ନୂଆଦିଲ୍ଲୀ : ସୋମବାର ସୁପ୍ରିମକୋର୍ଟ ସାରିଡନ୍ ର ପ୍ରସ୍ତୁତି ଓ ବିକ୍ରି ପାଇଁ ଅନୁମତି ଦେଇଛନ୍ତି । ଏହା କମ୍ପାନୀ ପାଇଁ ଏକ ଭଲ ଖବର। କୋର୍ଟ ପୂର୍ବ ସପ୍ତାହରେ ମନ୍ୟୁଷ୍ୟ ବ୍ୟବହାର ନ କରିବା ପାଇଁ ୩୨୮ଟି ନିଶ୍ଚିତ ସଂଯାଜନ ଔଷଧ(ଏଫଡିସି)ର ନିର୍ମାଣ ଏବଂ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଥିଲେ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏହି ଔଷଧକୁ ସମ୍ପୂର୍ଣ୍ଣ ନିଷେଧ ଘୋଷଣା କରିଥିଲେ। ତେଣୁ ଏହି ସବୁ ଔଷଧ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା।
ଭାରତ ଏବଂ ବିଦେଶର ଡାକ୍ତର ଏବଂ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଭାରତରେ ଆଣ୍ଟି ବାୟୋଟିକର ବ୍ୟବହାର ବୃଦ୍ଧି ପାଉଥିବାରୁ ଚିନ୍ତା ପ୍ରକାଶ କରିଥିଲେ। ତାଙ୍କ କହିବାକଥା ଏହି ଆଣ୍ଟିବାୟୋଟିକର ପ୍ରତିରୋଧରେ ଯୋଗଦାନ ହୋଇପାରେ। ସାରା ବିଶ୍ବ ତୁଳନାରେ ସବୁଠାରୁ ଅଧିକ ଏହି ଔଷଧର ବ୍ୟବହାର ଭାରତରେ ହୋଇଥାଏ। କେନ୍ଦ୍ର ଔଷଧର ବିତରଣ ଏବଂ ଉତ୍ପାଦନ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଏହାର ମଞ୍ଜୁରୀ ଡ୍ରଗ ଆଡବାୟୋଜରି ବୋର୍ଡର ସୂଚନା ଅନୁସାରେ କରାଯାଇଥିଲା।
ଏହାସହିତ ମନ୍ତ୍ରାଳୟ ମଧ୍ୟ ୬ଟି ଅନ୍ୟ କମ୍ବିନେସନ ଔଷଧର ପ୍ରସ୍ତୁତି, ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଥିଲେ। ସୂଚନାଅନୁସାରେ ଏହି ପ୍ରତିବନ୍ଧକ ଲାଗୁ ହେବାପରେ ଫାର୍ମା ସେଣ୍ଟରକୁ ପାଖାପାଖି ଦେଢ ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡିବ ବୋଲି ସୂଚନା ମିଳିଥିଲା। ମନ୍ତ୍ରାଳୟର କହିବାକଥା କି ରୋଗୀଙ୍କ ସ୍ବାସ୍ଥ୍ୟଠାରୁ ବଡ କ୍ଷତି ଆଉକିଛି ହୋଇନପାରେ । ଯେଉଁଥିରେ ପିରାମଲ ସାରିଡନ୍ ସାମିଲ ଥିଲା। ଏହାବ୍ୟତୀତ ମେକ୍ଲିଆଡସ୍, ଫାର୍ମା ପେନଡ୍ରମ ପ୍ଲସ କ୍ରିମ ଏବଂ ଅକ୍ଲିମ ଲାବୋରେଟୋରୀ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଥିଲା।
ସାରିଡନ୍ ର ପ୍ରସ୍ତୁତି ଏବଂ ବିକ୍ରି ଉପରୁ ପ୍ରତିବନ୍ଧକ ଉଠାଇଲେ ସୁପ୍ରିମକୋର୍ଟ
Popular Categories



