www.samajalive.in
Wednesday, December 10, 2025
26.1 C
Bhubaneswar

ପରିବାର କାଳହ: ସ୍ୱାମୀକୁ ପନିକିରେ ହାଣିଲା ସ୍ତ୍ରୀ

କେଶଦୁରାପାଳ :ପାରିବାରିକ କାଳହରୁ ସ୍ୱାମୀକୁ ସ୍ତ୍ରୀ ଅତି ନିର୍ମମ ଭାବରେ ଏକ ପନିକିରେ ହାଣିଦେଇଥିବା ଜଣାପଡିଛି । ଏପରି ଘଟଣା ଘଟିଛି କେନ୍ଦୁଝର ଜିଲା ଘଷିପୁରା ଥାନା ଅନ୍ତର୍ଗତ ସାମୁକାନାଣ୍ଡି ଗ୍ରାମରେ ସୂଚନା ରୁ ପ୍ରକାଶ ପରିଆ ନାହକ ଓ ତାଙ୍କ ସ୍ତ୍ରୀ କନକ ନାହକ ଓ ବଡ଼ଝିଅ ରଶ୍ମିତା ନାହାକଙ୍କ ମଧ୍ୟରେ କୈଣସି କଥାକୁ ନେଇ
ପରସ୍ପର ମଧ୍ୟରେ ଝଗଡା ହୋଇଥିଲେ। ଏଥିରେ ସ୍ତ୍ରୀ କନକ ରାଗିଯାଇ ଏକ ପନିକିରେ ସ୍ୱାମୀ ପରିଆଙ୍କ ମୁଣ୍ଡକୁ ହାଣି ଦେଇଥିଲା। ପାଟି ଶୁଣି ପରିବାରର ସାନ ଭାଇ କାଳିଆ ନାହକ ବଡ଼ ଭାଇ ପରିଆକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଆନନ୍ଦପୁର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରିଛନ୍ତି। ସେଠାରେ ଡାକ୍ତର ତାଙ୍କର ଚିକିତ୍ସା ଜାରି ରଖିଛନ୍ତି । ହାଣିବା ପରେ ସ୍ତୀ ଓ ଝିଅ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି। ସାନଭାଇ ଟଙ୍କା ପାଇଁ ପରିବାରରେ ଝଗଡା ଲାଗିଥିବା କଥା କହୁଛନ୍ତି।

ପରିଆ କହିଛନ୍ତି ଯେ ବିହାହିତ ଝିଅ ରଶ୍ମିତା ନାହାକ ଓ ତାର ସ୍ୱାମୀ ଢେଙ୍କା ଅଂଚଳର ଦିବ୍ୟାଙ୍ଗ ସଞ୍ଜୟ ଦେହୁରୀ ରଜପାଇଁ ଶ୍ବଶୁର ଘରକୁ ଆସିଥିଲେ । ୨ଦିନ ରହିବା ପରେ ଜ୍ୟାଇଁ ସଞ୍ଜୟ ନିଜ ଗାଁ କୁ ଚାଲିଯାଇଥିଲେ । ଏହା ପରେ ପରିଆ ନିଜ ଝିଅ କୁ ସ୍ୱାମୀ ଦିବ୍ୟାଙ୍ଗ ସଞ୍ଜୟ ଙ୍କୁ ସାହାଯ୍ୟ କରିବାପାଇଁ ନିଜ ଶଶୁର ଘର ଢେଙ୍କା ଙ୍କୁ ଚାଲିଯିବା ପାଇଁ କହିଥିଲେ । ଏଥିରେ ମା ଝିଅ ଉଭୟ ଉଦକ୍ଷିପ୍ତ ହୋଇ ଏକ ଧାରୁଆ ପନିକି ରେ ସ୍ୱାମୀ ଙ୍କୁ ଆକ୍ରମଣ କରିଥିଲେ । ପାଟି ଶୁଣି ସାନ ଭାଇ କାଳିଆ ବଡ଼ ଭାଇ ପରିଆକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରିଛନ୍ତି । ଏସଂପର୍କରେ ଘସିପୁରା ଥାନାରେ ଅଭିଯୋଗ କରିଛନ୍ତି ବୋଲି ସାନ ଭାଇ ପ୍ରକାଶ କରିଛନ୍ତି । ଘଟଣା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ମୁଦାଲା ଫେରାର ଥିବା ଜଣାପଡିଛି ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories