www.samajalive.in
Saturday, December 6, 2025
26.1 C
Bhubaneswar

ଖୋଲିପାରେ ସ୍କୁଲ, ପ୍ରସ୍ତୁତି ଆରମ୍ଭ : ସ୍କୁଲ ପରିସର ସଫା କରିବା ପାଇଁ ନିର୍ଦେଶ ଦେଲେ ରାଜ୍ୟ ସରକାର

ଭୁବନେଶ୍ବର: ପୂଜା ଛୁଟି ପରେ ସ୍କୁଲ ଖୋଲିବା ଆଶା ଉଜ୍ବଳ ହେଲା। ସ୍କୁଲ ପରିସର ସଫା କରିବା ପାଇଁ ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି। ସ୍କୁଲ ଖୋଲିବା ପାଇଁ କର୍ତ୍ତୃପକ୍ଷ ସ୍କୁଲ ଓ ଆସବାବପତ୍ର ସଫା କରିବା ଲାଗି ରାଜ୍ୟ ସରକାରଙ୍କ ନିର୍ଦେଶ କରିଛନ୍ତି। କରୋନା ଭୂତାଣୁ ସଂକ୍ରମଣ ଆଶଙ୍କାରେ ଗତ ୬ ମାସ ହେଲା ସ୍କୁଲ ବନ୍ଦ ହୋଇଥିବାରୁ ସଫା କରିବାକୁ ନିର୍ଦେଶ ଦିଆଯାଇଛି। ପୂଜା ଛୁଟି ପର୍ଯ୍ୟନ୍ତ ସ୍କୁଲ ବନ୍ଦ କରିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି। ଅପରପକ୍ଷରେ ପୂଜା ଛୁଟି ପରେ ବିଚାର କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ କରୋନା କଟକଣା ମଧ୍ୟରେ ରାଜ୍ୟରେ ସ୍କୁଲ ଖୋଲିବ ଏବଂ ଏଥିପାଇଁ ସରକାରଙ୍କ ପକ୍ଷରୁ ଆକ୍ସନ ପ୍ଲାନ ପ୍ରସ୍ତୁତ ହେଉଛି। କରୋନା ପାଇଁ ପାଖାପାଖି ୬ ମାସ ହେବ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ବନ୍ଦ ରହିଛି । ଏତେଦିନ ଧରି ସ୍କୁଲ ଗୁଡିକ ବନ୍ଦ ଥିବାରୁ କ୍ୟାମ୍ପସ ସଫେଇ ଓ ଭିତ୍ତିଭୂମି ସଜାଡ଼ିବାକୁ ନିର୍ଦେଶ ଦିଆଯାଇଛି । ଏହାକୁ ଦୃଷ୍ଟିରେ ରଖି ଶିକ୍ଷକ ହେଡ଼ କ୍ୱାର୍ଟର ଛାଡି ନ ଯିବାକୁ ମଧ୍ୟ କୁହାଯାଇଛି । ସ୍କୁଲ ଭିତିଭୂମିକୁ କୋଭିଡ ୧୯ ପୂର୍ବ ସ୍ଥିତିକୁ ଫେରାଇ ଆଣିବା ଦିଗରେ ସମସ୍ତେ କାର୍ଯ୍ୟ କରିବା ଲାଗି କୁହାଯାଇଛି । ଏହାର ଉଲ୍ଲଙ୍ଘନ କଲେ ଘଟଣାକୁ ଗୁରୁତର ସହିତ ନିଆଯିବ ବୋଲି ଜଣାପଡ଼ିଛି।
ଜୁଲାଇ ଓ ଅଗଷ୍ଟ ମାସରେ ମଧ୍ୟାହ୍ନ ଭୋଜନ ରୋଷେୟା ଓ ସହଯୋଗୀଙ୍କ ପାଉଣା ବାବଦରେ ୩୧କୋଟି ୮୧ଲକ୍ଷ ୫୮ହଜାର ୪୦୦ ଟଙ୍କା ମଞ୍ଜୁରୀ ହୋଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ଏଭଳି ନିର୍ଦେଶାବଳୀରୁ ଖୁବଶୀଘ୍ର ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଅନୁମାନ କରାଯାଇ ପାରେ। ପୂଜା ଛୁଟି ପରେ ଅର୍ଥାତ୍‌ ନଭେମ୍ବର ମାସ ପ୍ରଥମ ସପ୍ତାହରେ ସ୍କୁଲ ଖୋଲିପାରେ ବୋଲି ଜଣାପଡ଼ିଛି।
ଅପରପକ୍ଷରେ ପୂର୍ବରୁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଦେଶରେ ସ୍କୁଲ ଖୋଲିବା ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଟ୍ୱିଟ ମାଧ୍ୟମରେ ସ୍କୁଲ ଖୋଲିବା ପାଇଁ ଗାଇଡଲାଇନ ବିଷୟରେ ଘୋଷଣା କରିଛନ୍ତି। ଏଥିରେ ରାଜ୍ୟ ସରକାରଗୁଡିକ ବିଦ୍ୟାଳୟଗୁଡ଼ିକ ସହିତ ପରାମର୍ଶ, ପରିଚାଳନା କମିଟି ସହ ଆଲୋଚନା ଓ ସ୍ଥାନୀୟ ପରିସ୍ଥିତିକୁ ବିଚାରକୁ ନେଇ ଅକ୍ଟୋବର ୧୫ ପରେ ବିଦ୍ୟାଳୟ ଏବଂ କୋଚିଂ ପ୍ରତିଷ୍ଠାନ ଖୋଲିବା ବିଷୟରେ ନିଷ୍ପତ୍ତି ନେଇ ପାରିବେ ବୋଲି କୁହାଯାଇଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories