ଚାବିକୁ ନେଇ ରାଜନୀତି ନ ହେଉ : ଶଙ୍କରାଚାର୍ଯ୍ୟ

0

ପୁରୀ : ଶ୍ରୀମନ୍ଦିର ପରିଚାଳନା ମାମଲାରେ ରାଜ୍ୟ ବିଜେପି ଭୂମିକାକୁ ନେଇ ପ୍ରଶ୍ନ କରିଛନ୍ତି ଜଗତ୍‍ଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ। ଗାଜିଆବାଦରେ ଅନୁଷ୍ଠିତ ଏକ ସଭାରେ ଶଙ୍କରାଚାର୍ଯ୍ୟଙ୍କ ଏଭଳି ବିବୃତ୍ତି ବିଜେପିକୁ ଦ୍ୱନ୍ଦରେ ପକାଇଛି। ବିଜେଡି ସହ ମେଣ୍ଟକରି ରାଜ୍ୟ ଶାସନରେ ଥିବାବେଳେ ଶ୍ରୀମନ୍ଦିର ରିତିନୀତି ଓ ପରିଚାଳନାରେ ସୁଧାର ଆଣିବା ପାଇଁ ତତ୍କାଳୀନ ଆଇନମନ୍ତ୍ରୀ କି ପଦକ୍ଷେପ ଗ୍ରହଣ କରିଥିଲେ ବୋଲି ଗୁରୁଜୀ ପ୍ରଶ୍ନ କରିଛନ୍ତି। ରତ୍ନଭଣ୍ଡାର ଚାବି ହଜିବା ଘଟଣାକୁ ନେଇ ରାଜନୀତି ନକରିବାକୁ ଶଙ୍କରାଚାର୍ଯ୍ୟ ପରାମର୍ଶ ଦେଇଛନ୍ତି। ଏହି ପ୍ରସଙ୍ଗରେ ବରିଷ୍ଠ ବିଜେପି ନେତା ତଥା ତତ୍କାଳୀନ ଆଇନମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତିଯେ ବିଜେପି ସରକାରରେ ଥିବା ବେଳେ ଶ୍ରୀମନ୍ଦିର ସମ୍ପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଶଙ୍କରାଚାର୍ଯ୍ୟଙ୍କ ଏପରି ବିବୃତ୍ତି ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

Leave A Reply