ନୂଆଦିଲ୍ଲୀ: ପଞ୍ଜାବ-ମହାରାଷ୍ଟ୍ର ସମବାୟ(ପିଏମସି) ବ୍ୟାଙ୍କର ଗ୍ରାହକମାନଙ୍କୁ ସୁପ୍ରିମକୋର୍ଟରୁ ଝଟ୍କା ମିଳିଛି। ଆବେଦନକାରୀଙ୍କୁ ହାଇକୋର୍ଟରେ ପିଟିଶନ ଦାଖଲ କରିବାକୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି। ସୂଚନା ଅନୁସାରେ, ଦିଲ୍ଲୀରେ ରହୁଥିବା ବି.କେ. ମିଶ୍ରାଙ୍କ ପକ୍ଷରୁ ଏହି ପିଟିଶନ ଦାୟର କରାଯାଇଥିଲା। ଅଳ୍ପ କିଛି ଋଣଗ୍ରହୀତାଙ୍କ ଯୋଗୁ ଅନ୍ୟ ସାଧାରଣ ନାଗରିକଙ୍କ ଜମା ପ୍ରତି ବିପଦ ସୃଷ୍ଟି ହେବା ସହିତ ଆର୍ଥିକ ସଙ୍କଟ ସୃଷ୍ଟି ହୋଇଛି। ତେଣୁ ବ୍ୟାଙ୍କ ଏବଂ ଜମା ରାଶିର ସୁରକ୍ଷା ପାଇଁ ଉପଯୁକ୍ତ ନିର୍ଦେଶାବଳୀ ଜାରି କରିବାକୁ ଆବେଦନଦକାରୀ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଥିଲେ।
ପିଏମସି ବ୍ୟାଙ୍କ ଗ୍ରାହକଙ୍କୁ ସୁପ୍ରିମକୋର୍ଟ ଝଟ୍କା; ହାଇକୋର୍ଟରେ ପିଟିଶନ ଦାଖଲ କରିବାକୁ ପରାମର୍ଶ
Popular Categories



