www.samajalive.in
Saturday, December 6, 2025
16.1 C
Bhubaneswar

ଶାନ୍ତନୁ ଆଚାର୍ଯ୍ୟଙ୍କୁ ଅଖିଳ ମୋହନ ଫାଉଣ୍ଡେସନ୍‌ର ‘ଶିଖର ସମ୍ମାନ’

ଭୁବନେଶ୍ୱର: ପ୍ରସିଦ୍ଧ କଥାଶିଳ୍ପୀ ଅଖିଳ ମୋହନ ପଟ୍ଟନାୟକଙ୍କ ସ୍ମୃତିରେ ଗଠିତ ଅଖିଳ ମୋହନ ଫାଉଣ୍ଡେସନ୍‌ ପକ୍ଷରୁ ୨୦୨୦ ମସିହା ପାଇଁ ସାରସ୍ୱତ ସମ୍ମାନ ଘୋଷଣା କରାଯାଇଛି। ମୂର୍ଦ୍ଧନ୍ୟ କଥାଶିଳ୍ପୀ ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କୁ ସର୍ବଶ୍ରେଷ୍ଠ ଶିଖର ସମ୍ମାନ ପ୍ରଦାନ କରାଯିବ ବୋଲି କୁହାଯାଇଛି। ସେହିପରି କବି ପ୍ରଦୀପ କୁମାର ପଣ୍ଡା ଅଖିଳ କବିତା ସମ୍ମାନ ଏବଂ କଥାଶିଳ୍ପୀ ସହଦେବ ସାହୁଙ୍କୁ ଅଖିଳ କଥା ସମ୍ମାନ ପ୍ରଦାନ କରାଯିବ। ଅନୁରୂପ ଭାବରେ କବି ଇପ୍‌ସିତା ଷଡଙ୍ଗୀ ଏବଂ ଗାଳ୍ପିକା ସ୍ୱାଗତିକା ସ୍ୱାଇଁଙ୍କୁ ଜ୍ଞାନଦା କବିତା ସମ୍ମାନ ଦିଆଯିବ ବୋଲି ଅଖିଳ ମୋହନ ଫାଉଣ୍ଡେସନ୍‌ ପକ୍ଷରୁ ସୂଚନା ଦିଆଯାଇଛି।

 

- Advertisement -

ଆଜି ସନ୍ଧ୍ୟାରେ ଅଖିଳ ମୋହନ ଫାଉଣ୍ଡେସନ୍‌ର ବୈଠକ ସଭାପତି କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବିଚାରକ ମଣ୍ଡଳୀଙ୍କ ମନୋନୟନ ଓ ଫାଉଣ୍ଡେସନ୍‌ର ନିଷ୍ପତ୍ତି କ୍ରମେ ଚଳିତବର୍ଷର ସାରସ୍ୱତ ସମ୍ମାନ ଘୋଷଣା କରାଯାଇଛି। ଚଳିତ କୋଭିଡ୍‌ ପରିସ୍ଥିତି ଦୃଷ୍ଟିରୁ ସାରସ୍ୱତ ସମାଗମ ଓ ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମ ଭର୍ଚୁଆଲ୍‌ ମୋଡ୍‌ରେ କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ଫାଉଣ୍ଡେସନ୍‌ର ସଂପାଦକ ତିମିରବରଣ ପଟ୍ଟନାୟକ ପ୍ରକାଶ କରିଛନ୍ତି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories