www.samajalive.in
Monday, December 15, 2025
26.1 C
Bhubaneswar

ଶନିବାର ରାଶିଫଳ: ଆଜି ସାରା ଦିନ ସାବଧାନରେ ରୁହନ୍ତୁ ଏହି ରାଶି

ମେଷ: କାର୍ଯ୍ୟ ଯେତେ କଠିନ ଓ କଷ୍ଟଦାୟକ ହେଲେ ବି ତା’ର ସୁସମ୍ପାଦନ କରି ଉଚିତ୍‌ ମୂଲ୍ୟ ହାସଲ କରିବେ। ଯାନ-ବାହନ ସୁଖ ମିଳିବ। ଗୃହ ପରିବେଶ ପ୍ରଦୂଷଣମୁକ୍ତ ରହିବ। ସୁସ୍ଥ ଓ ନିରାମୟ ରହିବେ।

ବୃଷ: ବିଭିନ୍ନ ସ୍ତରରୁ ଅର୍ଥାଗମ ହୋଇ ଭଣ୍ଡାର ପରିପୂର୍ଣ୍ଣ ହୋଇପାରେ। ଦେବ ଦର୍ଶନ ପାଇଁ ସମସ୍ତ କଳ୍ମଷ ଦୂର ହେବ। ଅଶାନ୍ତିର ଉପସମ ହେବ। ସରକାରୀ ସ୍ତରରୁ ଲାଭବାନ ହେବାର ସୂଚନା ମିଳୁଛି। କର୍ମଠ ହେବେ।

- Advertisement -

ମିଥୁନ: ବ୍ୟବସାୟରୁ ପ୍ରଚୁର ଧନପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ମତିମାନ୍‌ ହୋଇପାରନ୍ତି। ମନ ପ୍ରଫୁଲ୍ଲ ରହିବ। କୀର୍ତ୍ତିମାନ ହେବେ। କର୍ମଚଞ୍ଚଳ ରହିବେ। ତ୍ୟାଗପୂତ ମନୋବୃତ୍ତିର ହୋଇ ପାରନ୍ତି।

କର୍କଟ: ଭଲ ଆୟ ହେବ। ବନ୍ଧୁ ବା ସରକାରୀ ସ୍ତରରୁ ଲାଭବାନ ହୋଇପାରନ୍ତି। ସୁସ୍ଥ ରହିବେ। ଭୋଜନ ଅମୃତ ଆସ୍ବାଦନ ତୁଲ୍ୟ ହୋଇପାରେ। ଚିନ୍ତାଧାରା ଉନ୍ନତମାନର ହେବ। ଦାମ୍ପତ୍ୟ ଜୀବନ ପ୍ରେମପୂର୍ଣ୍ଣ ହେବ।

ସିଂହ: କୃଚ୍ଛ୍ର ସାଧନାରେ ସିଦ୍ଧତପା ସାଧୁ ହୋଇପାରନ୍ତି। ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ କର୍ମଚଞ୍ଚଳ ରହିବେ। ମଧୁର କଥା କହି ପରକୁ ଆପଣାର କରି କାର୍ଯ୍ୟ ହାସଲ କରିବେ। ଗରିବଙ୍କ ପାଇଁ ଧନ ବ୍ୟୟ କରିବେ।

କନ୍ୟା: ଅଧିକ ଜ୍ଞାନ ଅର୍ଜନ ପାଇଁ ଚେଷ୍ଠିତ ହେବେ। ସତ୍‌ କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ସରକାରୀ ସ୍ତରରୁ ସମ୍ମାନ ସହିତ ଧନପ୍ରାପ୍ତିର ସୂଚନା ମିଳୁଛି। ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ଅପୂର୍ବ ସଫଳତା ପାଇବେ।\

ତୁଳା: କର୍ମ କ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ନିଜ ଜ୍ଞାନାଲୋକରେ ପଡ଼ୋଶୀଙ୍କ ଚଲାପଥକୁ ଆଲୋକିତ କରିବେ। ଦୟାର୍ଦ୍ରଚିତ୍ତ ହୋଇ ବୁଭୁକ୍ଷୁଙ୍କ ଜଠରାଗ୍ନିକୁ ନିର୍ବାପିତ କରିବେ। ବ୍ୟବସାୟ ଲାଭପ୍ରଦ ହେବ।

ବିଛା: କାର୍ଯ୍ୟର ସଫଳ ରୂପାୟନ କରି ଉପରିସ୍ଥ କର୍ମକର୍ତ୍ତାଙ୍କ ପ୍ରଶଂସାର ପାତ୍ର ହୋଇପାରନ୍ତି। ପ୍ରାପ୍ତ କ୍ଷମତାର ବିକେନ୍ଦ୍ରୀକରଣ କରି ଆଶ୍ରିତଙ୍କ ସମସ୍ୟା ସମାଧାନ କରିପାରନ୍ତି। ସତ୍‌ପରାୟଣ ହେବେ। ସୁଖୀ ଜୀବନ ବିତାଇବେ।

ଧନୁ: ଆଜି ସାରାଦିନ ସାବଧାନତାର ସହ ଚଳିବାକୁ ପଡ଼ିବ। ଆକସ୍ମିକ ସମସ୍ୟାକୁ ଭୟ ନ କରି ତା’ର ମୁକାବିଲା କଲେ କିଛିଟା ସୁଫଳ ମିଳିପାରେ। ଯାନବାହନ ଚଳାଚଳରେ ସତର୍କ ରହିବାକୁ ପଡ଼ିବ।

ମକର: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ହେବ। କର୍ମକ୍ଷେତ୍ରକୁ ଉଜ୍ଜ୍ବଳମୟ କରିପାରନ୍ତି। ସପତ୍ନୀଙ୍କ ଜନ ସେବାରେ ନିମଗ୍ନ ହୋଇ ସେହି କାର୍ଯ୍ୟରେ ଆପଣଙ୍କ ଅନ୍ୟ ସମର୍ଥକମାନଙ୍କୁ ଅନୁପ୍ରାଣିତ କରିପାରନ୍ତି।

କୁମ୍ଭ: ଭାଇ ବନ୍ଧୁ, ଜ୍ଞାତି କୁଟୁମ୍ବଙ୍କ ସହାୟତା ପାଇ ଶତ୍ରୁ ଦମନ କରିପାରନ୍ତି। ସୁସମ୍ବାଦ ପାଇ ଆନନ୍ଦ ଅନୁଭବ କରିବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ମୁକ୍ତ ଓ ନିର୍ମଳ ରହିଛି। ଅସୀମ ଧର୍ଯ୍ୟ ବଳରେ କାର୍ଯ୍ୟ ହାସଲ କରିବେ।

ମୀନ: ନୂତନ କାର୍ଯ୍ୟରେ ଯୋଗ ଦେବାକୁ ମନ ବଳାଇଥିବାରୁ ଉପାଦେୟ ପୁସ୍ତକ ଅଧ୍ୟୟନ ଉପରେ ମନୋନିବେଶ କରିପାରନ୍ତି। ସପତ୍ନୀଙ୍କ ପୂଜାର୍ଚ୍ଚନା​‌େ​‌ର ନିୟୋଜିତ ହେବେ। ବିଭିନ୍ନ ସୂତ୍ରରୁ ଅର୍ଥାଗମ ହେବ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories