www.samajalive.in
Sunday, December 7, 2025
14.1 C
Bhubaneswar

ଅଗଷ୍ଟ ୧୦ରୁ ଆରମ୍ଭ ହେଉଛି ‘ସାରେଗାମାପା- ଉସ୍ତାଦଙ୍କ ଉସ୍ତାଦ୍’

ଭୁବନେଶ୍ବର : ଦର୍ଶକ ଦେଖିବାକୁ ଭଲ ପାଉଥିବା କାହାଣୀକୁ ଆଧାରିତ କରି ଅନେକ ଧାରାବାହିକ ସହିତ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ଭେଟି ଦେଇଛି ଜୀ ସାର୍ଥକ । ଯେଉଁଥିରେ ଓଡ଼ିଆ ଜାତି ଓ ଓଡ଼ିଶାର ପ୍ରଥା ପରମ୍ପରାକୁ ଅତି ନିଖୁଣ ଭାବେ ଦେଖି ଦର୍ଶକେ ଉପଭୋଗ କରିପାରନ୍ତି । ଏହି ଧାରାରେ ଦର୍ଶକଙ୍କ ପସନ୍ଦକୁ ଧ୍ୟାନରେ ରଖି ଖୁବ ଶୀଘ୍ର ଆସିବାକୁ ଯାଉଛି ତାର ନମ୍ବର ୧ ରିୟଲିଟି  ଶୋ  ‘ସାରେଗାମାପା ଉସ୍ତାଦଙ୍କ ଉସ୍ତାଦ୍’ । ବିଗତ ବର୍ଷର  ସାରେଗାମାପା ରିୟଲିଟି ଶୋ ର ଟପ୍ ୨୦ ଜଣ ସିଙ୍ଗର ଏହି ଶୋ ରେ ପ୍ରତିଯୋଗୀ ଭାବରେ ଭାଗ ନେବାକୁ ଯାଉଛନ୍ତି, ଯାହାଙ୍କୁ ଆପଣ ଆଗରୁ ଶୋ ରେ ଦେଖିଛନ୍ତି ବା ଯାହାଙ୍କର ଗୀତରେ ଆପଣ ଆଗରୁ ଝୁମିଛନ୍ତି । ତେବେ ବଛା ବଛା ପ୍ରତିଯୋଗୀ ବା ସଙ୍ଗୀତ ଉସ୍ତାଦଙ୍କ ଭିତରେ କିଏ ହେବ ଉସ୍ତାଦଙ୍କ ଉସ୍ତାଦ ତାହା ଦେଖିବାକୁ ବାକି ରହିଲା । ପ୍ରତିଯୋଗୀମାନେ ନିଜ ନିଜ ଭିତରେ ବିଭିନ୍ନ ମ୍ୟୁଜିକାଲ ଗେମ ମାଧ୍ୟମରେ  ପ୍ରତିଦ୍ବନ୍ଦିତା କରିବେ ।

ଏହି ଶୋ ରେ ଜଜ୍ ଭାବରେ ରହିଛନ୍ତି ଓଡ଼ିଶାର ପ୍ରସିଦ୍ଧ ସିଙ୍ଗର ଅସୀମା ପଣ୍ଡା,କୁଳଦୀପ ପଟ୍ଟନାୟକ, ଦୀପ୍ତିରେଖା ପାଢୀ ଓ କ୍ରିଷ୍ଣା ବେଉରା । ସବୁଠାରୁ ବଡ ରୋଚକ କଥା ଏହା ଯେ ଏହି ଶୋ ରେ ଆଙ୍କର ବା ଉପସ୍ଥାପକ ଭାବରେ ରହିଛନ୍ତି ସମସ୍ତଙ୍କ ପ୍ରିୟର ହାସ୍ୟ ଅଭିନେତା ଅନୁଗୁଳିଆ ବଣ୍ଟି । ଯିଏ ଏହି ଶୋ ରେ ନିଜର ଲାଫଟର ଡୋଜ୍ ଦ୍ବାରା ଲଗାଇବେ ଏଣ୍ଟରଟେନମେଣ୍ଟର ତଡ଼କା ।

- Advertisement -

ଅଗଷ୍ଟ ୧୦ ତାରିଖରୁ ଟିଭି ପରଦାରେ ଶୁଭାରମ୍ଭ ହେବାକୁ ଯାଉଛି ନୂଆ ରିୟଲିଟି ଶୋ  ‘ସାରେଗାମାପା ଉସ୍ତାଦଙ୍କ ଉସ୍ତାଦ୍’ । ଯାହା ଦର୍ଶକଙ୍କୁ ନିଶ୍ଚୟ ପସନ୍ଦ ଆସିବ କାରଣ ଟପଙ୍କ ମଧ୍ୟରୁ ଟପ୍ ବାଛିବା ହେଉଛି କାଠିକର ପାଠ । ତେବେ ମେକର୍ସଙ୍କ ପାଇଁ ଏହା ଯେତେ କଠିନ କାମ ହେଉନା କାହିଁକି କିନ୍ତୁ ଦର୍ଶକ ନିଶ୍ଚୟ ମନୋରଞ୍ଜନ ପାଇବେ ବୋଲି କହିଛନ୍ତି ଜୀ ସାର୍ଥକର ଚିଫ ଚ୍ୟାନେଲ ଅଫିସର ପ୍ରତୀକ ସିଲ୍ । ଦର୍ଶକ ଅଗଷ୍ଟ ୧୦ ତାରିଖରୁ ‘ସାରେଗାମାପା ଉସ୍ତାଦଙ୍କ ଉସ୍ତାଦ୍’, ପ୍ରତ୍ୟେକ ଶନି – ରବି ରାତି ସାଢେ ୯ଟାରେ ଦେଖିପାରିବେ ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories