www.samajalive.in
Saturday, December 6, 2025
17.1 C
Bhubaneswar

କରୋନା ରୋଗୀଙ୍କ ଘର ବାହାରେ ଲାଗିବନି ପୋଷ୍ଟର: ସୁପ୍ରମିକୋର୍ଟ

ନୂଆଦିଲ୍ଲୀ: ଏଣିକି ସରକାର କରୋନା ରୋଗୀଙ୍କ ଘର ବାହାରେ ପୋଷ୍ଟର ଲଗାଇପାରିବେନି। ଏହା ଉପରେ ସୁପ୍ରିମକୋର୍ଟ ଅଙ୍କୁଶ ଲଗାଇଛନ୍ତି। କୌଣସି ବ୍ୟକ୍ତି କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିଲେ ତାଙ୍କ ଘର ବାହାରେ ପ୍ରଶାସନ ପକ୍ଷରୁ ଚେତାବନୀ ସମ୍ପର୍କିତ ପୋଷ୍ଟର ବା ସାଇନେଜ୍‌ ଲଗାଯାଉଛି। କିନ୍ତୁ ଏପରି ନ କରିବାକୁ ସୁପ୍ରିମକୋର୍ଟ ବୁଧବାର ନିର୍ଦେଶ ଦେଇଛନ୍ତି।

Image Courtesy: ET

ସର୍ବୋଚ୍ଚ ନ୍ୟାୟାଳୟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ବିପର୍ଯ୍ୟୟ ପରିଚାଳନା ଅଧିନିୟମ ଅନୁଯାୟୀ ଦକ୍ଷ ଅଧିକାରୀମାନେ ଯଦି ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରି କରନ୍ତି, ତେବେ ଏହି ପୋଷ୍ଟରଗୁଡିକ କେବଳ ସ୍ୱତନ୍ତ୍ର ମାମଲାରେ ଲଗାଯାଇପାରିବ। କରୋନା ରୋଗୀଙ୍କ ଘର ଆଗରେ ପୋଷ୍ଟର ନ ଲଗାଇବାକୁ ନିର୍ଦେଶ ଦେବା ଲାଗି ଅନୁରୋଧ କରି ଦାଖଲ ହୋଇଥିବା ପିଟିଶନର ଶୁଣାଣି କରି ଜଷ୍ଟିସ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହା କହିଛନ୍ତି।

- Advertisement -

ବିଚାରପତି ଆର. ଏସ. ରେଡ୍ଡୀ ଏବଂ ବିଚାରପତି ଏମ.ଆର. ଶାହ ଖଣ୍ଡପୀଠରେ ସାମିଲ ଥିଲେ। କେନ୍ଦ୍ରର ନିର୍ଦ୍ଦେଶାବଳୀ ଅନୁସରଣ କରି ସୁପ୍ରିମକୋର୍ଟ କହିଛନ୍ତି ଯେ, କରୋନା ଭୂତାଣୁ ସଂକ୍ରମିତ ରୋଗୀଙ୍କ ଘର ବାହାରେ ପୋଷ୍ଟର ଏବଂ ‘ସାଇନେଜ୍’ (ନିର୍ଦ୍ଦେଶନାମା କିମ୍ବା ଚେତାବନୀ ସୂଚକ) ଲଗାଯିବା ଅନୁଚିତ।

ସୂଚନାଯୋଗ୍ୟ, କେନ୍ଦ୍ର ସରକାର ପୂର୍ବରୁ ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ, ଦିଶାନିର୍ଦେଶରେ କରୋନା ରୋଗୀଙ୍କ ଘର ବାହାରେ ପୋଷ୍ଟର ଲଗାଇବା ସମ୍ପର୍କରେ କୌଣସି ନିର୍ଦେଶ ଦିଆଯାଇ ନାହିଁ ଏବଂ ପୋଷ୍ଟର ଲଗାଇବାର ଉଦ୍ଦେଶ୍ୟ କାହାକୁ କଳଙ୍କିତ କରିବାର ଷଡ଼ଯନ୍ତ୍ର ନୁହେଁ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories