www.samajalive.in
Friday, December 12, 2025
26.1 C
Bhubaneswar

ସୌମେନ୍ଦ୍ର ପ୍ରିୟଦର୍ଶୀ ହେଲେ ନୂଆ ପୁଲିସ କମିଶନର

ଭୁବନେଶ୍ବର: ବଦଳିଲେ ଟ୍ବିନ୍ ସିଟି ପୁଲିସ କମିଶନର। ସୌମେନ୍ଦ୍ର ପ୍ରିୟଦର୍ଶୀ ହେଲେ ନୂଆ ପୁଲିସ କମିଶନର। ୧୯୯୫ ବ୍ୟାଚ୍‌ ବରିଷ୍ଠ ଆଇପିଏସ୍‌ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ। ସୌମେନ୍ଦ୍ର ପ୍ରିୟଦର୍ଶୀ ଏବେ କ୍ରାଇମ୍‌ ବ୍ରାଞ୍ଚ ଏଡିଜି ଅଛନ୍ତି। ସୁଧାଂଶୁ ଷଡ଼ଙ୍ଗୀଙ୍କ ସ୍ଥାନରେ ନୂଆ ପୁଲିସ କମିଶନର ଭାବେ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରାଜ୍ୟ ସରକାର ନିଯୁକ୍ତି ପ୍ରଦାନ କରିଛନ୍ତି। ସେ ବର୍ତ୍ତମାନ କମିଶନର ସୁଧାଂଶୁ ଷଡଙ୍ଗୀଙ୍କ ସ୍ଥାନ ନେବେ ସୌମେନ୍ଦ୍ର ପ୍ରିୟଦର୍ଶୀ। ନୂଆ ପୁଲିସ କମିଶନର ନିଯୁକ୍ତି ପାଇବା ପରେ ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଯେ ଯେତେବେଳେ ସରକାର ଏତେବଡ଼ ବିଶ୍ବାସ ରଖି ଦାୟିତ୍ବ ​ଦେଇଛନ୍ତି, ଦାୟିତ୍ବ ସମ୍ପାଦନ ପାଇଁ ଆପ୍ରାଣ ଉଦ୍ୟମ କରିବି। ତେବେ କାର୍ଯ୍ୟରେ ଯୋଗ ଦେବା ପରେ ତାଙ୍କର କାର୍ଯ୍ୟପ୍ରଣାଳୀ କ’ଣ ରହିବ ଏବଂ କେଉଁ ବିଷୟ ପ୍ରତି ଗୁରୁତ୍ବ ଦେବେ ସେଥିନେଇ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରକାଶ କରିଛନ୍ତି। ଟ୍ବିନ୍‌ସିଟି ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ କରିବା ଏବଂ ସହରଗୁଡ଼ିକରେ ଶାନ୍ତଶୃଙ୍ଖଳା ରକ୍ଷା କରିବା ପାଇଁ ଆପ୍ରାଣ ଉଦ୍ୟମ କରିବେ।


ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି। ଟ୍ବିନ୍‌ ସିଟି କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ତାଙ୍କ ପୂର୍ବ ସ୍ଥାନକୁ ଫେରାଇ ଦେଇଛନ୍ତି। ସୁଧାଂଶୁ ଷଡ଼ଙ୍ଗୀଙ୍କୁ ପୁଲିସ ଗୃହ ନିର୍ମାଣ ଅଧ୍ୟକ୍ଷ ଭାବେ ସରକାର ନିଯୁକ୍ତି ପ୍ରଦାନ କରିଛନ୍ତି। ସିପି ହେବା ପୂର୍ବରୁ ପୁଲିସ ଗୃହ ନିଗମ ନିର୍ମାଣ ଅଧ୍ୟକ୍ଷ ଥିଲେ ସୁଧାଂଶୁ। ଦୀର୍ଘ ଦେଢ ବର୍ଷ ଧରି ସୁଧାଂଶୁ ଷଡଙ୍ଗୀ ପୁଲିସ୍‌ କମିଶନର ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ସେ ଏବେ ଗୃହ ନିର୍ମାଣ ବିଭାଗର ସିଏମ୍‌ଡି ଦାୟିତ୍ୱ ତୁଲାଇବେ। ସେହିପରି ୧୯୮୮ ବ୍ୟାଚ୍‍ ଆଇପିଏସ୍‍ ଏମ୍‍.ଅକ୍ଷୟଙ୍କୁ ଏମ୍‌.ଅକ୍ଷୟଙ୍କୁ ଅଗ୍ନିଶମ ଓ ହୋମ୍‌ଗାର୍ଡ ଡିଜି ଭାବେ ନିଯୁକ୍ତି ମିଳିଛି।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories