www.samajalive.in
Friday, December 12, 2025
27.1 C
Bhubaneswar

ସିମେଂଟ ଓ ଲୁହାଛଡ ଦେକାନ ଗୋଦାମରେ ଜିଏସଟିର ଚଢଉ

କଂଟାବାଞ୍ଜି : ରାଜ୍ୟ ବାଣିଜ୍ୟକର ଏବଂ ଦ୍ରବ୍ୟ ଓ ସେବାକର ଉଚ୍ଚକର୍ତ୍ତୃପକ୍ଷଙ୍କ ନିର୍ଦେଶ କ୍ରମେ ଭବାନୀପାଟଣା ଓ ବଲାଙ୍ଗୀର ମିଳିତ ଏନ୍‌ଫୋର୍ସମେଂଟ ଟିମ ଦ୍ୱାରା ଆଜି ଦିନ ତମାମ ଏକ ବଡଧରଣର ସିମେଂଟ ଓ ଲୁହାଛଡ ଗୋଦାମ ଏବଂ ଦୋକାନରେ ଚଢଉ ଜାରି ରହିଛି। ପ୍ରାପ୍ତ ସୂଚନା ମୁତାବକ ବଲାଙ୍ଗୀର ଜିଲ୍ଲା କଂଟାବାଞ୍ଜି ଚଟୁଅନକା ସ୍ଥିତ ତିନୋଟି ବଡବଡ ଗୋଦାମ ଓ ସାପ୍ତାହିକ ବଜାର ରୋଡରେ ଥିବା ଦୋକାନରେ ତିନି ଦଳ ହୋଇ ଜିଏ.ଟି ଏନ୍‌ଫୋର୍ସମେଂଟ ଟିମ୍ ପ୍ରମୁଖ ଗୋଦାମରେ କେ.ଏସ.ଏଣ୍ଡ ସନ୍ସ,କେ.ଏସ.ଟ୍ରେଡର ,କେ.ଏସ.ସେଲ୍ସ ର ମାଲିକ ଉମଙ୍ଗ ଅଗ୍ରୱାଲ, ମୋହନ ଲାଲ ଅଗ୍ରୱାଲ, ରାଜେଶ ଅଗ୍ରୱାଲ ନାମରେ ଥିବା ଏନ୍‌ଫୋର୍ସମେଂଟ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ। ଆଜି ସକାଳ ପ୍ରାୟ ୧୧ ବେଳେ ପୁଲିସ୍ ଫୋର୍ସ ସହ ଭବାନୀପାଟଣା ଏନ୍‌ଫୋର୍ସମେଂଟ ରେଞ୍ଜର ନିଳାନ୍ଦ୍ରି ବିହାରୀ ଦାଢିଆ ରାଜ୍ୟ ବାଣିଜ୍ୟ ଓ ଦ୍ରବ୍ୟସେବାକର ଅଧିକାରୀଙ୍କ ନେତୃତ୍ୱରେ ଅତିରିକ୍ତ ଅଧିକାରୀ ସୋଭନ କୁମାର ଦାସ ନିମେସ କୁମାର ସାହୁ ସରତ ଚନ୍ଦ୍ର ସେଠ,ବଲାଙ୍ଗୀର ଡି.ସି.ସି.ଟି ଫକିର ମୋହନ ସତପଥି ଙ୍କ ସହ,ଭ୍ରମରବର ଭୋଇ ଅତିରିକ୍ତ ସି.ଟି.ଓ ,କ୍ଷୀରୋଦ ମାଝୀ ଆଉ ବାଣିଜ୍ୟ ଦ୍ରବ୍ୟ ସେବା ଅଧିକାରୀ ଆଶିଷ ସାହୁ ଙ୍କ ସହ ଲକ୍ଷରାମ ଶବର,ଭବାନୀ ଶଙ୍କର ପଟେଲ, ତିନୋଟି ଟିମ ହୋଇ ପୃଥକ ଭାବରେ ତିନିଜଣ ମାଲିକଙ୍କ ଗୋଦାମରେ ଯାଂଚ ଜରି ରଖିଥିବା ବେଳେ ପର୍ଯ୍ୟାୟ କ୍ରମେ ବିଭିନ୍ନ ଟ୍ରେଡ ମାର୍କ୍ର ସିମେଂଟ ଲୁହାଛଡ ,ଆଜବେଷ୍ଟର ରଙ୍ଗ ଇତ୍ୟାଦି ସାମଗ୍ରୀର ରେକର୍ଡ ଯାଂଚ କରିବା ସହ ଜି.ଏସ.ଟି ଟିକସ ଫାଙ୍କୁ ଥିବା ପ୍ରଥମିକ ତଦନ୍ତରୁ ଜାଣିପାରିଥିବା ଜି.ଏସ.ଟି ଅଧିକାରି ସୂଚନା ଦେଇଛନ୍ତି। ଏହି ଗୋଦାମ ମାନଙ୍କରେ ଶହ ଶହ ଟନ ଲୁହାରଡ ରହିଥିବା ବେଳେ ଆଇ.ଏସ.ଆଇ ମାର୍କ ନଥିବା ଲୁହାଛଡ ଗଚ୍ଛିତ ଥିବା ସହ ଓଜନ କଂଟାରେ ହେରେଫର କରି ଚଢା ଦରରେ ବିକ୍ରି କରୁଥିବା ଜନସାଧାରଣ ରେ ପୂର୍ବରୁ ଅଭିଯୋଗ ହୋଇ ଆସୁଥିଲା।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories