www.samajalive.in
Saturday, December 13, 2025
26.1 C
Bhubaneswar

ଗୁଲାମନବୀଙ୍କୁ କାଶ୍ମୀର ଯିବାକୁ ଅନୁମତି ଦେଲେ ସୁପ୍ରିମକୋର୍ଟ, କେନ୍ଦ୍ରକୁ ନୋଟିସ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଜାମ୍ମୁ-କାଶ୍ମୀର ସମ୍ପର୍କିତ ୮ଟି ପିଟିଶନର ଶୁଣାଣି କରିଛନ୍ତି। କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଗୁଲାମନବୀ ଆଜାଦଙ୍କ ଆବେଦନର ଶୁଣାଣି ସମୟରେ ତାଙ୍କ ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘୱି ଦଲିଲ ଉପସ୍ଥାପନ କରିଥିଲେ। ଏହାପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିବା ସହିତ ଗୁଲାମନବୀଙ୍କୁ କାଶ୍ମୀର ଯିବାକୁ ଅନୁମତି ଦେଇଛନ୍ତି। ସେ କେବଳ ୪ଟି ଜିଲାକୁ ଗସ୍ତ କରିପାରିବେ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି। ଏହି ଅବସରରେ ସେ କୌଣସି ରାଜନୈତିକ କାର୍ଯ୍ୟକ୍ରମରେ ଭାଗ ନେଇପାରିବ ନାହିଁ। ସେଠାକୁ ଯିବା ପରେ ସେ ସୁପ୍ରିମକୋର୍ଟଙ୍କୁ ଏକ ରିପୋର୍ଟ ପଠାଇବେ। କୋର୍ଟଙ୍କ ସର୍ତ୍ତ ଅନୁସାରେ ଗୁଲାମନବୀ ବାରାମୁଳା, ଅନନ୍ତନାଗ, ଶ୍ରୀନଗର ଏବଂ ଜାମ୍ମୁ ଜିଲା ଗସ୍ତ କରିପାରିବେ। ଗସ୍ତ ସମୟରେ ସେ କୌଣସି ରାଲି କରିବେ ନାହିଁ ବୋଲି ମଧ୍ୟ ଗୁଲାମନବୀଙ୍କ ପକ୍ଷରୁ କୋର୍ଟଙ୍କୁ ବିଶ୍ଵାସ ଦିଆଯାଇଥିଲା।

ସୂଚନାଯୋଗ୍ୟ, ଗୁଲାମନବୀ ଆଜାଦ ତାଙ୍କ ପରିବାର ଲୋକଙ୍କୁ ଭେଟିବାକୁ କାଶ୍ମୀର ଯାଉଥିବାବେଳେ ତାଙ୍କୁ ବିମାନବନ୍ଦରରୁ ଫେରାଇ ଦିଆଯାଇଥିଲା। ଏହା ପରେ ସେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories