www.samajalive.in
Tuesday, December 9, 2025
26.1 C
Bhubaneswar

‘ସମାଜ’ ପ୍ରଭାବ; ଜନସ୍ୱାସ୍ଥ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଫଟା ପାଇପର ମରାମତି ଆରମ୍ଭ

ସମ୍ବଲପୁର: ବର୍ଷ ବର୍ଷ ଧରି ଗୋବିନ୍ଦତୋଲା ସ୍ଥିତ ଜନସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟାଳୟ ସମ୍ମୁଖରେ ରହିଥିବା ପାନୀୟ ଜଳ ଚାବି କୁଣ୍ଡରେ ଅଳିଆ ଆବର୍ଜନାମୟ ଦୂଷିତ ଜଳ ଜମା ହୋଇ ରହିଥିଲା। ଫଳରେ ଗୋବିନ୍ଦତୋଲା ଓ ଧନୁପାଲି ଅଞ୍ଚଳର ବାସିନ୍ଦା ମାନେ ପ୍ରାୟ ୨ ବର୍ଷ ହେବ ଦୂଷିତ ଜଳ ବ୍ୟବହାର କରିବାକୁ ବାଧ୍ୟ ହେଉଥିଲେ। ଏ ନେଇ ବାରମ୍ବାର ବିଭାଗର ଦୃଷ୍ଟି ଆକର୍ଷଣ ଅଞ୍ଚଳବାସୀ କରିବା ସତ୍ୱେ ଏହାର କୌଣସି ପ୍ରତିକାର କରାଯାଉ ନ ଥିଲା। ତେବେ ଏ ନେଇ ଗତ ସୋମବାର ଦୈନିକ ଶତବାର୍ଷିକୀ ଖବରକାଗଜ ‘ସମାଜ’ରେ ଖବର ପ୍ରକାଶିତ ହେବା ପରେ ଜନସ୍ୱାସ୍ଥ୍ୟ ବିଭାଗର ଚେତା ପଶିଛି। ବୁଧବାର ଠାରୁ ଏହି ଚାବି କୁଣ୍ଡରେ ଜମି ରହିଥିବା ଆବର୍ଜନା ଓ ଦୂଷିତ ଜଳ ସଫେଇ ସହିତ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ସୂଚନାଯୋଗ୍ୟ ଯେ, ଗୋବିନ୍ଦତୋଲା ଠାରେ ରହିଥିବା ଜନସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟାଳୟ ସମ୍ମୁଖରେ ନାଳ ମଧ୍ୟରେ ପାଣି ପାଇପ ଯାଇଥିବା ସହିତ ଏହି ପାଣି ପାଇପର ଚାବି କୁଣ୍ଡ ରହିଛି। ଏହା ପ୍ରାୟ ୨ ବର୍ଷ ହେବ ଖୋଲା ପଡ଼ି ରହିଥିବାରୁ କୁଣ୍ଡରେ ଆବର୍ଜନା ଜଳ ଜମା ହୋଇ ଦୁର୍ଗନ୍ଧଯୁକ୍ତ ପରିବେଶ ସୃଷ୍ଟି କରୁଛି। ଏହି କୁଣ୍ଡରେ ପାଣି ଜମି ରହୁଥିବାରୁ ଗାଈ ଗୋରୁ, କୁକୁର ସହିତ ବିଭିନ୍ନ ପକ୍ଷୀ ଆଦି ମାନେ ଏଠାରୁ ପାଣି ପିଇବା ସହିତ ସେମାନଙ୍କର ମଳତ୍ୟାଗ ମଧ୍ୟ କରୁଛନ୍ତି। ଏହା ସହିତ କିଛି ଅସଚେତନ ବ୍ୟକ୍ତି ମଧ୍ୟ ରାତ୍ରିରେ ସେହି ଠାରେ ଶୌଚ କରୁଥିବାର ମଧ୍ୟ ପରିଲକ୍ଷିତ ହେଉଛି। ପାଣି ଚାବି କୁଣ୍ଡରେ ଆବର୍ଜନା ପାଣି ଜମା ରହିଥିବାରୁ ଅପରିଷ୍କାର ଜଳ ପାନୀୟ ଜଳ ସହିତ ମିଶି ଗୋବିନ୍ଦତୋଲା ଓ ଧନୁପାଲି ଅଞ୍ଚଳକୁ ଯୋଗାଣ କରାଯାଉଛି। ଫଳରେ ଦୂଷିତ ଜଳ ବ୍ୟବହାର କରି ଅନେକ ଅଞ୍ଚଳବାସୀ ପେଟ ଓ ଜଳବାହିତ ରୋଗର ଶିକାର ନିୟମିତ ହେଉଥିବା ବେଳେ ପୁଣି ଥରେ ଜଣ୍ଡିସ ହେବାର ଆଶଙ୍କାକୁ ନେଇ ଲୋକେ ଭୟଭୀତ ହୋଇ ରହିଛନ୍ତି। ଏ ସର୍ମ୍ପକରେ ଅନେକବାର ବିଭାଗୀୟ କତ୍ତୃପକ୍ଷଙ୍କୁ ଜଣାଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଉ ନ ଥିଲା। ତେବେ ସମାଜ ଖବରକାଗଜରେ ଜନତାଙ୍କ ସମସ୍ୟା ସର୍ମ୍ପକରେ ପ୍ରକାଶନ କରାଯିବା ପରେ ମରାମତି କାର୍ଯ୍ୟ ଆରମ୍ଭ କରାଯାଇଥିବାରୁ ଲୋକେ ଖୁସି ସନ୍ତୋଷ ପ୍ରକାଶ କରୁଛନ୍ତି।

Hot this week

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

Related Articles

Popular Categories