆର.ପି.ସି(ମାନବାଧିକାର ସେଲ)ରେ କାର୍ଯ୍ୟାରତ ଥାଇ ପଦୋନ୍ନତି ପାଇବା ପରେ କଂଟାବାଞ୍ଜି ଉପଖଣ୍ଡରେ ଡି.ଏସ.ପି ଭାବରେ ପ୍ରଥମ କରି ଯୋଗ ଦେଇଥିବା ଜଣାପଡିଛି। ଏଠାରେ କାର୍ଯ୍ୟରତ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ସରୋଜ କୁମାର ମହାପାତ୍ର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଭାବେ ପଦୋନ୍ନତି ପାଇ ଭୁବନେଶ୍ୱର ପୁଲିସ କମିଶନର ହେଡକ୍ବାର୍ଟରରେ ଯୋଗଦେଇଥିବା ଜଣାପଡିଛି। ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ମେହେର ପୂର୍ବରୁ ୨୦୦୦ ମସିହାରେ ତାଙ୍କ ଚାକିରି ଜୀବନରେ ପ୍ରଥମ କରି କଂଟାବାଞ୍ଜି ଥାନାରେ ପୁଲିସ ସବଇନ୍ସପେକ୍ଟର ଭାବେ ଯୋଗ ଦେଇଥିବା ପ୍ରାପ୍ତ ସୂଚନାରୁ ଜଣାପଡିଛି। କଂଟାବାଞ୍ଜି ଥାନା ଅଂଚଳରେ ଅପରାଧ ନିୟନ୍ତ୍ରଣ ଓ ଏବଂ ଆଇନଶୃଙ୍ଖଳା ରକ୍ଷା ଦିଗରେ ତାଙ୍କର ପ୍ରଥମ ଆଭିମୁଖ୍ୟ ରହିବା ସହ ଅପରାଧିଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା। ଏଥିସହ ସହରରେ ଟ୍ରାଫିକ ସମସ୍ୟାର ସମାଧାନ ଉପରେ ଗୁତୁତ୍ୱ ଦେଇଛନ୍ତି। କଂଟାବାଞ୍ଜି ଅଂଚଳ ଦାଦନ ପ୍ରବଣ ଅଂଚଳ ଭାବେ ସାରାଦେଶରେ ପରିଚୟ ସୃଷ୍ଟି କରିଥିବା ବେଳେ ଯେଭଳି ଦାଦନ ଶ୍ରମିକ ଏବଂ ଗରିବ ଜନସାଧାରଣଙ୍କ ଉପରେ ଯଦି ଅତ୍ୟାଚାର ଘଟଣା ତାଙ୍କ ଦୃଷ୍ଟିକୁ ଆସେ ତେବେ ତାଙ୍କୁ ଉଚିତ ନ୍ୟାୟ ଦେବା ସହିତ ଦୋଷୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କୁ ସାକ୍ଷାତକାରରେ ସୂଚନା ଦେଇଛନ୍ତି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories