www.samajalive.in
Friday, December 12, 2025
26.1 C
Bhubaneswar

ଜଳଶକ୍ତି ଅଭିଯାନରେ ସାମିଲ ହେବା ପାଇଁ ସାଂସଦଙ୍କୁ ଅନୁରୋଧ

ନୂଆଦିଲ୍ଲୀ :   ଜଳ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଜଳଶକ୍ତି ଅଭିଯାନ ପ୍ରତି ସମର୍ଥନ ଜଣାଇବା ଓ ଏହି ଅଭିଯାନରେ ସାମିଲ ହେବା ପାଇଁ ସାଂସଦ ମାନଙ୍କୁ ଅନୁରୋଧ କରାଯାଇଛି । ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ରତନଲାଲ କଟାରିଆ ସବୁ ସାଂସଦମାନଙ୍କୁ ଚିଠି ଲେଖି ବର୍ଷା ଜଳ ଅମଳ ପାଇଁ ନିଜ ନିଜ ନିର୍ବାଚନ ମଣ୍ଡଳୀଗୁଡ଼ିକରେ ସମର୍ଥନ ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି । ଶ୍ରୀ କଟାରିଆ କହିଛନ୍ତି, ଜଳସ୍ତର ହ୍ରାସ ପାଉଥିବା ଯୋଗୁଁ ଲୋକମାନେ ଜଳାଭାବ ଦେଇ ଗତି କରୁଥିବା ସମସ୍ୟା ଦୂର କରିବା ଦିଗରେ ଏହି ଅଭିଯାନ ସହାୟକ ହେବ।
ଚଳିତ ବର୍ଷ ବିଶ୍ୱ ଜଳ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ଷା ଜଳ ଅମଳ କରିବା ପାଇଁ ଜଳଶକ୍ତି ଅଭିଯାନ ଆରମ୍ଭ କରିଥିଲେ। ପୋଖରୀ, ଜଳଉତ୍ସ ଓ ନଦୀ ତଥା ବ୍ୟାରେଜ୍‍ ଗୁଡ଼ିକରେ ବର୍ଷା ଜଳକୁ ସଂଗ୍ରହ କରି ରଖିବା ପାଇଁ କୃତ୍ରିମ ବନ୍ଧ ନିର୍ମାଣ କରିବା ଲାଗି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ କହିଛି, ବର୍ତ୍ତମାନ ୧ଲକ୍ଷ ୬୦ ହଜାର ଜଳ ସଂରକ୍ଷଣ ବନ୍ଧ ନିର୍ମାଣ କରାଯାଇଛି ଏବଂ ବର୍ଷା ଜଳ ଅମଳ ପାଇଁ ଆହୁରି ୧ଲକ୍ଷ ୮୨ ହଜାର ବନ୍ଧ ନିର୍ମାଣ କାର୍ଯ୍ୟ ଚାଲିଛି ।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories