www.samajalive.in
Monday, December 8, 2025
27.1 C
Bhubaneswar

ଜାଣନ୍ତୁ, ସଙ୍କଟ ଚତୁର୍ଥୀର ମହତ୍ତ୍ବ ଓ ପୂଜା ବିଧି

ସଙ୍କଟ ଚତୁର୍ଥୀ ହିନ୍ଦୁଧର୍ମର ପ୍ରମୁଖ ପର୍ବ ମଧ୍ୟରୁ ଗୋଟିଏ । ହିନ୍ଦୁ ମାନ୍ୟତା ଅନୁଯାୟୀ କୌଣସି ଶୁଭକାର୍ଯ୍ୟ କରିବା ପୂର୍ବରୁ ଭଗବାନ ଗଣେଶଙ୍କ ପୂଜା କରାଯାଏ । ଅନ୍ୟ ଦେବାଦେବୀଙ୍କ ମଧ୍ୟରୁ ଭଗବାନ ଗଣେଶଙ୍କୁ ପୂଜନୀୟ ବୋଲି କୁହାଯାଇଛି । ତେଣୁ ଯେକୌଣସି ପୂଜା ଓ ହୋମ ବା ଯଜ୍ଞ ପୂର୍ବରୁ ପ୍ରଥମେ ଗଣେଶଙ୍କୁ ପୂଜା କରାଯାଏ । ତାଙ୍କୁ ବୁଦ୍ଧିବାନ ଓ ବିବେକର ଦେବତା ବୋଲି ବିଶ୍ବାସ କରାଯାଏ । ଭଗବାନ ଗଣେଶ ଭକ୍ତଙ୍କ ସମସ୍ତ ବାଧା ବିଘ୍ନ ଦୂର କରିଥାନ୍ତି । ସେଥିପାଇଁ ତାଙ୍କୁ ବିଘ୍ନ ବିନାଶକ ଓ ବିଘ୍ନହର୍ତ୍ତା ବୋଲି କୁହାଯାଏ । ସେହିପରି ସଙ୍କଟ ଚତୁର୍ଥୀର ଅର୍ଥ ସଙ୍କଟ ଦୂର କରୁଥିବା ଚତୁର୍ଥୀ । ଏହି ଚତୁର୍ଥୀ ବ୍ରତ କରିବା ଦ୍ବାର ଜୀବନର ସବୁ କଷ୍ଟ ଦୂର ହୋଇଥାଏ ବୋଲି ବିଶ୍ବାସ ରହିଛି ।

କେବେ ସଙ୍କଟ ଚତୁର୍ଥୀ

- Advertisement -

ପ୍ରତି ମାସର ପୂର୍ଣ୍ଣିମା ପରେ ପଡୁଥିବା ଚତୁର୍ଥୀକୁ ସଙ୍କଟ ଚତୁର୍ଥୀ ଭାବେ ପାଳନ କରାଯାଏ । ଚଳିତ ମାସ ୨୪ ତାରିଖ ହେଉଛି ସଙ୍କଟ ଚତୁର୍ଥୀ ବ୍ରତ । ଏହି ଦିନ ଭଗବାନ ଗଣେଶଙ୍କ ଆରାଧନା କରିବା ଦ୍ବାରା ବିଶେଷ ବରଦାନ ପ୍ରାପ୍ତି ହୋଇଥାଏ । ଏହା ସହ ସ୍ବାସ୍ଥ୍ୟଗତ ସମସ୍ୟା ସବୁଦିନ ପାଇଁ ଦୂର ହୋଇଥାଏ । ତେଣୁ ଏହି ଦିନ ଭଗବାନ ଗଣେଶଙ୍କ ପୂଜା କରିବା ଲାଭଦାୟକ ଅଟେ ।

pic courtesy india Tv

କିପରି କରିବେ ପୂଜା

ସଙ୍କଟ ଚତୁର୍ଥୀରେ ସୂର୍ଯ୍ୟ ଉଦୟ ପୂର୍ବରୁ ଉଠି ସ୍ନାନ ସାରି ହାଲୁକା ନାଲି ଏବଂ ହଳଦିଆ ରଙ୍ଗର ପରିଷ୍କାର ପୋଷାକ ଧାରଣ କରନ୍ତୁ ।
ହଳଦିଆ ରଙ୍ଗର ଗଣେଶଙ୍କ ମୂର୍ତ୍ତିକୁ ଏକ ନାଲି କପଡା ଉପରେ ସ୍ଥାପନା କରନ୍ତୁ ।
ଭଗବାନ ଗଣେଶଙ୍କୁ ପୂଜା କରିବା ସମୟରେ ପୂର୍ବ ଓ ଉତ୍ତର ଦିଗକୁ ମୁହଁ କରନ୍ତୁ ।
ଭଗବାନ ଗଣେଶଙ୍କ ସମ୍ମୁଖରେ ଦୀପ ଜଳାନ୍ତୁ ଏବଂ ଗୋଲାପ ଫୁଲ ଚଢାନ୍ତୁ ।
ଏହା ସହ ଗଣେଶ ଭଗବାନଙ୍କୁ ୨୭ଟି ଦୁବ ଅର୍ପଣ କରନ୍ତୁ । ଲଡ୍ଡୁ ଭୋଗ ଲଗାନ୍ତୁ ।
ଶ୍ରଦ୍ଧା ଓ ଭକ୍ତିରେ ପୂଜା କରିବା ସହ ଭଗବାନ ଗଣେଶଙ୍କ ମନ୍ତ୍ର ଜପ କରନ୍ତୁ ।
ଏପରି କରିବା ଦ୍ବାରା ସମସ୍ତ ସଙ୍କଟ ଦୂର ହୁଏ ବୋଲି ବିଶ୍ବାସ ରହିଛି ।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories