www.samajalive.in
Sunday, December 7, 2025
18.1 C
Bhubaneswar

ମାସୁଦ ଆଝାରକୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା ପ୍ରସଙ୍ଗ: ଭାରତର ନିବେଦନକୁ ଚୀନ୍‍ର ପ୍ରତ୍ୟାଖ୍ୟାନ

ବେଜିଂ : ପାକିସ୍ତାନ ସମର୍ଥିତ ଜୈସ୍‍-ଇ-ମହମ୍ମଦ (ଜେଇଏମ୍‍)ର ମୁଖ୍ୟ ମାସୁଦ ଆଝାରକୁ ଜାତିସଂଘ ପକ୍ଷରୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣାରେ ସହଯୋଗ କରିବାକୁ ଭାରତରା ଅନୁରୋଧକୁ ଚୀନ୍‍ ପୁନଃ ପ୍ରତ୍ୟାଖ୍ୟାନ କରିଦେଇଛି। ଭାରତ ସହିତ ସ୍ୱାକ୍ଷରିତ ପ୍ରଥମ ଆଭ୍ୟନ୍ତରୀଣ ନିରାପତ୍ତା ସହଯୋଗିତା ରାଜିନାମା ସୀମାପାର ଅପରାଧ ରୋକିବା ଦିଗରେ ସହାୟକ ହେବ ବୋଲି ଚୀନ୍‍ ଦର୍ଶାଇଥିବା ବେଳେ ମାସୁଦ ପ୍ରସଙ୍ଗରେ ଏହା ନିଜ ଆଭିମୁଖ୍ୟରେ ଅଟଳ ରହିଛି। ନୂଆଦିଲ୍ଲୀଠାରେ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ଏବଂ ଚୀନ୍‍ର ଷ୍ଟେଟ୍‍ କାଉନ୍‍ସିଲର ଓ ନିରାପତ୍ତା ମନ୍ତ୍ରୀ ଝାସ କେଝିଙ୍କ ମଧ୍ୟରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକ ଅବସରରେ ଉଭୟ ଦେଶ ମଧ୍ୟରେ ଏହି ରାଜିନାମା ସ୍ୱାକ୍ଷର ହୋଇଛି। ଦ୍ୱିପାକ୍ଷିକ ସମ୍ପର୍କରେ ଉନ୍ନତି ତଥା ନିରାପତ୍ତା ନେଇ ସହଯୋଗିତା ଦିଗରେ ଏହି ଚୁକ୍ତି ଖୁବ୍‍ ଗୁରୁତ୍ୱପୂର୍ଣ୍ଣ ବୋଲି ବୈଠକ ପରେ ଚୀନ୍‍ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ହୁଆ ଚୁନିଂ କହିଛନ୍ତି। ୨୦୧୮ ଏପ୍ରିଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ ରାଷ୍ଟ୍ରପତି ସି ଜିନ୍‍ପିଙ୍ଗଙ୍କ ମଧ୍ୟରେ ଅନୁଷ୍ଠିତ ଅନୌପଚାରିକ ସାକ୍ଷାତ ବିଷୟରେ ସେ କହିଛନ୍ତି ନିରାପତ୍ତା ଏବଂ ଆଇନ ପ୍ରବର୍ତ୍ତନକୁ ନେଇ ପାରସ୍ପରିକ ସହଯୋଗିତାରେ ଚୀନ୍‍ ବିଶ୍ୱାସ କରେ। ଏହାଦ୍ୱାରା ନିରାପତ୍ତା ନେଇ ଅଧିକ ସାଂଗଠନିକ ଏବଂ ବ୍ୟବସ୍ଥିତ ଆଶ୍ୱାସନା ମିଳିଥାଏ। ସୀମାପାର ତଥା ବିଚ୍ଛିନ୍ନତାବାଦୀ ଶକ୍ତିଗୁଡିକୁ ଦମନ କରିବାରେ ଭାରତକୁ ଚୀନ୍‍ ଏହାର ସହଯୋଗ ଜାରି ରଖିବ; କିନ୍ତୁ ମାସୁଦକୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା ସମ୍ବନ୍ଧରେ ପ୍ରଶ୍ନ ହେବାରୁ ହୁଆ କହିଥିଲେ ଏ ନେଇ ଚୀନ୍‍ ପୂର୍ବରୁ ଏହାର ଆଭିମୁଖ୍ୟ ସ୍ପଷ୍ଟ କରିଛି। ଉଲ୍ଲେଖ ଯେ ମାସୁଦକୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା ଲାଗି ଜାତିସଂଘରେ ପ୍ରସ୍ତାବ ଆଗତ କରାଯାଇଥିବା ବେଳେ ଚୀନ୍‍ ଏହାର ଭିଟୋ କ୍ଷମତା ପ୍ରୟୋଗ ପୂର୍ବକ ଏହାକୁ ପକାଇ ରଖିଛି।

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories