www.samajalive.in
Sunday, December 14, 2025
23.1 C
Bhubaneswar

ସଡ଼କ ଦୁର୍ଘଟଣାରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ

ଗଞ୍ଜାମ : ୧୬ ନମ୍ବର ଜାତୀୟ ରାଜପଥ ଲକ୍ଷ୍ମୀପୁର ନିକଟରେ ଗୁରୁବାର ସ୍କୁଲକୁ ଯିବା ସମୟରେ ଜଣେ ପ୍ରଧାନ ଶିକ୍ଷୟତ୍ରୀଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମୃତ ପ୍ରଧାନ ଶିକ୍ଷୟିତ୍ରୀ ଜଣକ ହେଲେ ହୁମ୍ମା ସଲଟପଡ଼ିଆ ପ୍ରକଳ୍ପ ଉଚ୍ଚ ପ୍ରାଇମେରୀ ସ୍କୁଲରେ କାର୍ଯ୍ୟରତ ମଞ୍ଜୁଳାବାଳା ଆଚାର୍ଯ୍ୟ। ମିଳିଥିବା ସୂଚନା ଅନୁସାରେ ମୃତ ଶିକ୍ଷୟତ୍ରୀ ପୁଅର ବାଇକରେ ସ୍କୁଲ ଯାଉଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥ ଲକ୍ଷ୍ମୀପୁର ଠାରେ ଅନ୍ୟ ଏକ ବାଇକ ଆରୋହୀ ତାଙ୍କୁ ଧକ୍କା ଦେଇ ଚାଲିଯାଇଥିଲା। ଫଳରେ ମା ଓ ପୁଅ ରାସ୍ତାରେ ଛିଟିକି ପଡ଼ିଥିଲେ। ସେହି ରାସ୍ତା ଦେଇ ଯାଉଥିବା ଏକ ଟ୍ରକ ହଠାତ ଶିକ୍ଷୟତ୍ରୀ ଙ୍କ ଦୁଇଟି ଗୋଡରେ ଚଢି ଯାଇଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ସେହି ରାସ୍ତାଦେଇ ଏକ କାରରେ ସ୍କୁଲକୁ ଯାଉଥିବା ପାଲୁରୁ ହାଇସ୍କୁଲ ଶିକ୍ଷକ ସନ୍ତୋଷ କୁମାର ପଲାଇ ତାଙ୍କୁ କାର ଯୋଗେ ତୁରନ୍ତ ଛତ୍ରପୁର ମେଡିକାଲ ଓ ପରେ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ମେଡିକାଲ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।  ଶିକ୍ଷୟତ୍ରୀଙ୍କ ଅକାଳ ବିୟୋଗରେ ବ୍ଲକର ସମଗ୍ର ଶିକ୍ଷକ-ଶିକ୍ଷୟିତ୍ରୀ  ମହଲରେ ଶୋକର ଛାୟା ଖେଳି ଯାଇଛି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories