www.samajalive.in
Monday, December 15, 2025
26.1 C
Bhubaneswar

ଧ୍ୟାନ ଦିଅନ୍ତୁ ଗ୍ରାହକ! ଏସ୍‍ବିଆଇର ୧୩୦୦ ବ୍ୟାଙ୍କର ନାମ ଏବଂ ଆଇଏଫଏସ୍‍ସି କୋଡ ବଦଳିଲା

ନୂଆଦିଲ୍ଲୀ : ଛଅ ସହଯୋଗୀ ବ୍ୟାଙ୍କର ବିଲୟ ପରେ ଭାରତୀୟ ଷ୍ଟେଟ୍‍ ବ୍ୟାଙ୍କ (ଏସ୍‍ବିଆଇ) ଦେଶ ବ୍ୟାପୀ ପାଖାପାଖି ୧୩୦୦ ବ୍ୟାଙ୍କ ଶାଖାର ନାମ ଏବଂ ଆଇଏଫଏସ୍‍ସି କୋଡ଼ରେ ପରିବର୍ତ୍ତନ କରିଛି। ବ୍ୟାଙ୍କ ଏହି ଶାଖାର ନାମ, ଶାଖା କୋଡ ସହ ଆଇଏଫଏସ୍‍ସି କୋଡର ଏକ ତାଲିକା ଜାରି କରିଛି। ଉଲ୍ଲେଖଯୋଗ୍ୟ ଯେ ୨୦୧୭ ଅପ୍ରେଲ ୧ରେ ଏସ୍‍ବିଆଇ ସହ ଭାରତୀୟ ମହିଳା ବ୍ୟାଙ୍କ (ବିଏମ୍‍ବି) ବିଲୟ ହୋଇଥିଲା। ଏହାପରେ ବ୍ୟାଙ୍କର ସେୟାର ଏବଂ ଅନ୍ୟ ମୂଲ୍ୟରେ ବୃଦ୍ଧି ପରିଲକ୍ଷିତ ହୋଇଥିଲା ଓ ଶାଖା ସଂଖ୍ୟା ବୃଦ୍ଧି ପାଇଥିଲା। ପ୍ରାପ୍ତ ତଥ୍ୟ ଅନୁସାରେଏବେ ଏସ୍‍ବିଆଇ ୱେବସାଇଟ୍‍ରେ ୧,୨୯୫ଟି ବ୍ୟାଙ୍କ ଶାଖା ଏବଂ ନାମରେ ପରିବର୍ତ୍ତନ କରାଯାଇଥିବା ତାଲିକା ଜାରି କରାଯାଇଛି। ଜମା, ଅଗ୍ରୀମ, ଗ୍ରାହକ ଅଧିଗ୍ରହଣ ଏବଂ ବ୍ୟାଙ୍କିଂ ଆଉଟଲେଟ୍‍ ମାମଲାରେ ଏସ୍‍ବିଆଇ ଭାରତର ସବୁଠୁ ବଡ଼ ବ୍ୟାଙ୍କ ଅଟେ। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସ ଶେଷ ସୁଦ୍ଧା ଏସ୍‍ବିଆଇର ୨୨,୪୨୮ଟି ଶାଖା ଥିଲା। ଏସ୍‍ବିଆଇ ସହ ଷ୍ଟଟ୍‍ ବ୍ୟାଙ୍କ ଅଫ ବିକାନେର ଆଣ୍ଡ ଜୟପୁର, ଷ୍ଟେଟ୍‍ ବ୍ୟାଙ୍କ ଅଫ୍‍ ହାଇଦରାବାଦ, ଷ୍ଟେଟ୍‍ ବ୍ୟାଙ୍କ ଅଫ ମହୀଶୂର, ଷ୍ଟେଟ୍‍ ବ୍ୟାଙ୍କ ଅଫ୍‍ ଟ୍ରାଭାନକୋର, ଷ୍ଟେଟ୍‍ ବ୍ୟାଙ୍କ ଅଫ ପଟିଆଲା ଏବଂ ବିଏମ୍‍ବି ବ୍ୟାଙ୍କର ବିଲୟ ହୋଇଛି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories