www.samajalive.in
Saturday, December 6, 2025
19.1 C
Bhubaneswar

ମାତ୍ର ୧୧ ଟଙ୍କାରେ ଆମ୍ବୁଲାନ୍ସ ସେବା : ‘ସାଥି ଚାରିଟେବଲ ଟ୍ରଷ୍ଟ’ର ମାନବୀୟ ସେବା

ସମ୍ବଲପୁର : କରୋନାର ଦ୍ୱିତୀୟ ଲହର, ଅମ୍ଲଜାନ ଓ ଆମ୍ବୁଲାନ୍ସର ଆବଶ୍ୟକତା ବହୁଗୁଣିତ ହୋଇଥିବାରୁ ସମ୍ବଲପୁରର ‘ସାଥି ଚାରିଟେବଲ ଟ୍ରଷ୍ଟ’ ତରଫରୁ କରୋନା ରୋଗୀଙ୍କ ସୁବିଧା ପାଇଁ ମାତ୍ର ୧୧ ଟଙ୍କା ଶୁଳ୍କରେ ଆମ୍ବୁଲାନ୍ସ ସେବା ଆରମ୍ଭ କରାଯାଇଛି। ଜନତାଙ୍କ ସ୍ୱାସ୍ଥ୍ୟକୁ ଲକ୍ଷ୍ୟ କରାଯାଇ ବିଶ୍ୱ ଯୋଗ ଦିବସ ପାଳନ ଅବସରରେ ସୋମବାର ସମ୍ବଲପୁର ମହାନଗର ନିଗମ ନିବାସୀଙ୍କ ସୁବିଧା ପାଇଁ ଅମ୍ଲଜାନ ଯୁକ୍ତ ଆମ୍ବୁଲାନ୍ସ ସେବା ଆରମ୍ଭ କରାଯାଇଛି। ସ୍ଥାନୀୟ ମହାନଗର ନିଗମ କାର୍ଯ୍ୟାଳୟ ନିକଟରେ ଆୟୋଜିତ ଲୋକାର୍ପଣ ଉତ୍ସବରେ ପଣ୍ଡିତ ପ୍ରକାଶ ରାୟ ପୁଜାର୍ଚ୍ଚନା କରିବା ପରେ ଟ୍ରଷ୍ଟର ପ୍ରତିଷ୍ଠାତା ତଥା ସମାଜସେବୀ ଶତ୍ରୁଘ୍ନ ଲାଲ ସାହା ନଡିଆ ଭାଙ୍ଗି ଓ ଫିତା କାଟି ଏହି ମାନବୀୟ ସେବାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଟ୍ରଷ୍ଟର ପ୍ରତିଷ୍ଠାତା ଶତ୍ରୁଘ୍ନ ଲାଲ କହିଛନ୍ତି ଯେ, ଏହି ସେବା ସମ୍ପୁର୍ଣ୍ଣ ମାଗଣା ରହିଥିବା ବେଳେ ନାମକୁ ମାତ୍ର ୧୧ ଟଙ୍କା ଭଡା ବାବଦରେ ନିଆଯିବ ଏବଂ ଭଡା ବାବଦରେ ଆଦାୟ ଅର୍ଥର ଉପଯୋଗ ମଧ୍ୟ ମାନବୀୟ ସେବା କାର୍ଯ୍ୟରେ ଲଗାଯିବ।

- Advertisement -

ସମ୍ବଲପୁର ପୌର ସଂସ୍ଥାର ପୂର୍ବତନ ଉପ ନଗରପାଳ ସିଦ୍ଧାର୍ଥ ସାହା କହିଛନ୍ତି ଯେ, କରୋନାର ଦ୍ୱିତୀୟ ଲହର ସମୟରେ ଆମ୍ବୁଲାନ୍ସ ଓ ଅମ୍ଲଜାନର ଅଭାବ ଥିବା ଆମର ନଜକୁ ଆସିଥିଲା। ଆମେ କରୋନାର ରୋଗୀଙ୍କ ପାଇଁ ପୁର୍ବରୁ ମାଗଣାରେ ଅମ୍ଲଜାନ ସିଲିଣ୍ଡର ସେବା ଯୋଗାଇ ଆସୁଛୁ। ଅନେକ ସମୟରେ ଆମ୍ବୁଲାନ୍ସ ମିଳୁ ନ ଥିବା, ଅଧିକ ଭଡା ନେବା ଆଦି ଘଟଣା ସମ୍ମୁଖକୁ ଆସିବା ପରେ ପରିବାର ସଦସ୍ୟ ଓ ବନ୍ଧୁ ମାନଙ୍କ ସହଯୋଗରେ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କରିଛୁ। ଆମର ଲକ୍ଷ୍ୟ ଯେ ସମ୍ବଲପୁର ମହାନଗର ନିଗମ ଅର୍ନ୍ତଗତ ଅଞ୍ଚଳର କୌଣସି ରୋଗୀ ଆମ୍ବୁଲାନ୍ସ ସେବା ପାଇଁ ହଇରାଣ ନ ହୁଅନ୍ତୁ। ଏଣୁ ରୋଗୀ ମାନଙ୍କୁ ସେମାନଙ୍କର ଘରୁ ନେଇ ସମସ୍ତ ସରକାରୀ ଓ ବେସରକାରୀ ଡାକ୍ତରଖାନା ଗୁଡିକୁ ଆମେ ପହୁଞ୍ଚାଇବୁ। ଆମ୍ବୁଲାନ୍ସରେ ଅମ୍ଲଜାନ, ଫାଷ୍ଟ ଏଡ କିଟ୍‍ ର ମଧ୍ୟ ବ୍ୟବସ୍ଥା କରାଯାଇଛି। ଆମ୍ବୁଲାନ୍ସର ଚାଳକ ଦରମା, ତେଲ ଖର୍ଚ୍ଚ, ରକ୍ଷଣାବେକ୍ଷଣ ଆଦି ଆମର ଟ୍ରଷ୍ଟ ବହନ କରିବ। କେବଳ ନାମକୁ ମାତ୍ର ୧୧ ଟଙ୍କା ରୋଗୀଙ୍କୁ ଆମ୍ବୁଲାନ୍ସର ଭଡା ବାବଦରେ ଦେବାକୁ ପଡ଼ିବ ବୋଲି ପୂର୍ବତନ ଉପ ନଗରପାଳ ସାହା କହିଛନ୍ତି।

ଲୋକାର୍ପଣ କାର୍ଯ୍ୟକ୍ରମରେ ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ, ଆଇନଜୀବୀ ମଧୁସୁଦନ ମିତ୍ର, ଶିବ ପ୍ରଧାନ, ମୁରାରୀ ସୋନୀ, ଭଗତ ସିଂ, ସତ୍ୟେନ୍ଦ୍ର ଦାଶ, ମଧୁସୁଦନ କେଡିଆ, ସମରଜିତ ପଟ୍ଟନାୟକ ଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ରହିଥିଲେ। ଏହି ସେବା ୨୪ ଘଣ୍ଟା ଉପଲବ୍ଧ ରହିବା ସହିତ ସେବା ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କ ପାଇଁ ଦୁଇଟି ସହାୟତା ମୋବାଇଲ ନମ୍ବର ୯୧୭୮୧୭୧୯୯୯ ଓ ୮୬୫୮୮୨୯୯୦୯ ଜାରି କରାଯାଇଛି। ସୂଚନାଯୋଗ୍ୟ ଯେ, ସମାଜସେବୀ ଶତ୍ରୁଘ୍ନଲାଲ ଶାହା ତାଙ୍କର ଦିବଙ୍ଗତ ପୁତ୍ର ଜିତୁ ସାହାଙ୍କ ସ୍ମୃତିରେ ମୃତଦେହ ସଂରକ୍ଷିତ ରଖିବା ପାଇଁ ଏକ ଫ୍ରିଜ ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ ପ୍ରଦାନ କରିଥିବା ବେଳେ ତାଙ୍କର ପୁତ୍ର ତଥା ପୂର୍ବତନ ଉପ ନଗରପାଳ ସିଦ୍ଧାର୍ଥ ସାହା କରୋନାର ପ୍ରଥମ ଲହର ସମୟରୁ ତାଲା ବନ୍ଦ ସମୟରେ ଖାଦ୍ୟ ବଣ୍ଟନ ଓ ଅନ୍ୟ ମାନବୀୟ ସେବା ଜାରି ରଖିଛନ୍ତି। ଦ୍ୱିତୀୟ ଲହର ଯୋଗୁଁ ତାଲା ବନ୍ଦ ସମୟରେ ଖାଦ୍ୟ ବଣ୍ଟନ, କରୋନା ରୋଗୀଙ୍କୁ ନିଃଶୁଳ୍କ ଅମ୍ଲଜାନ ସିଲିଣ୍ଡର ଯୋଗାଇବା, ୫ ଜଣ କ୍ୟାନସର ରୋଗୀଙ୍କୁ ପ୍ରତି ମାସ ଔଷଧ ପାଇଁ ଆର୍ଥିକ ସହାୟତା ଆଦି ବିଭିନ୍ନ ମାନବୀୟ ସେବା ଜାରି ରଖିଛନ୍ତି। ସାଥି ଚାରିଟେବଲ ଟ୍ରଷ୍ଟର ଏହି ମହତ ଉଦ୍ୟମକୁ ସବୁ ମହଲରେ ଉଚ୍ଚ ପ୍ରଶଂସା କରାଯାଉଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories