www.samajalive.in
Saturday, December 6, 2025
19.1 C
Bhubaneswar

ହାଥରସ ଘଟଣାରେ ନୂଆ ମୋଡ଼: ପୁଲିସକୁ ମୁଖ୍ୟ ଅଭିଯୁକ୍ତଙ୍କ ଚିଠି- ପୀଡ଼ିତା ଥିଲେ ଘନିଷ୍ଠ ବନ୍ଧୁ, ତାଙ୍କ ପରିବାର ଲୋକ ହତ୍ୟାକାରୀ

ଲକ୍ଷ୍ନୌ: ହାଥରସ ଘଟଣାରେ ଏବେ ଆସିଛି ଏକ ନୂଆ ମୋଡ଼ । ଜେଲରେ ଥିବା ମୁଖ୍ୟ ଅଭିଯୁକ୍ତ ସନ୍ଦୀପ ଠାକୁର ପୁଲିସକୁ ଲେଖିଛନ୍ତି ଏକ ଚିଠି । ଏଥିରେ ପୀଡ଼ିତା ତାଙ୍କର ଘନିଷ୍ଠ ବନ୍ଧୁ ଥିଲେ ଏବଂ ପୀଡ଼ିତାଙ୍କ ମା ଓ ଭାଇ ତାଙ୍କୁ ନିର୍ଯାତନା ଦେଇ ମାରି ଦେଇଛନ୍ତି ବୋଲି ଉଲ୍ଲେଖ କରିଛନ୍ତି । କେବଳ ସେତିକି ନୁହେଁ ପୀଡ଼ିତାଙ୍କ ପାଇଁ ସେ ନ୍ୟାୟ ଭିକ୍ଷା ମଧ୍ୟ କରିଛନ୍ତି ।

ଜେଲରେ ଥିବା ସନ୍ଦୀପ ଠାକୁର ପୁଲିସକୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ସେ ଓ ପୀଡ଼ିତା ବେଶ୍ ଭଲ ବନ୍ଧୁ ଥିଲେ । ପରସ୍ପରକୁ ଭେଟୁଥିଲେ, ବେଳେବେଳେ ଫୋନରେ କଥା ହେଉଛିଲେ । ମାତ୍ର ପୀଡ଼ିତାଙ୍କ ପରିବାର ଏହାକୁ ପସନ୍ଦ କରୁ ନ ଥିଲେ । ତାଙ୍କ ଭାଇ ଏଥିପାଇଁ ମଝିରେ ମଝିରେ ଧମକଚମକ ଦେଉଥିଲେ । ଘଟଣା ଦିନ ମୁଁ ତାଙ୍କୁ କ୍ଷେତରେ ଭେଟିବାକୁ ଯାଇଥିଲି, ଯେଉଁଠାରେ ତାଙ୍କ ମା ଏବଂ ଭାଇ ମଧ୍ୟ ସେଠାରେ ଥିଲେ। ଯେତେବେଳେ ସେ ମୋତେ ଘରକୁ ଯିବାକୁ କହିଥିଲେ, ମୁଁ ଫେରି ଆସିଥିଲି ବୋଲି ସନ୍ଦୀପ ଏହି ଚିଠିରେ ଉଲ୍ଲେଖ କରିଛନ୍ତି ।  କେବଳ ସେତିକି ନୁହେଁ,  ପୀଡ଼ିତାଙ୍କୁ ତାଙ୍କର ଭାଇ ମାଡ଼ମାରି ଆହତ କରିଥିଲେ ଓ ଯେଉଁଥିରେ ସେ ମୃତ୍ୟୁବରଣ କରିଛନ୍ତି ଗ୍ରାମବାସୀଙ୍କଠାରୁ ସେ ସୂଚନା ପାଇଛନ୍ତି  ବୋଲି ସନ୍ଦୀପ କହିଛନ୍ତି । ପୀଡ଼ିତାଙ୍କୁ ସେ ମାରି ନାହାନ୍ତି କିମ୍ବା ତାଙ୍କ ସହ କୌଣସି ଖରାପ ଆଚରଣ କରିନାହାନ୍ତି । କିନ୍ତୁ ତାଙ୍କ ଭାଇ ଏବଂ ପରିବାର ଲୋକମାନେ ମିଛରେ ତାଙ୍କ ନାମରେ ମାମଲା ରୁଜୁ କରିଛନ୍ତି ଓ ଜେଲ ପଠାଇଛନ୍ତି ବୋଲି ସନ୍ଦୀପ ପୁଲିସ ନିକଟକୁ ଲେଖିଥିବା ଚିଠିରେ ଉଲ୍ଲେଖ କରିବା ସହ ଏହାର ଉପଯୁକ୍ତ ତଦନ୍ତ କରିବା ଓ ନ୍ୟାୟ ଦେବାକୁ ଅନୁରୋଧ କରିଛନ୍ତି ।

- Advertisement -

ଅନ୍ୟପକ୍ଷରେ ପୀଡ଼ିତାଙ୍କ ଭାଇ ଓ ଅଭିଯୁକ୍ତଙ୍କ ମଧ୍ୟରେ ପୂର୍ବରୁ ପରିଚୟ, କଥାବାର୍ତା ଥିଲା ବୋଲି ଉତ୍ତରପ୍ରଦେଶ ପୁଲିସ ସ୍ପଷ୍ଟ କରିଛି । ପୀଡ଼ିତା ଓ ଅଭିଯୁକ୍ତଙ୍କ ମଧ୍ୟରେ ନିୟମିତ ଫୋନ୍ କଥାବାର୍ତା ହେଉଥିଲା । ସେହିପରି ପୀଡ଼ିତାଙ୍କ ଭାଇ ୬ ମାସରେ ଅଭିଯୁକ୍ତଙ୍କୁ ୧୪ ଥର କଲ କରିଛନ୍ତି ।

ଅନ୍ୟପକ୍ଷରେ ପୀଡ଼ିତାଙ୍କ ପିତା ସନ୍ଦୀପର ଅଭିଯୋଗକୁ ଅସ୍ବୀକାର କରିଛନ୍ତି । ଏକ ଜାତୀୟ ବୈଦ୍ୟୁତିକ ଚ୍ୟାନେଲକୁ ସେ କହିଛନ୍ତି ଯେ ଆମେ ଆମର ଝିଅକୁ ହରାଇଛୁ, ମାତ୍ର ବର୍ତମାନ ଆମ ଉପରକୁ ଅଙ୍ଗୁଳି ନିର୍ଦେଶ କରାଯାଉଛି । ଆମେ ଏହାକୁ ଭୟ କରୁନାହୁଁ । ଏହି ଅଭିଯୋଗ ମିଛ, ଆମକୁ କ୍ଷତିପୂରଣର ଆବଶ୍ୟକତା ନାହିଁ, ଆମକୁ ନ୍ୟାୟ ମିଳୁ ବୋଲି ପୀଡ଼ିତାଙ୍କ ପିତା କହିଛନ୍ତି ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories