www.samajalive.in
Saturday, December 6, 2025
23.1 C
Bhubaneswar

ଦୁଇଟି ହାତୀଦାନ୍ତ ଜବତ, ୨ ଗିରଫ

ସମ୍ବଲପୁର: ରାଜ୍ୟରେ ବନ୍ୟଜନ୍ତୁ ଏବଂ ସେସବୁର ଦେହାବଶେଷ କାରବାର ବୃଦ୍ଧି ପାଇବାରେ ଲାଗିଛି। ଗତ କିଛି ଦିନ ତଳେ ରାଜଧାନୀର ବରମୁଣ୍ଡା ନିକଟରେ କଲରାପତରିଆ ବାଘ ଛାଲ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍ ଜବତ କରି ଜଣଙ୍କୁ ଗିରଫ କରିଥିଲା। ସେହିପରି ଏସ୍‌ଟିଏଫ୍ ଗୁଇନ୍ଦା ତଥ୍ୟକୁ ଭିତ୍ତିକରି ଗୁରୁବାର ସମ୍ବଲପୁର ଅଇଁଠାପାଲ୍ଲୀ ଥାନା ଅଧୀନ ବରେଇପାଲି ଛକ ନିକଟରେ ଚଢ଼ଉ କରି ୨ ଜଣ ସନ୍ଦିଗ୍ଧ ଯୁବକଙ୍କୁ କାବୁ କରିଥିଲା। ସେମାନଙ୍କଠାରୁ ୨ଟି ହାତୀଦାନ୍ତ ଜବତ କରାଯାଇଛି। ଜବତ ହାତୀ ଦାନ୍ତର ଓଜନ ୧୦ କିଲୋଗ୍ରାମରୁ ଅଧିକ ହେବ। ଯାହାର ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି। ଜବତ ହୋଇଥିବା ହାତୀଦାନ୍ତ ଏହି ଦୁଇ ଯୁବକ କେଉଁଠାରୁ ଆଣିଥିଲେ ତାହାର ସେମାନେ କୌଣସି ଉପଯୁକ୍ତ ପ୍ରମାଣ ଦେଇ ପାରି ନ ଥିଲେ। ଦୁଇ ଯୁବକ ସୋନ୍‌ପୁର ଜିଲା ଉଲୁଣ୍ଡା ଚଢ଼େଇପଙ୍କ ନିକଟ ଦୀପପାଲିର ହୃଷୀକେଶ କୁମ୍ଭାର ଏବଂ ସମ୍ବଲପୁର ଜିଲା ଚାରମାଳ ଥାନା ଅଧୀନ କେଉଟି ବାହାଲର ଗୋପାଳକୃଷ୍ଣ ବୁଡକ। ସେମାନଙ୍କୁ ଆସନ୍ତାକାଲି ସମ୍ବଲପୁର ଏସ୍‌ଡିଜେଏମ୍‌ଙ୍କ ନିକଟରେ ହାଜର କରାଯିବ। ଏହି ଦୁଇ ଜଣଙ୍କୁ ୭ ଦିନ ପାଇଁ ହେପାଜତରେ ଅଣାଯିବା ଲାଗି କୋର୍ଟରେ ଆବେଦନ କରାଯିବ ବୋଲି କହିଛନ୍ତି ଏସ୍‌ଟିଏଫ୍ ଡିଆଇଜି ଜୟନାରାୟଣ ପଙ୍କଜ। ଏହି ଦୁଇ ହାତୀଦାନ୍ତକୁ ପରୀକ୍ଷା ଲାଗି ଡେରାଡୁନ୍‌ସ୍ଥିତ ଭାରତୀୟ ବନ୍ୟଜନ୍ତୁ ଅନୁଷ୍ଠାନକୁ ପଠାଯିବ। ସେମାନେ ଅନ୍ୟ କୌଣସି ବନ୍ୟଜନ୍ତୁ ଦେହାବଶେଷ କାରବାରରେ ସମ୍ପୃକ୍ତ କି ନୁହେଁ ଏନେଇ ପଚରାଉଚରା କରାଯିବ। ଏହି ହାତୀଦାନ୍ତ ସେମାନେ କେଉଁଠାରୁ ଆଣିଲେ ଏବଂ କାହାକୁ ବିକ୍ରି କରିବାକୁ ଯୋଜନା କରୁଥିଲେ ସେ ନେଇ ପଚରାଉଚରା କରାଯିବ।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories