www.samajalive.in
Friday, December 5, 2025
17.1 C
Bhubaneswar

ଲାଲୁଙ୍କୁ ସୁପ୍ରିମକୋର୍ଟରୁ ଝଟକା, ଚାକିରି ପାଇଁ ଜମି ମାମଲାରେ ଦେଲେନି ରହିତାଦେଶ

ସମାଜ ଡିଜିଟାଲ ଡେସ୍କ: ଆରଜେଡି ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ସୁପ୍ରିମକୋର୍ଟରୁ ଝଟ୍‌କା ମିଳିଛି। ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ସର୍ବୋଚ୍ଚ ଅଦାଲତ ରହିତାଦେଶ ଦେବାକୁ ଶୁକ୍ରବାର ମନା କରିଦେବା ପରେ ଲାଲୁଙ୍କୁ ନିରାଶ ହେବାକୁ ପଡ଼ିଛି। ଲାଲୁଙ୍କ ପକ୍ଷରୁ ଏ ନେଇ କରାଯାଇଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି।

ସୁପ୍ରିମକୋର୍ଟ କହିଛନ୍ତି, ହାଇକୋର୍ଟରେ ଶୁଣାଣି ଜାରି ରହିଥିବା ଏହି ମାମଲାରେ ହସ୍ତକ୍ଷେପ କରିବେ ନାହିଁ। ମାମଲାର ବିଚାର ପ୍ରକ୍ରିୟା ଉପରେ କୌଣସି ରହିତାଦେଶ ଦିଆଯିବ ନାହିଁ। ମାମଲାର ଶୁଣାଣି ଜାରି ରହିବ। ହାଇକୋର୍ଟ ତ୍ଵରିତ ବେଗରେ ମାମଲାର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ଏହାବ୍ୟତୀତ ଲାଲୁଙ୍କ ବୟସକୁ ଦୃଷ୍ଟିରେ ରଖି ମାମଲାର ଶୁଣାଣି ପ୍ରକ୍ରିୟା ସମୟରେ ସେ ବ୍ୟକ୍ତିଗତ ରୂପେ ଅଦାଲତରେ ହାଜର ହେବା ଦରକାର ନାହିଁ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories