ସାତକୋଶିଆରେ ମା ଓ ଛୁଆ କଲରାପତରିଆ ବାଘ ମୃତ୍ୟୁ

ସାତକୋଶିଆ: ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳର ପମ୍ପାସର ରେଂଜ୍ ଅନ୍ତର୍ଗତ କୁଲାଙ୍ଗିରେ ମା’ ଓ ଛୁଆ କଲରାପତରିଆ ବାଘ ମରିଥିବାର ଖବର ଜଣାଯାଇଛି। ସ୍ଥାନୀୟ ବନ କର୍ମଚାରୀ ମାନଙ୍କୁ ଗ୍ରାମବାସୀ ଖବର ଦେବା ପରେ ଘଟଣାଟି ଜଣାପଡିଥିଲା।

prayash

କଲରାପତରିଆ ବାଘ ଏକ ଶିକାରୀ ଫାଶରେ ପଡି ମରି ପଡିଥିବା ପ୍ରାଥମିକ ତଦନ୍ତ ଏବଂ ଗ୍ରାମବାସୀଂକ କଥାବାର୍ତ୍ତାରୁ ଜଣାଯାଇଛି। ଖବର ପାଇବା ପରେ ଘଟଣାସ୍ଥଳରେ ଅନୁଗୋଳ ଆଂଚଳିକ ମୁଖ୍ୟ ବନ ସଂରକ୍ଷକ ଏମ୍ ୟୋଗଜୟାନନ୍ଦ, ସାତକୋଶିଆ ଡିଏଫ୍ଓ ସରୋଜ୍ ପଣ୍ଡା, ଏସିଏଫ୍ ଶୁଭେନ୍ଦୁ ବେହେରା, ପମ୍ପାସର ରେଞ୍ଜ ଅଫିସର୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ମା ଓ ଛୁଆ କଲରାପତରିଆ ବାଘ ପ୍ରାୟଃ ୮/୧୦ ଦିନ ପୂର୍ବରୁ ଫାଶରେ ପଡି ମରିଥିବା ବେଳେ କୌଣସି ଦୁର୍ବୁତ୍ତ ତାର ନିଶ ଓ ନଖ ନେଇଯାଇଥିବା ଆଲୋଚନା ହେଉଛି। ମା’ କଲରାପତିରିଆ ବାଘର ବୟସ ୪ ବର୍ଷ ଏବଂ ଛୁଆ କଲରାପତରିଆ ବାଘର ପ୍ରାୟ ୧ ବର୍ଷ ହୋଇଥିବା ନେଇ ଅନୁମାନ କରାଯାଉଛି।

ପ୍ରକାଶ ଥାଉକି ସାତକୋଶିଆର ସେହି ବିଟ୍ ଏରିଆରେ ଗତ ୩ ମାସ ପୂର୍ବରୁ ଏକ ଦନ୍ତା ହାତୀ ବିଦ୍ୟୁତ୍ କରେଂଟ୍ ରେ ମରିଥିଲା। ଗତବର୍ଷ ଏକ କଲରାପତରିଆ ବାଘ ପୁରୁଣାକୋଟ୍ ରେଂଜ୍ ଅନ୍ତର୍ଗତ ଗୋପାଳପୁର ଠାରେ ଫାଶରେ ପଡିଥିଲା। ପୁରୁଣାକୋଟ୍ ରେଞ୍ଜରେ ଟୁଲୁକା ଜଙ୍ଗଲରେ ୩ ଟି ଗୟଳ ମରିଥିବାର ସରକାରୀ ରେକର୍ଡ ରହିଛି। ଜିଲିଣ୍ଡା ରେଞ୍ଜରେ ଏକ ଦନ୍ତା ହାତୀକୁ ମାରି ପୋତି ଯାଇଥିଲା। ସାତକୋଶିଆରେ ହାତୀ, ବାଘ ଓ ଗୟଳ ସମେତ ଅନ୍ୟାନ୍ୟ ବନ୍ୟଜୀବ ଶିକାର ହେଉଥିବାର ଏକ ଉଚ୍ଚସ୍ତରୀୟ ତଦନ୍ତ ଦାବୀ ହେଉଛି।

kalyan agarbati

Comments are closed.