www.samajalive.in
Saturday, December 6, 2025
14.1 C
Bhubaneswar

ପୁଣି ଶୁଣିବାକୁ ମିଳିବ ସାରଥୀଙ୍କ ପ୍ରବଚନ

ଭୁବନେଶ୍ୱର: ସାରଥୀ ଓରଫ୍‍ ସନ୍ତୋଷ ରାଉଳ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ଏଣିକି ସେ ପ୍ରବଚନ ଦେଇପାରିବେ। ହାଇକୋର୍ଟ ସାରଥୀଙ୍କୁ ପ୍ରବଚନ ଅନୁମତି ଦେଇଥିବା ମଙ୍ଗଳାର ସୂଚନା ମିଳିଛି। କୋଭିଡ଼୍‍ ନିୟମକୁ ପାଳନ କରିବା ସହ ସର୍ବାଧିକ ୨୦୦ ଲୋକଙ୍କୁ ନେଇ ସେ ପ୍ରବଚନ ଦେଇପାରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁସାରେ, ପୂର୍ବରୁ ସେ ପ୍ରବଚନ ପାଇଁ ଅନୁମତି ଦେବାକୁ ଅପିଲ୍‍ କରିଥିଲେ। ପ୍ରବଚନ ଦ୍ୱାରା ସେ ଗୁଜୁରାଣ ମେଣ୍ଟାଇ ଥାଆନ୍ତି, ତେଣୁ ପୁଣିଥରେ ପ୍ରବଚନ ପାଇଁ ଅନୁମତି ଲୋଡ଼ିଥିଲେ।

ଉଲ୍ଲେଖଯୋଗ୍ୟ, ୨୦୧୫ରେ ସାରଥୀ ଗିରଫ୍‍ ହୋଇଥିଲେ। ସାରଥୀଙ୍କ ନାମରେ ୩ଟି ମାମଲା ରହିଛି ଏବଂ ବର୍ତ୍ତମାନ ସେ ଜାମିନରେ ଅଛନ୍ତି। ତେବେ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବାକୁ ନେଇ ତାଙ୍କ ନାମରେ ମାମଲା ରହିଥିବା ସତ୍ତ୍ବେ ଏବେ ତାଙ୍କ ପ୍ରବଚନ ପେଣ୍ଡାଲକୁ ପ୍ରତ୍ୟାବର୍ତ୍ତନକୁ ଲୋକେ କେମିତି ଗ୍ରହଣ କରିବେ ତାହା ଦେଖିବା ବାକି ରହିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories