ଗୁରୁଡିଝାଟିଆ: କରୋନାର ୨ୟ ଲହରରେ ଗାଁ ଗାଁରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗାଁ ଓ ସାହିମାନଙ୍କରେ ସଂକ୍ରମିତ ହାରକୁ ଭାଙ୍ଗିବା ପାଇଁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନିର୍ଦ୍ଦେଶକ୍ରମେ ଗୁରୁଡିଝାଟିଆ ପଞ୍ଚାୟତର ବିଭିନ୍ନ ଗାଁମାନଙ୍କରେ ବିଶୋଧକ ସିଞ୍ଚନ କରାଯାଇଛି। ଆଠଗଡ ବିଜେଡି କାର୍ଯ୍ୟାଳୟର ଶ୍ରୀଧର ମାଝିଙ୍କ ଉପସ୍ଥିତିରେ ଛାତ୍ର ଜନତାଦଳର କର୍ମକର୍ତ୍ତା, ସ୍ଥାନୀୟ ବିଜେଡି ପଞ୍ଚାୟତ ସଭାପତି ସନାତନ ଦଳାଇ, ଶ୍ରୀମନ୍ତ ନାୟକ, ଶରତ କୁମାର ଦଳାଇ, ଅଶୋକ ଜେନା ଓ ହୃଦାନନ୍ଦ ସାହାଣୀ ପ୍ରମୁଖ ଉପସ୍ଥିତ ଥିଲେ। ଗୁରୁଡିଝାଟିଆ, କୋତର, ସାଉରିଆ, ଡେରା, ଡବାଗାଡିଆ ଓ ଅନ୍ୟ ଗାଁମାନଙ୍କରେ ବିଶୋଧକ ସିଞ୍ଚନ କରାଯାଇଛି।
Popular Categories



