www.samajalive.in
Saturday, December 6, 2025
15.1 C
Bhubaneswar

ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତି ସଞ୍ଜୀବ ମିତ୍ତଲଙ୍କ ଛୁଟି ଏବଂ ଇସ୍ତଫାକୁ ନେଇ ଥମୁନି ଚର୍ଚ୍ଚା

ବୁର୍ଲା: ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୀବ ମିତ୍ତଲଙ୍କ ବିବାଦୀୟ ସ୍ଥିତି ମଧ୍ୟରେ ଗତ ଜୁନ ମାସ ୨୫ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଏବଂ ପୁଣି ଚଳିତ ମାସ ୧ ତାରିଖରୁ ଅଗଷ୍ଟ ମାସ ୨୨ ତାରିଖକୁ ତାଙ୍କ ଛୁଟି ବୃଦ୍ଧି ହୋଇଥିଲା। ତେବେ ଭାରପ୍ରାପ୍ତ କୁଳପତି ଭାବରେ ସ୍ନାତକୋତ୍ତର ସମୂହ ଅଧ୍ୟକ୍ଷ ପ୍ରଫେସର ସଂଯୁକ୍ତା ଦାସ ଅବସ୍ଥାପିତ ରହିଥିବା ବେଳେ ପୁଣି ଗତ ତା୩୦/୮/୨୦୧୮ରିଖର ସିଣ୍ଡିକେଟ ରିଜୋଲ୍ୟୁସନ ନମ୍ବର ୧୩୭କୁ ଆଧାର କରି ଗତ ତା୧୭/୮/୨୦୨୨ରିଖରେ ଅଫିସ ଅର୍ଡ଼ର ନମ୍ବର ୫୨୨୨୮ ଚିଠି ସଂଖ୍ୟାରେ ପ୍ରଫେସର ସଞ୍ଜୁକ୍ତା ଦାସ ଆଗାମୀ ଦିନରେ କୁଳପତି ଭାବରେ ଅବସ୍ଥାପିତ ହେବେ। ତେବେ ପୁଣି ଏକ ରହସ୍ୟ ହୋଇ ରହିଗଲା କୁଳପତି ପ୍ରଫେସର ସଞ୍ଜୀବ ମିତ୍ତଲଙ୍କୁ ନେଇ ଲାଗି ରହିଥିବା ଚର୍ଚ୍ଚା। ପୁଣି କୁଳପତି ପ୍ରଫେସର ମିତ୍ତଲ ଇସ୍ତଫା ଦେବେ କି ଯୋଗଦାନ କରିବେ ତାକୁ ନେଇ ନାନା ପ୍ରଶ୍ନ ଉଙ୍କି ମାରୁଛି।

ସୂଚନାଯୋଗ୍ୟ, ଗତ ଜୁନ ମାସରେ ଆର୍ଥିକ ଅନିୟମିତତାର ତଦନ୍ତ କରାଯାଇ ରିପୋର୍ଟ ଦାଖଲ ଏବଂ ଜୁଲାଇ ମାସରେ ଉକ୍ତ ଆର୍ଥିକ ଅନିୟମିତତାକୁ ନେଇ ନିଜେ କୁଳପତି ଟଙ୍କା ଜମା କରିବାକୁ ବାଧ୍ୟହୋଇ ଏହାକୁ ପ୍ରମାଣିତ କରିଥିଲେ। ଉଭୟ ମାସ କୁଳପତିଙ୍କ ଅଡ଼ୁଆ ବଢ଼଼ାଇ ଦେଇଥିଲା। ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମିତ୍ତଲ ବିଶେଷକରି ସ୍ୱଚ୍ଛ ବିଦ୍ୟାଳୟ ଅଭିଯାନ ପ୍ରକଳ୍ପର ୨୯ ଲକ୍ଷ ଟଙ୍କାର ଚଞ୍ଚକତା କରି ନିଜ ପୁଅ ଏବଂ ପତ୍ନୀଙ୍କ ଆକାଉଣ୍ଟକୁ ପ୍ରେରିତ କରିଥିଲେ ଗତ ୨୦୨୧ ମସିହା ନଭେମ୍ବର ଏବଂ ଡ଼ିସେମ୍ବର ମାସ ମଧ୍ୟରେ। ଯାହାକୁ ନେଇ ଅଭିଯୋଗ ପରେ ତଦନ୍ତ ଦାବୀ କରାଯାଇଥିଲା। ତଦନ୍ତ ହେବା ପରେ ତାକୁ ପୁଣି ସମ୍ବଲପୁର ବିଶ୍ୱବିଦ୍ୟାଳୟର ମୁଖ୍ୟ ଆକାଉଣ୍ଟରେ ଚଳିତ ୨୦୨୨ ଗତ ଜୁଲାଇ ମାସ ୨୫ ତାରିଖରେ ଜମା କରିବାକୁ କୁଳପତି ପ୍ରଫେସର ମିତ୍ତଲ ବାଧ୍ୟ ହୋଇଥିଲେ। ଏହାପରେ ତାଙ୍କୁ ଛୁଟିରେ ଯିବା ପାଇଁ ନିର୍ଦ୍ଦେଶ ପରେ ସେ ଛୁଟିରେ ରହିଥିବା ବେଳେ ଗତ ଜୁଲାଇ ମାସ ୨୯ ତାରିଖରେ କ୍ୟାମ୍ପସ ଛାଡ଼ିବା ସମୟରେ ପ୍ରଫେସର ମିତ୍ତଲଙ୍କ ଗାଡ଼ି ଉପରେ ଅଣ୍ଡାମାଡ଼ ହୋଇଥିବା କୁହାଯାଇଥିଲା । ଏଥିସହ ସମ୍ବଲପୁର ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ସାଇନ୍ସ ବିଭାଗର ଏକ କାର୍ଯ୍ୟକ୍ରମରେ ଯୋଗଦାନ କରିଥିବା ବେଳେ ଉକ୍ତ ବିଭାଗର ଏକ କୋଠା ଉଦଘାଟନ ଫଳକରେ ତାଙ୍କ ନାମ ରହିଥିବା ବେଳେ ଉକ୍ତ ଫଳକରେ ମଧ୍ୟ ଅଣ୍ଡାମାଡ଼ ହୋଇଥିବା ଦେଖିବାକୁ ମିଳିଥିଲା। କୁଳପତି ପ୍ରଫେସର ମିତ୍ତଲ ଶେଷରେ ଛୁଟିରେ ଯିବା ଅବଧି ପୁଣି ଆଗାମୀ ଅଗଷ୍ଟ ମାସ ୨୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା। ମାତ୍ର ତାର ଆବିଧି ଗତ ସୋମବାର ସରିଯାଇଥିଲା। ତେବେ ତାଙ୍କର ଛୁଟି ସମୟ ଆହୁରି ବୃଦ୍ଧି ହେବ କି ସେ ଇସ୍ତଫା ଦେଇ ବିଶ୍ୱବିଦ୍ୟାଳୟରୁ ଚିରଦିନ ପାଇଁ ବିଦା ହେବେ ତାହା ଏକ ଗୁଢ଼ ରହସ୍ୟ ହୋଇ ରହିଥିଲା। ପୁଣି ଏକ ମାଧ୍ୟମରେ ଗତ ୨୦୧୮ ମସିହାର ସିଣ୍ଡିକେଟ ରିଜୋଲ୍ୟୁସନକୁ ଆଧାର କରି ପିଜିସି ପ୍ରଫେସର ସଞ୍ଜୁକ୍ତା ଦାସଙ୍କୁ ଭାରପ୍ରାପ୍ତ କୁଳପତି ଭାବରେ କୁଳପତି ପ୍ରଫେସର ମିତ୍ତଲ ଯୋଗଦାନ ନ କରିବା ପର୍ଯ୍ୟନ୍ତ ବା କୌଣସି ବିକଳ୍ପ ବ୍ୟବସ୍ଥା କୁଳପତି ପଦପାଇଁ କରାଯିବା ପର୍ଯ୍ୟନ୍ତ ସେ ଅବସ୍ଥାପିତ ରହିବେ ବୋଲି ଗତକାଲି ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳସଚିବଙ୍କ ତରଫରୁ ଏକ ଚିଠି ଜାରି ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories