www.samajalive.in
Sunday, November 16, 2025
15.1 C
Bhubaneswar

ପୁଣି ଆସୁଛି ଅକ୍ଷୟ କୁମାର-ପରେଶ ରାଓ୍ବଲ ଯୋଡ଼ି, କିନ୍ତୁ ରହିଛି ଟ୍ବିଷ୍ଟ: ଆସିଲା ‘ସରଫିରା’ ଟ୍ରେଲର

ମୁମ୍ବଇ: ପୁଣି ଥରେ ପରଦାକୁ ଆସୁଛି ଅକ୍ଷୟ କୁମାର-ପରେଶ ରାଓ୍ବଲ ଯୋଡ଼ି। ‘ହେରା ଫେରି’ଠୁ ‘ଆଓ୍ବାରା ପାଗଲ ଦୀଓ୍ବାନା’ ପର୍ଯ୍ୟନ୍ତ ଚଳଚ୍ଚିତ୍ରରେ ନଜର ଆସିଛନ୍ତି ଦର୍ଶକଙ୍କ ଏହି ପ୍ରିୟ ଯୋଡ଼ି। କିନ୍ତୁ ଏଥର ପରଦାରେ ଉଭୟଙ୍କ ମଧ୍ୟରେ ସମ୍ପୂର୍ଣ୍ଣ ଭିନ୍ନ କେମେଷ୍ଟ୍ରି ଦେଖିବାକୁ ମିଳିବ। ଏହା ଆମେ କହୁନାହୁଁ, ବରଂ ମିଷ୍ଟର ଖିଲାଡ଼ିଙ୍କ ଆଗାମୀ ଚଳଚ୍ଚିତ୍ର ‘ସରଫିରା’ର ଟ୍ରେଲରରେ ଏହା ଦେଖିବାକୁ ମିଳିଛି। ଟ୍ରେଲରକୁ ଦର୍ଶକ ବେଶ୍‌ ପସନ୍ଦ କରୁଛନ୍ତି।

‘ସରଫିରା’ ଜୁଲାଇ ୧୨ରେ ମୁକ୍ତିଲାଭ କରିବ, ଯେଉଁଥିରେ ଅକ୍ଷୟ କୁମାରଙ୍କ ବ୍ୟତୀତ ରାଧିକା ମଦାନ ଓ ପରେଶ ରାଓ୍ବଲ ଗୁରୁତ୍ଵପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ସୂରିୟା, ଜ୍ୟୋତିକା ଓ ଅରୁଣ ଭାଟିଆଙ୍କ ପ୍ରଯୋଜନାରେ ନିର୍ମିତ ଏହି ଚଳଚ୍ଚିତ୍ରର ନିର୍ଦେଶନା ଭାର ବହନ କରିଛନ୍ତି ସୁଧା କୋଙ୍ଗାରା ପ୍ରସାଦ।

- Advertisement -


ଅକ୍ଷୟ କୁମାର ନିଜ ନୂଆ ଫିଲ୍ମର ଟ୍ରେଲର ଇନ୍‌ଷ୍ଟାଗ୍ରାମରେ ଶେୟାର କରି କ୍ୟାପ୍ସନରେ ଲେଖିଛନ୍ତି, ‘‘ସ୍ଵପ୍ନ ​‌ତାହା ନୁହେଁ ଯାହା ଆପଣ ଶୋଇଲା ବେଳେ ଦେଖନ୍ତି, ସ୍ଵପ୍ନ ହେଉଛି ତାହା ଯାହା ଆପଣଙ୍କୁ ଶୋଇବାକୁ ହିଁ ଦିଏନାହିଁ। ଏମିତି ଏକ ସ୍ଵପ୍ନର କାହାଣୀ ହେଉଛି ‘ସରଫିରା’। ଟ୍ରେଲର ଆସିଯାଇଛି। ଜୁଲାଇ ୧୨, ୨୦୨୪ରେ ପ୍ରେକ୍ଷାଳୟକୁ ଆସୁଛି ‘ସରଫିରା’।

ଟ୍ରେଲରକୁ ଲୋକେ ବେଶ୍‌ ପସନ୍ଦ କରୁଥିବାବେଳେ ଫିଲ୍ମକୁ ନେଇ ଉତ୍ସାହିତ ଥିବା କମେଣ୍ଟ ଜରିଆରେ କହିଛନ୍ତି।

Hot this week

ପୁଲିସର ଯାଞ୍ଚ କଡ଼ାକଡ଼ି

ସମାଜ ଲାଇଭ୍‌: କମିସନରେଟ ପୁଲିସ ପକ୍ଷରୁ ଶନିବାର ବିଳମ୍ବିତ ରାତିରେ ଗାଡ଼ିମୋଟର...

ହ୍ୟୁମାନ ସାଗର ସଙ୍କଟାପନ୍ନ, ଏମ୍ସ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ହ୍ୟୁମାନ ସାଗର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଚିନ୍ତା...

ସ୍ଥାୟୀ ଜମି ପଟ୍ଟା ପ୍ରଦାନ ପାଇଁ ମାହେଶ୍ୱରୀ ସେନାର ଦାବି

ରେଙ୍ଗାଲିକ୍ୟାମ୍ପ ୧୫/୧୧: ଦୀର୍ଘ ୪୦ବର୍ଷ ଧରି ଗୋଡ଼ଭଗା ଛକ ନିକଟ ରାସ୍ତା...

କିଲାକିଆ ସେବାଶ୍ରମରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ

ଜି.ଉଦୟଗିରି,୧୫/୧୧: ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ...

ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର କାରାମଣ୍ଡଳରେ ସରିଲା ଅଭିଯୁକ୍ତଙ୍କ ଟିଆଇ ପରେଡ୍

ସମାଜ ନ୍ୟୁଜ ଡେସ୍କ- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଶନିବାର...

Related Articles

Popular Categories