ନୂଆଦିଲ୍ଲୀ: ରାମପାଳଙ୍କୁ ୨ଟି ହତ୍ୟାକାଣ୍ଡ ମାମଲାରେ ହିସାର ସ୍ୱତନ୍ତ୍ର କୋର୍ଟ ଦୋଷୀ ସାବ୍ୟସ୍ତ କରିଛି। ସୁରକ୍ଷା ଦୃଷ୍ଟିରୁ ଜେଲ ପରିସରରେ ହିଁ କୋର୍ଟ ସ୍ଥାପନ କରାଯାଇ ଥିଲା। ଯେଉଁ ଦୁଇ ହତ୍ୟାକାଣ୍ଡ ପାଇଁ ରାମପାଳଙ୍କୁ ଦାୟୀ କରାଯାଇଛି ତନ୍ମଧ୍ୟରେ ପ୍ରଥମ ମାମଲା ଜନୈକା ମହିଳାଙ୍କ ହତ୍ୟା ଅଭିଯୋଗ ରହିଛି। ମୃତକ ମହିଳା ଜଣକ ରାମପାଳଙ୍କ ଅନୁଗାମୀ ଥିଲେ। ୨୦୧୪ନଭେମ୍ବର ୧୮ରେ ସତଲୋକ ଆଶ୍ରମରେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇ ଥିଲା। ଦ୍ୱିତୀୟ ହତ୍ୟାକାଣ୍ଡ ରାମପାଳଙ୍କ ଗିରଫକୁ ବିରୋଧ କରି ଭକ୍ତ ଓ ପୁଲିସ ମଧ୍ୟରେ ଖଣ୍ଡଯୁଦ୍ଧ ସମୟରେ ହୋଇଥିଲା। ୧୦ଦିନ ଧରି ଚାଲିଥିବା ଏହି ଖଣ୍ଡଯୁଦ୍ଧରେ ୪ଜଣ ମହିଳା ଓ ଜଣେ ଶିଶୁର ମୃତ୍ୟୁ ହୋଇଥିଲା।
Popular Categories



