ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ବନ୍ଧୁକ ଚାଳନା କ୍ରୀଡ଼ା ମହାସଙ୍ଘ (ଆଇଏସଏସ୍ଏଫ୍) ବିଶ୍ୱ କପରେ ଭାରତର ଯୁବ ପ୍ରତିଯୋଗୀ ସୌରଭ ଚୌଧୁରୀ ପୁରୁଷ ବିଭାଗ ୧୦ମିଟର ପିସ୍ତଲ ଚାଳନାରେ ବିଶ୍ୱ ରେକର୍ଡ ଭଙ୍ଗ କରି ସ୍ୱର୍ଣ୍ଣ ପଦକ ଜିିତିଛନ୍ତି। ସେ ଜୁନିୟର ବର୍ଗରେ ଏହି ରେକର୍ଡ ହାସଲ କରିଛନ୍ତି । ଏହା ସହିତ ଟୋକିଓ ଅଲମ୍ପିକ୍ସ ପାଇଁ ଭାରତର ତିନି ନମ୍ବର ଯୋଗ୍ୟ ପ୍ରତିଯୋଗୀ ଭାବେ ବିବେଚିତ ହୋଇଛନ୍ତି । ୧୬ବର୍ଷୀୟ ସୌରଭ ଚୌଧୁରୀ ଏହି ବିଜୟ ହାସଲ କରିଥିବା ବେଳେ ସର୍ବିଆର ଦାମି ମିକେକ୍ ଏହି ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ହାସଲ କରି ରୌପ୍ୟ ପଦକ ବିଜୟୀ ହୋଇଛନ୍ତି। ଚୀନର ୱିଇ ପାଙ୍ଗ୍ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।
ଆଇଏସଏସଏଫ୍ ବିଶ୍ୱ କପ୍ : ବିଶ୍ୱ ରେକର୍ଡ ସହ ସ୍ୱର୍ଣ୍ଣ ଜିତିଲେ ସୌରଭ
Popular Categories



