www.samajalive.in
Sunday, December 7, 2025
26.1 C
Bhubaneswar

ଶନିବାର ରାଶିଫଳ ( ୧୬-୦୧- ୨୦୨୧ )

ମେଷ: ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହନ ଜନିତ ସୁଖ ଭୋଗ କରିପାରନ୍ତି। କୀର୍ତ୍ତିମାନ୍‍ ହେବେ। ଭୋଗ ବିଳାସ କରିପାରନ୍ତି। ଗୁଣଜ୍ଞ ହେବେ। ପ୍ରସନ୍ନତା ଲାଭ କରିବେ। ଛାତ୍ରଛାତ୍ରୀ ଓ ମହିଳାମାନେ ପରିଶ୍ରମୀ ହେବେ।

ବୃଷ: ସରକାରୀ ଧନ ମିଳିପାରେ। ଗୃହ ପରିବେଶ ପ୍ରଦୂଷଣମୁକ୍ତ ହେବ। କୀର୍ତ୍ତି, ସ୍ବତ୍ବ, ସନ୍ତୋଷ ସବୁକିଛି ମିଳିବ। ବହୁବିଧ ଧନର ଅଧିକାରୀ ହୋଇପାରନ୍ତି। ସୁଗୁଣ ସମ୍ପନ୍ନ ହେବେ। ମହିଳା ଓ ଛାତ୍ର ଛାତ୍ରୀମାନେ ଖୁସିରେ ସମୟ କଟାଇବେ।

- Advertisement -

ମିଥୁନ: ଧନବାନ୍‍ ହେବେ। ମହିଳାମାନଙ୍କ ମନ ନେଇ ପାରନ୍ତି। ସୁଖୀ ହେବେ। ଉତ୍ତମ ବଂଶରୁ କନ୍ୟା ଆଣି ପାରନ୍ତି। ପୁତ୍ର ସନ୍ତାନ ଲାଭର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଛାତ୍ରଛାତ୍ରୀ ଓ ମହିଳାମାନେ କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ।

କର୍କଟ: ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ଚୋର ଭୟ ଅଛି। ଚିତ୍ତ ଅସ୍ଥିର ରହିପାରେ। ରାଜତୁଲ୍ୟ ଭୋଗ କରିପାରନ୍ତି। ସ୍ୱକର୍ମରେ ଆତ୍ମ ସନ୍ତୋଷ ମିଳିବ।

ସିଂହ: ମିତ୍ର ଲାଭ ସହିତ କ୍ଷେତ୍ର ଲାଭ ଯୋଗ ଅଛି। ଯାନବାହନ ସୁଖ ଅଛି। ନାନା ସୁଖର ଅଧିକାରୀ ହେବେ। ଦେବପୂଜା ନିରତ ହେବେ ଓ ନିତ୍ୟାନନ୍ଦ ଭୋଗ କରିବେ। ଶତ୍ରୁନାଶ କରିପାରନ୍ତି। ଛାତ୍ରଛାତ୍ରୀ ଓ ମହିଳାମାନେ ଅମନଯୋଗୀ ହୋଇପାରନ୍ତି।

କନ୍ୟା: ଶତ୍ରୁକୁ ବିନାଶ କରିବାରେ ସକ୍ଷମ ହେବେ। ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି। ତେଜୀୟାନ୍‍ ହେବେ। ବାହୁରେ ପୀଡ଼ା ଉପୁଜି ପାରେ। ବନ୍ଧୁ ବିୟୋଗରେ ଖବର ମିଳିପାରେ। ଧନଭୋଗର ସୂଚନା ମିଳୁଛି। ଛାତ୍ର ଛାତ୍ରୀ ଓ ମହିଳାମାନେ ଶିକ୍ଷାରେ ସମ୍ମାନିତ ହେବେ।

ତୁଳା: ସନ୍ତାନ ସନ୍ତତି ଲାଭର ସୂଚନା ମିଳୁଛି। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶିକ୍ଷିତା ପତ୍ନୀଙ୍କ ସହଯୋଗ ମିଳିବ। ଧାର୍ମିକ, ତେଜସ୍ୱୀ ଓ ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ। ମହିଳାମାନେ ସୁଖୀ ହେବେ। ବିଦ୍ୟାର୍ଥୀଙ୍କ ଦୂରଯାତ୍ରା ଯୋଗ ଅଛି।

ବିଛା: କୃଷିରୁ ଲାଭବାନ୍‍ ହେବେ। ଯାନବାହନ ସୁଖ ମିଳିବ। ଗୃହ ପରିବେଶ ଉତ୍ତମମାନର ହେବ। ପ୍ରିୟଭାଷୀ ହୋଇପାରନ୍ତି। ଧନଲାଭ ସୂଚନା ମିଳୁଛି। ସୁବର୍ଣ୍ଣ ସଂପଦ ମିଳିପାରେ। ମହିଳାଙ୍କୁ ପ୍ରଶଂସା ଓ ବିଦ୍ୟାର୍ଥୀଙ୍କ ଶିକ୍ଷାରେ ଉନ୍ନତି ହେବ।

ଧନୁ: ଧର୍ମ ଧାରଣାରେ ବ୍ରତୀ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ। ଉଦ୍ୟୋଗୀ ହୋଇପାରନ୍ତି। ଧନଶାଳୀ ହେବେ। ଆପଣଙ୍କ ଭାଷା ମାର୍ଜିତ ହେବ। ବୃଦ୍ଧମାନଙ୍କ ପାଇଁ ନ୍ୟୁନ ଫଳ। ମହିଳା ଓ ବିଦ୍ୟାର୍ଥୀମାନେ କଷ୍ଟ ପାଇବେ।

ମକର: ତ୍ୟାଗପୂତ ମନୋବୃତ୍ତିର ହୋଇପାରନ୍ତି। ନୀତିଜ୍ଞ ହେବେ। ବିବିଧ ଧନଯୁକ୍ତ ହେବେ। ଚଞ୍ଚଳମନା ହେବେ। ସହିଷ୍ଣୁ ଗୁଣ ଯୋଗୁଁ ପ୍ରଶଂସାର ପାତ୍ର ହେବେ। ବିଦ୍ୟାର୍ଥୀମାନେ ବହୁ ଶୁଭଫଳ ପାଇବେ। ମହିଳାମାନେ ଗର୍ବୀ ଓ ବିଦ୍ୟାର୍ଥୀ ମନଯୋଗୀ ହେବେ।

କୁମ୍ଭ: ବିଦ୍ୟା ରୂପକ ମହାଧନର ଅଧିକାରୀ ହେବେ। ଧନବାନ ହୋଇପାରନ୍ତି। ଅପାର ଗୁଣର ଅଧିକାରୀ ହେବେ। ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ପାରଦର୍ଶିତା ଲାଭ କରିବେ। ବିଦ୍ୟାର୍ଥୀମାନେ ଅଭ୍ୟାସୀ ଓ ମହିଳା ମଞ୍ଚାୟାଭିମୁଖୀ ହେବେ।

ମୀନ: ନାନାବିଧ ସମ୍ମାନର ଅଧିକାରୀ ହେବେ। ନୃତ୍ୟ ସଙ୍ଗୀତପ୍ରିୟ ହୋଇପାରନ୍ତି। ଉପଯୁକ୍ତ କର୍ମାନୁରକ୍ତ ହେବେ। ଯଶସ୍ୱୀ ହେବେ। ଧନଶାଳୀ ହୋଇପାରନ୍ତି। ସରକାରୀ ଅର୍ଥ ମିଳିପାରେ। ଛାତ୍ରଛାତ୍ରୀ ପ୍ରଶଂସିତ ହେବେ। ମହିଳାମାନେ ସମ୍ମାନିତ ହେବେ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories