www.samajalive.in
Monday, December 8, 2025
13.1 C
Bhubaneswar

ଶାବରୀମାଳାରେ ମହିଳାଙ୍କ ପ୍ରବେଶ ପ୍ରସଙ୍ଗ: ନଭେମ୍ବର ୧୩ରୁ ସମୀକ୍ଷା ଆବେଦନର ଶୁଣାଣି

ନୂଆଦିଲ୍ଲୀ : କେଳର ପ୍ରସିଦ୍ଧ ଶାବରୀମାଳା ମନ୍ଦିରେ ସବୁ ବର୍ଗର ମହିଳାଙ୍କୁ ପ୍ରବେଶ ଅନୁମତି ସମ୍ବନ୍ଧୀୟ ନିଜ ରାୟ ଉପରେ ସ୍ଥଗିତାଦେଶ ଜାରି କରିବାକୁ ସୁପ୍ରିମକୋର୍ଟ ମଙ୍ଗଳବାର ମନା କରିଦେଇଛନ୍ତି। ଏଥିସହ ଏହି ରାୟ ବିରୋଧରେ ଜାତୀୟ ଆୟପ୍ପା ଭକ୍ତ ସଂଘ ପକ୍ଷରୁ ହୋଇଥିବା ସମୀକ୍ଷା ଆବେଦନ ଉପରେ ନଭେମ୍ବର ୧୩ରୁ ଶୁଣାଣି ଆରମ୍ଭ ହେବ ବୋଲି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ କହିଛନ୍ତି। ଶାବରୀମାଳାର ଆରାଧ୍ୟଙ୍କୁ ବିଶ୍ୱାସ କରୁ ନ ଥିବା ଜଣେ ମହିଳାଙ୍କ ଜନସ୍ୱାର୍ଥ ଆବେଦନ ଉପରେ ଏକ ଧାର୍ମିକ ପରମ୍ପରାକୁ ଲୋପ କରାଯାଇ ପାରିବ ନାହିଁ ବୋଲି ସଂଘର ସଭାପତି ଶିଳଜା ବିଜୟନ ତାଙ୍କ ଆବେଦନରେ ଦର୍ଶାଇଥିଲେ। ଶାବରୀମାଳା ମନ୍ଦିରରେ ୧୦ରୁ ୫୦ ବର୍ଷ ବୟସ୍କ ମହିଳାଙ୍କ ପ୍ରବେଶ ନିଷେଦ ଥିବା ବେଳେ ଏଠାରେ ସମସ୍ତ ବୟସର ମହିଳା ପ୍ରବେଶ କରିପାରିବେ ବୋଲି ସେପ୍ଟେମ୍ବରରେ ସୁପ୍ରିମକୋର୍ଟ ୪:୧ ମତାଧିକ୍ୟ ଭିତ୍ତିରେ ରାୟ ଦେଇଥିଲେ। ମାତ୍ର ଏହି ରାୟକୁ ଅନୁପାଳନ କରାଯାଇ ନାହିଁ ବୋଲି ଦର୍ଶାଇ ଆୟପ୍ପା ଭକ୍ତମାନେ ସୁପ୍ରିମକୋର୍ଟରେ ଏକାଧିକ ସମୀକ୍ଷା ଆବେଦନ କରିଛନ୍ତି। ଅନ୍ୟପଟେ ଶାବରୀମାଳାରେ ପ୍ରଥମ ପର୍ଯ୍ୟାୟ ତୀର୍ଥ ଯାତ୍ରା ଶେଷ ହୋଇ ଇତିମଧ୍ୟରେ ମନ୍ଦିର ବନ୍ଦ ହୋଇଯାଇଛି। କିନ୍ତୁ ଏହି ତୀର୍ଥ ସମୟରେ ୧୦ରୁ ୫୦ ବର୍ଷ ବୟସ୍କ କୌଣସି ମହିଳାଙ୍କୁ ପ୍ରବେଶ କରିବାକୁ ଦିଆଯାଇନାହିଁ। ଏପରିକି ବୟସ ପ୍ରମାଣ ପତ୍ର ଦେଖିବା ପରେ ହିଁ ଆୟପ୍ପା ଭକ୍ତମାନେ ସମ୍ପୃକ୍ତ ମହିଳାମାନଙ୍କୁ ଦର୍ଶନ ସୁଯୋଗ ଦେଇଛନ୍ତି।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories