ନୂଆଦିଲ୍ଲୀ : ସାମସଙ୍ଗ କମ୍ପାନୀ ପକ୍ଷରୁ ମାତ୍ର ୧୨ହଜାର ୯୯୦ଟଙ୍କା ମୂଲ୍ୟରେ ଏକ ସ୍ମାର୍ଟ ଟିଭି ଲଞ୍ଚ କରାଯାଇଛି।
ଏଥିରେ ସଂଯୋଗୀକରଣ ପାଇଁ ଅନେକ ଫିର୍ଚର ଦିଆଯାଇଛି। ୩୨ ଇଞ୍ଚରୁ ୪୨ ଇଞ୍ଚ ପର୍ୟ୍ୟନ୍ତ ଏହି ସ୍ମାର୍ଟ ଟିଭି ବିକ୍ରି ହେବ।
ସାମସଙ୍ଗର ଏହି ଟିଭିକୁ ବ୍ୟକ୍ତିଗତ କମ୍ପ୍ୟୁଟର ମୋଡରେ ମଧ୍ୟ ଚଲାଇପାରିବେ। କମ୍ପାନୀର କହିବା ଅନୁସାରେ ଏହି ଟିଭିରେ ଆପଣ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରିପାରିବେ ଏବଂ ଅଫିସ୍ ଉପସ୍ଥାପନା ମଧ୍ୟ କରିପାରିବେ।
ଏହି ଟିଭିରେ ଆପ୍ ମଧ୍ୟ ଇନଷ୍ଟଲ କରିପାରିବାର ସୁବିଧା ରହିଛି। ଏଥିରେ ନେଟଫ୍ଲିକ୍ସ, ଆମାଜନ ପ୍ରାଇମ ଏବଂ ସୋନି ଲିଭ ଭଳି ପ୍ଲାଟଫର୍ମରୁ ଆପଣ ଭିଡିଓ ଦେଖିପାରିବେ। ଏହି ଟିଭିକୁ ଏକ ଭର୍ଚୁଆଲ୍ ମ୍ୟୁଜିକ୍ ସିଷ୍ଟମରେ ମଧ୍ୟ ରୂପାନ୍ତର କରିପାରିବେ।



