www.samajalive.in
Saturday, December 13, 2025
14.1 C
Bhubaneswar

ଏସ୍‍ଏଏସ୍‍ ପାଇଲଟଙ୍କ ଧର୍ମଘଟ: ୪୦୦୦ ଉଡ଼ାଣ ବାତିଲ, ୩.୮୦ ଲକ୍ଷ ଯାତ୍ରୀ ପ୍ରଭାବିତ

କୋପେନହାଗେନ : ସ୍କାଣ୍ଡିନାଭିଆନ ଏୟାରଲାଇନ୍ସ (ଏସ୍‍ଏଏସ୍‍) ପାଇଲଟଙ୍କ ଧର୍ମଘଟ ଗୁରୁବାର ସପ୍ତମ ଦିନରେ ପହଞ୍ଚିଛି। ଧର୍ମଘଟ ଯୋଗୁଁ ସ୍ୱିଡେନ, ନରୱେ ଏବଂ ଡେନମାର୍କର ୩ ଲକ୍ଷ ୮୦ ହଜାର ଯାତ୍ରୀ ପ୍ରଭାବିତ ହୋଇଛନ୍ତି। ଏୟାରଲାଇନ୍ସର ୧,୪୦୯ ପାଇଲଟ ଗତ ଶୁକ୍ରବାରରୁ ଧର୍ମଘଟ କରୁଛନ୍ତି। ଏଥିଯୋଗୁଁ ଏୟାରଲାଇନ୍ସର ଏପର୍ଯ୍ୟନ୍ତ ୪୦୦୦ ବିମାନ ଉଡ଼ାଣ ବାତିଲ ହୋଇଛି।
ମ୍ୟାନେଜମେଣ୍ଟ (ପରିଚାଳକ) ଏବଂ ପାଇଲଟ (ବିମାନ ଚାଳକ)ଙ୍କ ମଧ୍ୟରେ ବୁଧବାରଠାରୁ ଆଲୋଚନା ଚାଲିଛି। ହେଲେ ଏପର୍ଯ୍ୟନ୍ତ ସମାଧାନାର ବାଟ ବାହାରିନାହିଁ। ଗୁରୁବାର ୭୦୯ ବିମାନ ଉଡ଼ାଣ ବାତିଲ କରାଯାଇଛି। ଏଥିଯୋଗୁଁ ୫୪,୫୯୦ ଯାତ୍ରୀ ପ୍ରଭାବିତ ହୋଇଛନ୍ତି। ଦରମା ବୃଦ୍ଧି ଏବଂ କାର୍ଯ୍ୟ ସମୟରେ ସୁଧାର ଦାବିରେ ପାଇଲଟମାନେ ଧର୍ମଘଟକୁ ଓହ୍ଲାଇଛନ୍ତି। ପାଇଲଟ ଏବଂ ଏୟାରଲାଇନ୍ସ ପରିଚାଳକଙ୍କ ମଧ୍ୟରେ ମଧ୍ୟସ୍ଥତା କରୁଥିବା ୱିଲହେମ ରୋଲେଣ୍ଡ କହିଛନ୍ତି ଯେ ଦୁଇ ପକ୍ଷ ମଧ୍ୟରେ ଗତିରୋଧ କାମଏ ରହିଛି। କଥାବାର୍ତ୍ତା ଜାରି ରହିଥିବାରୁ ଆଗକୁ ସମାଧାନର ବାଟ ବାହାରିବ ବୋଲି ଆଶା କରାଯାଉଛି। ପାଇଲଟମାନେ ଅଭିଯୋଗ କରିଛନ୍ତି ଯେ କାର୍ଯ୍ୟ ସମୟ ସବୁଠୁ ବଡ଼ ଚିନ୍ତାର ବିଷୟ ହୋଇଛି। କେତେକ ସମୟରେ ସେମାନଙ୍କୁ ଅବିରତ ୨ରୁ ୩ ସପ୍ତାହ କାର୍ଯ୍ୟ କରିବାକୁ ପଡୁଛି।

Hot this week

ଶୀତରେ ଥରୁଛି ସାରା ଓଡିଶା

ଭୁବନେଶ୍ଵର: ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ ଦିଗରୁ...

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

Related Articles

Popular Categories