www.samajalive.in
Saturday, December 6, 2025
19.1 C
Bhubaneswar

ଡ଼ାହାଣୀ ସନ୍ଦେହରେ ହତ୍ୟା ଘଟଣା, ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ

ବଡ଼ସାହି: ମୟୂରଭଞ୍ଜ ଜିଲା, ବଡ଼ସାହି ଥାନା ଇଲାକାରେ ୨୦୧୭ ମସିହା ଜାନୁଆରୀ ୩୦ତାରିଖରେ ଡ଼ାହାଣୀ ସନ୍ଦେହରେ ଘଟିଥିବା ଏକ ହତ୍ୟାକାଣ୍ଡର ମାମଲା ଶୁଣାଣି କରି ବୁଧବାର ଜିଲା ଦୌରାଜଜ ସଞ୍ଜୟ ରଞ୍ଜନ ବହିଦାର ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଣି କରିଛନ୍ତି। ତତ୍‍ସହିତ ୧୦ହଜାର ଟଙ୍କା ଜୋରିମାନା ଆଦାୟ ପାଇଁ ନିର୍ଦେଶ ଦେଇଛନ୍ତି। ଅନାଦେୟ ହେଲେ ଅଭିଯୁକ୍ତ ଗୋଟିଏ ବର୍ଷ ଅତିରିକ୍ତି କରାଦଣ୍ଡ ଭୋଗ କରିବା ନେଇ ସେ ରାୟରେ ଉଲ୍ଲେଖ କରିଛନ୍ତି।
ପ୍ରକାଶ ଯେ, ପୂର୍ଣ୍ଣଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟାଳୟର ୪ର୍ଥ ଶ୍ରେଣୀ କର୍ମଚାରୀ ତଥା ନରଣପୁର ଗ୍ରାମର ଶିବଶଙ୍କର ସିଂଙ୍କ ପତ୍ନୀ ଦୁଲାରୀ(୫୫)ଙ୍କୁ ତାଙ୍କ ପଡ଼ୋଶୀ କୁରାଢୀରେ ଛେଚି ହତ୍ୟା କରିବା ଅଭିଯୋଗରେ ବଡ଼ସାହି ପୁଲିସ୍‍ ରୁହ୍ୟା ହାଁସଦାଃ ଓରଫ ମାଝୀଙ୍କୁ ଗିରଫ କରି ତହିଁ ପରଦିନ କୋର୍ଟ ଚାଲାଣ କରଥିଲା। ବ୍ୟବହୃତ କୁରାଢ଼ୀକୁ ମଧ୍ୟ ଜବତ କରିଥିଲା। ତତ୍କାଳୀନ ଥାନାଧିକାରୀ ପାସ୍କଲ ଏକ୍କା ଏନେଇ ବଡ଼ସାହି ଥାନାରେ ଏକ ନରହତ୍ୟା ମାମଲା ରୁଜୁ କରିଥିଲେ। ଅଭିଯୁକ୍ତଙ୍କ ପରିବାର ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ବାରମ୍ବାର ଖରାଫ ହେଉଥିବାରୁ ପଡୋଶୀ ଦୁଲାରୀ ଡ଼ାହାଣୀ ସନ୍ଦେହରେ ରୁହ୍ୟା ଉତ୍ତ୍ୟକ୍ତ ହୋଇ କୁରାଢୀରେ ତାଙ୍କ ମୁଣ୍ଡରେ ଶକ୍ତ ପ୍ରହାର କରିଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କ ପରିବାର ଲୋକେ ସଙ୍ଗେ ସଙ୍ଗେ ୧୦୮ଆମ୍ବୁଲାନ୍ସ ଯୋଗେ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅଭିଯୁକ୍ତ ରୁହ୍ୟା ନିଜର ଦୋଷ ସ୍ୱୀକାର କରିବା ସହିତ ହତ୍ୟାକାଣ୍ଡରେ ଅନ୍ୟ କେହି ସାମିଲ ନଥିବା ଦର୍ଶାଇ ଥିଲା। ମାମଲାର ବିଚାର ଚାଲିଥିବା ବେଳେ ବିଚାରପତି ବୁଧବାର ଶୁଣାଣି କରି ଉପରୋକ୍ତ ରାୟ ଘୋଷଣା କରିଛନ୍ତି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories