ଏସ୍‌ସି/ଏସ୍‌ଟି ଆଇନ ଅନୁଯାୟୀ ସରକାରୀ କର୍ମଚାରୀଙ୍କୁ ତୁରନ୍ତ ଗିରଫ କରାଯାଇ ପାରିବ ନାହିଁ: ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ : ତଫସିଲଭୁକ୍ତ ଜାତି/ଜନଜାତି (ଏସ୍‌ସି/ଏସ୍‌ଟି) ଆଇନ ଅନୁଯାୟୀ ସରକାରୀ କର୍ମଚାରୀଙ୍କୁ ତୁରନ୍ତ ଗିରଫ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ଏହି ଆଇନ ଅନୁଯାୟୀ କୌଣସି ସରକାରୀ କର୍ମଚାରୀଙ୍କୁ ଗିରଫ କରିବା ପୂର୍ବରୁ ଡିଏସ୍‌ପି ପାହ୍ୟାର ଜଣେ ପୁଲିସ ଅଧିକାରୀ ଅଭିଯୋଗର ସତ୍ୟାସତ୍ୟ ଅନୁସନ୍ଧାନ କରିବେ ବୋଲି ଜଷ୍ଟିସ ଆଦର୍ଶ ଗୋଏଲ ଓ ଜଷ୍ଟିସ ୟୁ.ୟୁ.ଲଳିତଙ୍କୁ ନେଇ ଗଠିତ ଖଣ୍ଡପୀଠ ରାୟ ଦେଇଛନ୍ତି। ଏହି ଆଇନ ଅନୁଯାୟୀ ଗିରଫ ହୋଇଥିବା ସରକାରୀ କର୍ମଚାରୀଙ୍କୁ ଜାମିନ ମିଳିବାରେ ଅସୁବିଧା ହେବ ନାହିଁ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ଉପରିସ୍ଥ କ୍ଷମତାପ୍ରାପ୍ତ ଅଧିକାରୀଙ୍କଠାରୁ ଅନୁମତି ମିଳିବାପରେ ହିଁ ଏହି ଆଇନ ଅନୁଯାୟୀ ସରକାରୀ କର୍ମଚାରୀଙ୍କୁ ଗିରଫ କରାଯିବ ବୋଲି ଖଣ୍ଡପୀଠ ନିର୍ଦେଶ ଦେଇଛନ୍ତି।

Leave A Reply