ସମ୍ବଲପୁର: ସମ୍ବଲପୁରରେ ଟଙ୍କା ନେଇ ମିଛ ଚାକିରି ଦେବା ମାମଲା। ଠକାମୀର ଶିକାର ହୋଇଥିବା ଶତାଧିକ ମହିଳା ଏବଂ ପୁରୁଷ ନିଜ ଟଙ୍କା ଫେରି ପାଇବାକୁ ଆଜି ଏସ୍ପି ଅଫିସରେ ଏକାଠି ହୋଇଥିବା ଦେଖିବାକୁ ମିଳିଛି। ଗିରଫ ଦୁଇ ଅଭିଯୁକ୍ତ ରାହୁଲ ଓ ପଦ୍ମା ଟଙ୍କା ଆଦାୟ କରୁଥିବା ସମସ୍ତେ ଅଭିଯୋଗ ଆଣିଛନ୍ତି। ଚିପିଲିମା ମାରାଙ୍ଗୋଲାରେ ଉଭୟେ ୪ ହଜାର ଲୋକଙ୍କୁ ନେଇ ସଭା କରିଥିଲେ। ଏବଂ ପ୍ରଧାନମନ୍ତ୍ରୀ , ମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ ଭାଷଣ ଦେଇ ଲୋକଙ୍କ ମନରେ ବିଶ୍ଵାସ ଜନ୍ମାଇଥିଲେ। ସେମାନେ ଏରିଆ ମ୍ୟାନେଜର ପାଇଁ ୨୦ ହଜାର ଏବଂ ଝାଡୁଦାର ପାଇଁ ୧୨ ହଜାର ଟଙ୍କା ନେଉଥିଲେ। ଲୋକମାନେ ଟଙ୍କା ନେବା ବେଳର ଭିଡିଓ ମଧ୍ୟ ଦେଖାଇଥିଲେ। ତେବେ ପୁଲିସ୍ ୬୨ ଲକ୍ଷ ଟଙ୍କା ଜବତ କରିବା ପରେ ଲୋକମାନେ ଟଙ୍କା ପାଇଁ ଏସ୍ପି ଅଫିସରେ ପହଞ୍ଚିଥିଲେ।
Popular Categories



