www.samajalive.in
Monday, December 15, 2025
26.1 C
Bhubaneswar

ଛାତ୍ରୀ ବିଜୟିନୀ ସ୍ୱାଇଁଙ୍କୁ ‘ସଞ୍ଜୟ ତୁଳ’ ସମ୍ମାନ

ନବରଙ୍ଗପୁର: ନବରଙ୍ଗପୁର ଶ୍ରୀଶ୍ରୀ କୁଞ୍ଜବିହାରୀ ପାଠାଗାରରେ ମାସିକ ସାହିତ୍ୟ ଆଲୋଚନା ଚକ୍ର ଏବଂ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ନାରାୟଣ ପଣ୍ଡା ସଭାପତିତ୍ବ କରି ସାହିତ୍ୟ ସମାଜକୁ ସଂସ୍କାର କରିଥାଏ ବୋଲି କହିଥିଲେ । ବିଶିଷ୍ଟ ବକ୍ତା ରୂପରେ ଜୟପୁରର କମଳ କୃଷ୍ଣ ତ୍ରିପାଠୀ ଯୋଗଦାନ କରି ସଂସାରର ସୃଷ୍ଟି ଏବଂ ତାକୁ ପରିଚାଳନା ପାଇଁ ବେଦ ଓ ଉପନିଷଦରେ ରହିଥିବା ଶ୍ଳୋକଗୁଡିକୁ ସୁନ୍ଦର ଭାବରେ ଉପସ୍ଥାପନା କରିଥିଲେ। ରଘୁନାଥ ଶତପଥୀ ସ୍ଵାଗତ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଶିଷ୍ଟ ନାଟ୍ୟକାର ଜଗନ୍ନାଥ ବେହେରା କବିତା ସଂଯୋଜନା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଦଶମ ବୋର୍ଡ ପରୀକ୍ଷାରେ ନବରଙ୍ଗପୁର ରାଜା ଚୈତନ୍ୟ ଦେବ ହାଇସ୍କୁଲରୁ ହିନ୍ଦୀ ବିଷୟରେ ଶତକଡା ୯୪ ପ୍ରତିଶତ ନମ୍ବର ରଖି ପାସ୍ କରିଥିବା ଛାତ୍ରୀ ବିଜୟିନୀ ସ୍ୱାଇଁଙ୍କୁ ‘ସଞ୍ଜୟ କୁମାର ତୁଳ ସ୍ମୃତି ସମ୍ମାନ-୨୦୨୩’ରେ ସମ୍ମାନିତ କରାଯାଇଛି। ସ୍ୱର୍ଗତ ତୁଳଙ୍କର ଧର୍ମପତ୍ନୀ ଆରତୀ ବିଷୋୟୀ, ଶ୍ୱଶୁର ଗୋପବନ୍ଧୁ ବିଷୋୟୀ ଓ ଶାଶୁ ଜେମାମଣି ବିଷୋୟୀ ପ୍ରଦାନ କରିଛନ୍ତି। ମାନପତ୍ର, ଉପଢୌକନ, ପୁଷ୍ପଗୁଚ୍ଛ ସହିତ ଆର୍ଥିକ ସହାୟତା କରାଯାଇଛି।

ପ୍ରକାଶ ଥାଉ କି, ନବରଙ୍ଗପୁରର ହିନ୍ଦୀ ଶିକ୍ଷକ ସ୍ଵର୍ଗତ ସଞ୍ଜୟ ତୁଳଙ୍କର ସ୍ମୃତିରେ ପ୍ରତ୍ୟେକ ବର୍ଷ ଏହି ସମ୍ମାନ ଦିଆଯାଉଛି। ପ୍ରାରମ୍ଭିକ ସଙ୍ଗୀତ ହରିହର ନାୟକ ଗାନ କରିଥିଲେ। ବର୍ଷା ଉପରେ ହୋଇଥିବା କବିତା ପାଠରେ କବି କପିଳ ଚନ୍ଦ୍ର ମହାନ୍ତି, ବିଭୁଦତ ସେଠୀ, ଜାହ୍ନବୀ ପଣ୍ଡା, ସୁବାସ ବିଷୋୟୀ, ଜୟଦେବ ଗଣ୍ଡ, ଜ୍ୟୋସ୍ନା ମହାନ୍ତି, ହର ପ୍ରସାଦ ଦାସ ପ୍ରମୁଖ ନିଜ ନିଜ କବିତା ଆବୃତ୍ତି କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡ଼ଃ. ରାଧାନାଥ ବେହେରା, ଗୋପବନ୍ଧୁ ବିଷୋୟୀ, ନିରଞ୍ଜନ ମିଶ୍ର, ବିଜୟ ଚୌଧୁରୀ, କୁମୁନ୍ଦ ପଟନାୟକ, ଜଗଦୀଶ ତ୍ରିପାଠୀ, ବୈଦେହୀ ପଣ୍ଡା, ଦମୟନ୍ତୀ ବେହେରା, ସାନୁଜ ପାତ୍ର, ରଘୁନାଥ ପାତ୍ର, ମନୋଜ ପଟ୍ଟନାୟକ, ହୃଷୀକେଶ ଦାସ, ଦେବି ପ୍ରସାଦ ତ୍ରିପାଠୀ, ପ୍ରାକ୍ତନ ଓଡ଼ିଶା ସାହିତ୍ୟ ଏକାଡେମୀର ସଭ୍ୟା ଜେମାମଣି ବିଷୋୟୀ ପର୍ଶୁରାମ ସାହୁ,ସରୋଜ କୁମାର ତ୍ରିପାଠୀ, ରାଜେନ୍ଦ୍ର ପାଳ, ଆରତୀ ବିଷୋୟୀଙ୍କ ସହିତ କୃଷ୍ଣ ଦାସ ପ୍ରମୁଖ ବୁଦ୍ଧିଜୀବୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ପ୍ରସାଦ ସେବନ ସହ ସଭାକାର୍ଯ୍ୟକୁ ସମାପ୍ତ କରାଯାଇଥିଲା।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories