www.samajalive.in
Monday, December 8, 2025
24.1 C
Bhubaneswar

କୋକସରା ଶିକ୍ଷା ଓ ଭିତ୍ତିଭୂମି ବିକାଶ ହେବ -ଗଣଶିକ୍ଷା ମନ୍ତ୍ରୀ

ଲଡ଼ୁଗାଁ :କଳାହାଣ୍ଡି ଗସ୍ତରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ  । ମନ୍ତ୍ରୀ ପଦ ପାଇବା ପରେ ସେ ପ୍ରଥମ ଥର ପାଇଁ କଳାହାଣ୍ଡି ଗସ୍ତ କରିଛନ୍ତି । ଇତିମଧ୍ୟରେ ରାଜ୍ୟ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀଙ୍କୁ  କୋକସରା ବ୍ଲକର ବିଭିନ୍ନ ସ୍ଥାନରେ  ସ୍ୱାଗତ ସମ୍ବର୍ଦ୍ଧନା   ଦିଆଯାଇଛି । ସର୍ବ ପ୍ରଥମେ କଳାହାଣ୍ଡି ସୀମାନ୍ତ ଆମପାଣି ଠାରେପ୍ରଭୁ ବୁଢ଼ାରଜା ଙ୍କ ଦର୍ଶନ କରି ସ୍ଥାନୀୟ କର୍ମୀଙ୍କ ସହ ଆଲୋଚନା କରି ବାହାରି ଥିଲେ।

ସୂଚନାନୁସାରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଗଣ୍ଡ ସୋମବାର ଭବାନୀପାଟଣା ଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ କୋକସରା ଭିଆଇପି ଲେନ ନିକଟରେ  ଗର୍ଗ ପରିବାର ପକ୍ଷରୁ ଆୟୋଜିତ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଆନନ୍ଦ କୁମାର ଗର୍ଗ, ରାଜେଶ ଗର୍ଗ , ସୁଶିଲ ଅଗ୍ରୱାଲ, ରୋହିତ ଅଗ୍ରୱାଲ  କଳାହାଣ୍ଡିରୁ ଜାତୀୟ ସ୍ତର ଭଲିବଲ୍ ଖେଳାଳୀ ଧର୍ମାନନ୍ଦ ପଟ୍ଟନାୟକ,  ପୂର୍ବତନ ମଣ୍ଡଳ ସଭାପତି ଲକ୍ଷ୍ମୀକାନ୍ତ ପ୍ରଧାନୀ , ମାନସ ରାଉତ, ଅମୂଲ୍ୟ ଦାସ ଉପସ୍ଥିତ ରହି ଅଭିନନ୍ଦନ ଓ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ।

- Advertisement -

ପରବର୍ତ୍ତୀ ସମୟରେ  କୋକସରା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ କୋକସରା ମଣ୍ଡଳ ବିଜେପି କାର୍ଯ୍ୟକର୍ତ୍ତା ସମେତ କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ନେହାପ୍ରଭା ମାଝୀ, ଗୋଷ୍ଠୀ ଶିକ୍ଷାଧିକାରୀ ରଶ୍ମିତା ନେତମ, ଏବିଇଓ ତୋଫାନ ମାଝୀ , କୋକସରା ବ୍ଲକ ଶିକ୍ଷକ ସଂଘ ସଭାପତି ଭୁରିଶ୍ରବା ଜାଲ, ଉପ ସଭାପତି ବିର କିଶୋର ନାଗ, ଏକ୍ସ କେଡର ଶିକ୍ଷକ ସଂଘ ସଭାପତି ଗଗନ ବିହାରୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଗଣ୍ଡ ଙ୍କୁ ଫୁଲତୋଡା ଦେଇ ସ୍ୱାଗତ  ଜଣାଇଥିଲେ। ମନ୍ତ୍ରୀ କୋକସରା ବିଡ଼ିଓ ଓ ବିଇଓ ଙ୍କୁ ଭଉଣୀ ବୋଲି ସମ୍ବୋଧନ କରି କୋକସରା ଅଞ୍ଚଳ କିଭଳି ଶିକ୍ଷା ଓ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କିଭଳି ଆହୁରି ଉନ୍ନତ ହେବ ସେ ନେଇ ଧ୍ୟାନ ଦେବାକୁ କହିଥିଲେ ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories