www.samajalive.in
Friday, December 12, 2025
27.1 C
Bhubaneswar

ରଜ ଉତ୍ସବ ଫିକା: ହେଲାନି ମଉଜ, ହଜିଲା ଉଲ୍ଲାସ!

ସାରନଗରୀ:ସମଗ୍ର ବିଶ୍ୱ ମହାମାରୀ କରୋନା ବିରୋଧରେ ଲଢେଇ ଜାରି ରଖିଥିବାବେଳେ ଏଥିରୁ ଆମ ଦେଶ ଓ ରାଜ୍ୟ ବାଦ ପଡ଼ିନାହିଁ ।ବିଶେଷକରି କରୋନା ସଂକ୍ରମଣକୁ ପ୍ରତିହତ କରିବା ଲକ୍ଷ୍ୟରେ ମେ ୫ରୁ ଆସନ୍ତା ୧୭ଯାଏଁ ରାଜ୍ୟରେ ତାଲାବନ୍ଦ ଯୋଗୁଁ ଫିକା ପଡ଼ିଛି ଓଡ଼ିଶାର ଗଣପର୍ବ ରଜ। ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ କରୋନା ମହାମାରୀର କରାଳ କାୟାରେ ହଜି ଯାଇଛି ରଜ ମହୋତ୍ସବ! ରଜ ପର୍ବ ପାଳିବାକୁ ମନରେ ଉତ୍ସାହ ଥିଲେହେଁ, କରୋନାର ବିଭିଷୀକା ସଭିଁଙ୍କ ଆଗରେ ବାଟ ଓଗାଳିଛି। କେବଳ ଯାହା ଘରେ ବନ୍ଧୁ, ପରିଜନଙ୍କ ସହ ଆଜି ପହିଲି ରଜ ଓ ଆସନ୍ତା କାଲି ରଜ ସଂକ୍ରାନ୍ତି ପାଳନ କରିବାକୁ ଦକ୍ଷିଣ ରାଉରକେଲାବାସୀ ତତ୍ପର ହୋଇ ଉଠିଥିବା ଦେଖିବାକୁ ମିଳିଛି। ଗୋଟିଏ ପଟେ ତାଲାବନ୍ଦ ଚାଲୁଥିôବା ବେଳେ, ଅନ୍ୟପଟେ ମୌସୁମୀ ଜନିତ ବର୍ଷା ରଜ ଉତ୍ସବରେ ପୂର୍ଣ୍ଣଚ୍ଛେଦ ଟାଣି ଦେଇଥିଲା। କେବଳ ସହରାଂଚଳ ଓ ଗ୍ରାମାଂଚଳରେ ବାସ କରୁଥିବା କୁଆଁରୀ(ଅବିବାହିତ) କନ୍ୟା ମାନେ ରଜ ପର୍ବକୁ ଯାହା ଯେମତି ପାଳନ କରିଥିଲେ। ପ୍ରତିବର୍ଷ ରଜ ପର୍ବରେ ରଜପାନ ସହ ବିଭିନ୍ନ ପ୍ରକାର ପିଡା ଯେପରି ଆରିଷା, ମଣ୍ଡା ପିଠା, ପୋଡ଼ ପିଠାର ମହକ ଘରେ ଘରେ ପ୍ରସ୍ପୁଟିତ ହୋଇଥାଏ। ପହିଲି ରଜ ଠାରୁ ଆରମ୍ଭ କରି ଶେଷ ରଜ ଯାଏ ଯୁବ ବର୍ଗ ପୁରୁଷ ମାନେ କବାଡ଼ି ଖେଳରେ ନିଜକୁ ହଜାଇ ଦେଇଥାନ୍ତି। ଗାଁ ବରଗଛ ଠାରୁ ଆରମ୍ଭ କରି ଗାଁ ତୋଟା, ସହରର ପାର୍କ ଠାରୁ ଆରମ୍ଭ କରି ବାଡ଼ିବଗିଚାରେ ରଜ ଦୋଳିରେ ମଗ୍ନ ରହିଥାନ୍ତି ଆବାଳବୃଦ୍ଧବନିତା! ଯାହାକି ବିଗତ ଦୁଇ ବର୍ଷ ହେଲା ଦେଖିବାକୁ ମିଳୁନି। ସମସ୍ତ ପର୍ବପର୍ବାଣୀ ଭଳି ଓଡ଼ିଶାର ଗଣପର୍ବ ରଜରେ ପଡ଼ିଛି କରୋନା ପ୍ରହାର! ରଜ ଉତ୍ସବରେ ଚାରି ଦିନ ଧରି ଘରର ମହିଳା ମାନେ ପିଠାପଣା ପ୍ରସ୍ତୁତ କରିବା ସହ ବଣଭୋଜି ଯିବା ଦେଖିବାକୁ ମିଳିଥାଏ। ମାତ୍ର ଏଥର କଟକଣା ଯୋଗୁ ସବୁ କିଛି ଫିକା ପଡ଼ି ଯାଇଛି।

 

- Advertisement -
courtesy : amazon.com

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଜନଗହଳି, ସାଂସ୍କୃତିକ କାର୍ୟ୍ୟକ୍ରମ ଉପରେ କଟକଣା ଲଗାଯାଇଥିବାରୁ ଏହା ରଜ ଉତ୍ସବ ପାଳନ ସମୂର୍ଣ୍ଣ ଭାବେ ଫିକା ପଡ଼ି ଯାଇଥିବା ଜଣାପଡ଼ିଛି। ଚଳିତ ବର୍ଷ ତାଲାବନ୍ଦ ଯୋଗୁ ରାଉରକେଲା ସମେତ ଦକ୍ଷିଣ ରାଉରକେଲାରେ ଥିବା ବିଉଟି ପାର୍ଲର ଗୁଡ଼ିକ ନଖୋଲିବା ଯୋଗୁ, ଏହି ବ୍ୟବସାୟ କରି ନିଜ ଗୁଜୁରାଣ ମେଂଟାଉଥିବା ମହିଳା ଅବା ଯୁବତୀ ମାନଙ୍କୁ ଆର୍ଥିକ କ୍ଷତିର ସମ୍ମୁଖୀନ ହେବାକୁ ପଡ଼ିଛି। ପ୍ରତିବର୍ଷ ରଜର ଅବ୍ୟବହିତ ପୂର୍ବରୁ ତଥା ସଜବାଜ, ପହିଲି ରଜରେ ବିଉଟି ପାର୍ଲରରେ ଗ୍ରାହକଙ୍କ ଗହଳି ଜମିବା ସହ ଆଶାଜନକ ବେପାର ହୋଇଥାଏ ବୋଲି ସାରନଗରୀ ଅଞ୍ଚଳର ବିଉଟି ପାର୍ଲର ସତ୍ୱାଧିକାରୀ ସୌମ୍ୟଶ୍ରୀ ସେନାପତି ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ। ଚଳିତ ବର୍ଷ ତାଲାବନ୍ଦ ଯୋଗୁ ଆର୍ଥିକ କ୍ଷତି ସହିବାକୁ ପଡ଼ିଲା ବୋଲି ସେ ଦୁଃଖର ସହ କହିଥିଲେ। ଆଜି ସାରନଗରୀରେ ଥିବା ପୁଷ୍ପା ପାର୍କ ଖାଁଖାଁ ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷେ ଦକ୍ଷିଣ ରାଉରକେଲା ନିକଟବର୍ତି କିଛି ଗ୍ରାମରେ ଗ୍ରାମର ଛୋଟ ପିଲାମାନେ ଗଛରେ ଟାୟାର ବାନ୍ଧି ଦୋଳି ଖେଳିବା ଦୃଷ୍ଟିଗୋଚର ହୋଇଥିଲା ଶେଷ ରଜ ବୁଧବାର ପଡ଼ୁଥିବାରୁ ଅନେକ ବ୍ୟକ୍ତି ଆମିଷ ପାଇଁ ସଜବାଜ ହେଉଥିବା ନଜରକୁ ଆସିଛି। କରୋନା ଯୋଗୁଁ ରଜ ମଉଜ ଫିକା ପଡ଼ିଥିବା ବେଳେ ଏ ବର୍ଷ ଯୁବତୀମାନଙ୍କ ମନରେ ଉତ୍ସାହ ଓ ଆଗ୍ରହ ବି ମଳିନ ପଡ଼ିଛି। ଦକ୍ଷିଣ ରାଉରକେଲାରେ ରଜ ମହୋତ୍ସବ ପ୍ରତିବର୍ଷ ପାଳିତ ହୋଇ ଆସୁଥିବାବେଳେ କରୋନା ମହାମାରୀ ପରିପ୍ରେକ୍ଷୀରେ ଚଳିତବର୍ଷକୁ ମିଶି ୨ବର୍ଷ ଧରି ରଜ ମମହୋତ୍ସବ ବନ୍ଦ ହେବା ଉଭୟ ଆୟୋଜକ ଓ ସଂସ୍କୃତିପ୍ରେମୀଙ୍କୁ ନିରାଶ କରିଛି।

Hot this week

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

Related Articles

Popular Categories