www.samajalive.in
Saturday, December 13, 2025
23.1 C
Bhubaneswar

ହଷ୍ଟେଲ ବନ୍ଦ: ଏବେ ଘରେ ୩ ଲକ୍ଷ ୫୦ ହଜାର ଏସ୍‌ଟିଏସ୍‌ସି ଛାତ୍ରଛାତ୍ରୀ, ଟେଲିଫୋନ ଯୋଗେ ପରାମର୍ଶ ଦେଉଛନ୍ତି ଶିକ୍ଷକ

ଭୁବନେଶ୍ୱର: କୋଭିଡ୍‌ ମହାମାରୀ ସଂକ୍ରମଣ ଯୋଗୁଁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ବିଦ୍ୟାଳୟ ଓ ହଷ୍ଟେଲ ବନ୍ଦ ରହିଛି। ଫଳତଃ ଛାତ୍ରଛାତ୍ରୀମାନେ ଘର ମଧ୍ୟରେ ରହିଛନ୍ତି। ଏଭଳି ପରିସ୍ଥିତିରେ ବିଦ୍ୟାଳୟରେ ଶିକ୍ଷା କାର୍ଯ୍ୟକ୍ରମ ପୁନଃଆରମ୍ଭ ହେବା ଏ ପର୍ଯ୍ୟନ୍ତ ସମ୍ଭବ ହୋଇପାରିନାହିଁ। ତେଣୁ, ବିଭାଗ ପକ୍ଷରୁ ଅଭିନବ ପଦକ୍ଷେପ ସ୍ୱରୂପ ବିଦ୍ୟାଳୟ ଓ ହଷ୍ଟେଲ ଛାତ୍ରଛାତ୍ରୀଙ୍କ ପାଇଁ ଟେଲିଫୋନ ଯୋଗେ ପରାମର୍ଶ କାର୍ଯ୍ୟକ୍ରମ ଚାଲୁ ରହିଛି । ବିଭାଗୀୟ ହଷ୍ଟେଲରେ ରହି ପାଠ ପଢ଼ୁଥିବା ୩ ଲକ୍ଷ ୫୦ ହଜାର ଏସ୍‌ଟିଏସ୍‌ସି ଛାତ୍ରଛାତ୍ରୀ ଏବେ ଘରେ ଅଛନ୍ତି । ସେଥି ମଧ୍ୟରୁ ୨ ଲକ୍ଷ ୨୦ ହଜାର ହେଉଛନ୍ତି ଛାତ୍ରୀ।

 

- Advertisement -

ଏହି ପରିପ୍ରେକ୍ଷୀରେ ସେମାନଙ୍କୁ ନିୟମିତ ଭାବେ ପରାମର୍ଶ ଦେବାର ଆବଶ୍ୟକତା ରହିଛି ବୋଲି ବିଭାଗ ଅନୁଭବ କରିପାରିଛି। ତେଣୁ, ବିଭାଗ ପକ୍ଷରୁ ଯେଉଁ ଛାତ୍ରଛାତ୍ରୀଙ୍କ ଆବଶ୍ୟକତା ରହିଛି, ସେମାନଙ୍କୁ ମନସ୍ତାତ୍ତ୍ୱିକ ଓ ମାନସିକ ସହାୟତା ଯୋଗାଇ ଦେବା ସଙ୍ଗେ ସଙ୍ଗେ ସେମାନଙ୍କର ବ୍ୟବହାରିକ ପରିବର୍ତ୍ତନକୁ ମନିଟର କରାଯାଉଛି। ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଓ ୟୁଏନ୍‌ଏଫ୍‌ପିଏର ବୈଷୟିକ ସହଯୋଗରେ ବିଭାଗୀୟ ମ୍ୟାଟ୍ରନ ଓ ନୋଡାଲ ଟିଚରମାନଙ୍କୁ ତାଲିମ ପ୍ରଦାନ କରାଯାଉଛି। ସେମାନେ ଛାତ୍ରୀମାନଙ୍କର ସେକ୍ସୁଆଲ ଓ ରିପ୍ରଡକସନ୍‌ ସ୍ୱାସ୍ଥ୍ୟ ଓ ଏ ସଂପର୍କୀୟ ପ୍ରସଙ୍ଗ ଉପରେ ପରାମର୍ଶ ପ୍ରଦାନ କରିପାରିବେ। ସେମାନେ ବରାବର ଏସ୍‌ଟିଏସ୍‌ସି ଛାତ ଛ୍ର ।ତ୍ରୀଙ୍କ ସଂପର୍କରେ ଅଛନ୍ତି। ଟେଲିଫୋନ ଯୋଗେ କୋଭିଡ୍‌ ଭଳି ଦୁର୍ଦ୍ଦିନ ପରିସ୍ଥିତିରେ ସେମାନଙ୍କୁ ପ୍ରେରଣା ଯୋଗାଇ ଦେଉଛନ୍ତି। ଯାହାଫଳରେ ପରିସ୍ଥିତି ସ୍ୱାଭାବିକ ହେବା ପରେ ସେମାନେ ବିଦ୍ୟାଳୟ ଓ ହଷ୍ଟେଲକୁ ଆସିବା ପାଇଁ ଆଗ୍ରହ ପ୍ରକାଶ କରିବେ।
ଏ ସଂପର୍କରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ଏକ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇଛି। ତତ୍‌ସହିତ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ବିଦ୍ୟାଳୟ, ବ୍ଲକ୍‌, ଜିଲ୍ଲା ଓ ରାଜ୍ୟସ୍ତରରେ ସମସ୍ତ ବ୍ୟବସ୍ଥା କରାଯାଇ ଜିଲ୍ଲା ମଙ୍ଗଳ ଅଧିକାରୀ, ମଙ୍ଗଳ ସଂପ୍ରସାରଣ ଅଧିକାରୀ, ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଏହି କାର୍ଯ୍ୟକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ଦାୟିତ୍ୱ ଦିଆଯାଇଛି।

Hot this week

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଢାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

Related Articles

Popular Categories