ଲୋକପ୍ରିୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର

ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର: ଓଡିଶାର ଘରେଘରେ ଭଜନ ଗୀତ ପାଇଁ ପରିଚିତ ଥିବା ଲୋକପ୍ରିୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିବା ତାଙ୍କ ପରିବାର ବର୍ଗ ସୂଚନା ଦେଇଛନ୍ତି।

ସେ ଗାଇଥିବା କାଳିଆ ମୋ ହୃଦୟ ହାର, ମିଛ ମାୟାକୁ ବାନ୍ଧିଛୁ ଶୂନ୍ୟ ଭେଳା, ଏମିତିକା ଦିଅଁ କାହିଁ କେଉଁଠି, ଅଧାଗଢା ହାତ ମୋର କେଡେ ସୁନ୍ଦର ଆଦି ଭଜନ ଦର୍ଶକଙ୍କ ମନ ଜିଣିପାରିଛି। ତାଙ୍କ ଗୀତ ଶ୍ରୋତାଙ୍କ ଭିତରେ ଭକ୍ତି, ସମର୍ପଣ ଏବଂ ବିଭୁ ଚେତନା ସୃଷ୍ଟି କରେ।

Comments are closed.