www.samajalive.in
Saturday, December 6, 2025
19.1 C
Bhubaneswar

ଯୋଗ ଓ ପ୍ରାଣାୟମ କଲେ ଶରୀର ସୁସ୍ଥ ରୁହେ

ଭୂବନେଶ୍ୱର: ଟାଟା କମ୍ପାନୀ ସହାୟତାରେ ୱେଲ୍‌ଫେୟାର ୱାର୍ଡ ନାମକ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ପରିଚାଳିତ ସୁଖ ସାଗର ବୃଦ୍ଧାଶ୍ରମରେ ବିଶ୍ୱ ଯୋଗ ଦିବସ ପାଳନ ଅବସରରେ ଆଜି ପୂର୍ବାହ୍ନ ୧୦ଘଟିକା ସମୟରେ ବୃଦ୍ଧାଶ୍ରମରେ ଟାଟା କମ୍ପାନୀର ସଦସ୍ୟମାନେ ଅନ୍ତେବାସୀମାନଙ୍କୁ ବିଭିନ୍ନ ଖାଦ୍ୟ ସାମଗ୍ରୀ ବଣ୍ଟନ କରିଛନ୍ତି। ଏହି ବୃଦ୍ଧାଶ୍ରମଟି ନୂଆଗାଁ ପେଟ୍ରୋଲ୍ ପମ୍ପ ପଛପାଖରେ ଥିବା ରୋଡ୍ ନମ୍ବର-୯, ରାଧାକାନ୍ତ ନଗରରେ ଅବସ୍ଥିତ। ଏଠାରେ ବହୁ ଅବହେଳିତ ବୃଦ୍ଧବୃଦ୍ଧାମାନେ ରହୁଛନ୍ତି। ଏହି ଯୋଗ ଦିବସ ପାଳନ ଅବସରରେ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଟାଟା କମ୍ପାନୀର ସଦସ୍ୟମାନେ ଅନ୍ତେବାସୀମାନଙ୍କୁ ଯୋଗର ଉପକାରିତା ସମ୍ବନ୍ଧରେ ଅବଗତ କରାଇଥିଲେ ଏବଂ କହିଥିଲେ ନିରୋଗ ଜୀବନ ପାଇଁ ଯୋଗ ଏକାନ୍ତ ଜରୁରୀ। ମଣିଷ ଶରୀରର ୮ଟି ଅଙ୍ଗ ଯଥା- ୨ ପାପୁଲି, ୨ ଆଣ୍ଠୁ, ୨ କହୁଣୀ, ମସ୍ତକ ଏବଂ ବାମଗୋଡର ବୃଦ୍ଧାଙ୍ଗୁଳି ଦ୍ୱାରା ପ୍ରଣାମ କରାଯାଏ। ଏହା ଦିନକୁ ଅତିକମରେ ୧୨ଥର କରିପାରିଲେ ଶରୀର ଓ ମନ ପବିତ୍ର ଓ ସୁସ୍ଥ ରହିବା ସହ ଆଧ୍ୟାତ୍ମିକ ଚେତନା ଜାଗ୍ରତ ହୋଇଥାଏ। ତେଣୁ ପ୍ରତ୍ୟେକ ବୃଦ୍ଧବୃଦ୍ଧା ଦୈନିକ ଏକଘଣ୍ଟା ଯୋଗ ଓ ପ୍ରାଣାୟାମ କରିବା ଏକାନ୍ତ ଆବଶ୍ୟକ।

 

- Advertisement -

ଏହି କାର୍ଯ୍ୟକ୍ରମର ଆବାହକ ପ୍ରକାଶ ନାୟକ, ଜୟରାମ ସ୍ୱାଇଁ, ମଦନ ମୋହନ ବିଶ୍ୱାଳ ଏବଂ ପବିତ୍ର ମୋହନ ବିଶ୍ୱାଳ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories