ବୌଦ୍ଧ: ଶ୍ରମିକଙ୍କ ବକେୟା ଟଙ୍କା ପ୍ରଦାନ ଦାବିରେ ସୋମବାର ଦିନ ଜିଲା ସହକାରୀ ଶ୍ରମ ଆୟୁକ୍ତଙ୍କ ଅଫିସ ଆଗରେ ଶ୍ରମିକମାନେ ଧାରଣା ଦେଇଥିଲେ। ତିନିଜଣ ଠିକାଦାର ଶ୍ରମିକଙ୍କୁ କାମରେ ଲଗାଇଥିବା ବେଳେ ସେମାନଙ୍କ ଲକ୍ଷାଧିକ ଟଙ୍କା ଦେଇନଥିବା ଶ୍ରମକମାନେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ, ବୌଦ୍ଧ ଜିଲାର ବିଭିନ୍ନ ଅଞ୍ଚଳର ପ୍ରାୟ ୧୫ଜଣ ଯୁବକ ଏକ ଗ୍ରୁପ କରି ବିଭିନ୍ନ କାମ ଠିକରେ କରିଥାନ୍ତି। ଗତବର୍ଷ ବୌଦ୍ଧ ଜିଲାର ଦୁଇଜଣ ଠିକାଦାର ଓ ଭୁବନେଶ୍ୱରର ଜଣେ ଠିକାଦାର ସେହି ଶ୍ରମିକଙ୍କୁ କାମରେ ନିୟୋଜିତ କରିଥିଲେ। କାମ ବାବଦରେ ଶ୍ରମିକମାନେ ପ୍ରାୟ ୪ ଲକ୍ଷରୁ ଅଧିକ ଟଙ୍କା ପାଇବାକୁ ଥିବାବେଳେ ଠିକାଦାର ସେମାନଙ୍କୁ ୨ ଲକ୍ଷ ଟଙ୍କା ଦେଇଛି। ତିନି ଠିକାଦାର ଠାରୁ ବକେୟା ୨ ଲକ୍ଷ ଟଙ୍କା ପାଇବାକୁ ଅଛି। କିନ୍ତୁ ବକେୟା ଟଙ୍କା ମାଗିଲେ ଧମକ ଦେଇ ଗାଳିଗୁଲଜ କରୁଛନ୍ତି। ଏ ବାବଦରେ ଶ୍ରମିକମାନେ ପୂର୍ବରୁ ଅଭିଯୋଗ କରିଥିଲେ ମଧ୍ୟ ସେମାନଙ୍କ ଟଙ୍କା ନମିଳିବାରୁ ଆଜି ମନମୋହନ ଉର୍ମା, ରବି ଜଗଦଲା, ବରୁଣ ବାଘ, ବନମାଳୀ ଉର୍ମା, ସରୋଜ ପାତ୍ର ପମୁଖ ବକେୟା ପାଉଣା ପାଇବା ଦାବିରେ ଜିଲା ସହକାରୀ ଶ୍ରମ ଆୟୁକ୍ତଙ୍କ ଅଫିସ ଆଗରେ ଧାରଣା ଦେଇଥିଲେ।
Popular Categories



